ଧାନ ଥୋଡ଼ ସମୟରେ ଜମି ଶୁଖିଲା

ଜଟଣୀ, ୯।୧୧(ରବୀନ୍ଦ୍ର ନାଥ ମହାକୁଡ଼)ଚଳିତବର୍ଷ କମ୍‌ ପରିମାଣର ବର୍ଷା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ଚାଷୀକୂଳ ଉପରେ ପଡ଼ିଛି। ଜଟଣୀ ବ୍ଲକ ଅଧୀନ ବେଣାପଞ୍ଜରୀ ଅଞ୍ଚଳରେ ଧାନକ୍ଷେତରେ ପାଣି ଅଭାବରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଧାନଥୋଡ଼ ବାହାରି ଫୁଲ ଧରିବା ବେଳକୁ ଜମି ଫାଟି ଆଁ କରିଛି। ଉକ୍ତ ପଞ୍ଚାୟତରେ ଶହ ଶହ ଚାଷୀ ହଜାର ହଜାର ଏକର ଜମିରେ ଚାଷ କରିଥିବାବେଳେ ଜଳାଭାବ ସେମାନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଅନ୍ୟପକ୍ଷରେ ଏଠାରେ ଜଳସେଚନର କୌଣସି ବ୍ୟବସ୍ଥା ନଥିବାରୁ ଧାନ ଫସଲ ନଷ୍ଟ ହେବାକୁ ବସିଛି। କେତେକ ଚାଷୀ ନିଜ ଫସଲକୁ ବଞ୍ଚାଇବା ପାଇଁ ଅରଖ ବନ୍ଧରୁ ମୋଟର ଲଗାଇ ପାଣି ଉଠାଉଥିବାବେଳେ ଗରିବ ଓ ଭାଗ ଚାଷୀ ଅର୍ଥାଭାବରୁ ଜଳସେଚନ କରିପାରୁନାହାନ୍ତି। ଫଳରେ ସେମାନଙ୍କ ଫସଲ ନଷ୍ଟ ହେବାକୁ ଲାଗିଲାଣି। କେତେକ ଚାଷୀ ମହାଜନଙ୍କ ଠାରୁ ସୁଧରେ ଟଙ୍କା ଆଣି ଚାଷ କରିଥିବାବେଳେ ଏବେ ଫସଲ ନଷ୍ଟ ହେବା ଦେଖି ଚିନ୍ତାରେ ଅଛନ୍ତି। ତୁରନ୍ତ ସେମାନଙ୍କ ଜମିରେ ଜଳସେଚନ ବ୍ୟବସ୍ଥା କରାନଗଲେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ତେଣୁ ନିକଟରେ ଥିବା ଅରଖ ବନ୍ଧରୁ ପ୍ରଶାସନ ପ୍ରଭାବିତ କ୍ଷେତକୁ ଜଳସେଚନ କଲେ ଚାଷୀକୁଳ ଉପକୃତ ହେବେ ବୋଲି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଏମଡି. ଜାଫର କହିଛନ୍ତି।

ବର୍ତ୍ତମାନ କିଛି ଧାନରେ ଫୁଲଧରିବା ସହିତ ଧାନଥୋଡ଼ ବାହାରିଛି। ତେବେ ପାଣି ଅଭାବରୁ ଜମି ଫାଟି ଆଁ କରିଛି। ଆମ ପଞ୍ଚାୟତ ଅଧୀନରେ ଥିବା ହଜାର ହଜାର ଏକର ଚାଷ ଜମିକୁ ଜଳସେଚନର କୌଣସି ବ୍ୟବସ୍ଥା ନାହିଁ। ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରି ଚାଷ କରିଥାଉ। ବର୍ତ୍ତମାନ ଜିଲା, ବ୍ଲକ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ନିକଟରେ ରହିଥିବା ଅରଖ ନାଳ ବନ୍ଧରୁ ମୋଟର ସାହାଯ୍ୟରେ ଆମ ଜମିକୁ ଜଳସେଚନ ବ୍ୟବସ୍ଥା କରିପାରିଲେ ଫସଲ ନଷ୍ଟ ହେବାରୁ ବର୍ତ୍ତିପାରନ୍ତା। ଗତ ଦେଢ଼ବର୍ଷ ତଳେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏମଆଇ ଡିଭିଜନ ଦ୍ୱାରା ପାଣି ପଞ୍ଚାୟତ କମିଟି ଗଠନ କରାଯଇଥିଲା। କମିଟିରେ ସଭାପତି, ସମ୍ପାଦକ ଓ ସଦସ୍ୟ ରହିଥିଲେ ବି କମିଟି ଅନୁମୋଦନ ନହେବା କାରଣରୁ ଚାଷୀ ଅନେକ ସମସ୍ୟା ଭୋଗୁଛନ୍ତି। କମିଟି ଅନୁମୋଦନ ହୋଇଥିଲେ ପାଣି ପଞ୍ଚାୟତ ମାଧ୍ୟମରେ କାଡା ସିଷ୍ଟମରେ ସମସ୍ତ ଜମିକୁ ଜଳସେଚନ କରିହୋଇଥାନ୍ତା। ଉକ୍ତ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରୁଛୁ।

– ମହମଦ କୌଶର, ଚାଷୀ, ବେଣାପଞ୍ଜରୀ

ଧାନଥୋଡ଼ ହୋଇ ମାରିବା ଉପରେ। ଘଣ୍ଟାକୁ ୪୦୦ ଟଙ୍କା ଦେଇ ୫ ମାଣ ଜମିରେ ପାଣି ମଡ଼ାଇ ଚାଷ କରିଥିଲି। ବଡ଼ ବୋହୂର କାନଫୁଲ ବନ୍ଧକ ରଖି ୧୩ ହଜାର ଟଙ୍କା ଆଣି ଚାଷ କରିଥିଲି। ମୋ ପାଖରେ ଆଉ ସମ୍ବଳ ନାହିଁ। ଯାହା ପାଖରେ ଟଙ୍କା ଅଛି ସେମାନେ ପାଣି କିଣି ପାଖରେ ଥିବା ଅରଖ ବନ୍ଧରୁ ମୋଟର ଲଗାଇ ନିଜ ଚାଷ ଜମିରେ ପାଣି ମଡ଼ାଇ ପାରୁଛନ୍ତି। ସରକାର ଆମ ଗରିବ ଚାଷୀଙ୍କୁ ସାହାଯ୍ୟ କରିଲେ ଆମ ଚାଷ ଜମିରେ ଫସଲ ନଷ୍ଟ ହେବାରୁ ବର୍ତ୍ତିପାରନ୍ତା
-ଏମଡି ସାଜିଦ, ଚାଷୀ, ବେଣାପଞ୍ଜରୀ

ଆମ ଚାଷ ଜମି ନିକଟରେ ସରକାରଙ୍କର ଏକ ଅରଖ ବନ୍ଧ ରହିଛି। ସେଠାରୁ ବର୍ତ୍ତମାନ ମୋଟରପମ୍ପ ସହାୟତାରେ ଚାଷ ଜମିକୁ ପାଣି ମଡ଼ାଇ ପାରିଲେ ଆମ ଚାଷ ବଞ୍ଚିଯିବ ଓ ଭଲ ଅମଳ ହେବ।
– ମହମ୍ମଦ କୁଦ୍‌ରତ, ଚାଷୀ, ବେଣାପଞ୍ଜରୀ


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri