ପରବ ଉତ୍ସବ ସ୍ଥାନକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କୋରାପୁଟ, ୯ା୧୧ (ଅମିତାଭ ବେହେରା): ୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ କୋରାପୁଟ ଜିଲାର ଆଦିବାସୀ ଉତ୍ସବ ‘ପରବ’ ପାଳନକୁ ନେଇ ବୁଧବାର ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଗତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିଥିବା ଏହି ଉତ୍ସବ ନିମନ୍ତେ ପ୍ରଶାସନ ପକ୍ଷରୁ ଏକ ସ୍ଥାୟୀ ପଡିଆ ଏଯାଏ ପ୍ରସ୍ତୁତ ହୋଇପାରିନାହିଁ। ଗତ କିଛି ବର୍ଷ ହେଲା ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ପଡିଆଠାରେ ଏହା ପାଳିତ ହୋଇଆସୁଛି। ଏହି ପଡିଆ କୋରାପୁଟ-ସୁନାବେଡା ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି। ଏଠାରେ ଉତ୍ସବ କରାଯାଉଥିବାରୁ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ପରବ ଜିଲା ପ୍ରଶାସନ ପକ୍ଷରୁ ନଭେମ୍ବର ୨୫ରୁ ୨୯ ତାରିଖ ଯାଏ ଜାତୀୟ ରାଜପଥ ପାର୍ଶ୍ୱ ଲାଣ୍ଡିଗୁଡା କଲେଜ ପଡ଼ିଆରେ କରାଯିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ କୋରାପୁଟର ରାଜ୍ୟ ପୁରସ୍କାରପ୍ରାପ୍ତ ଯୁବ ସମାଜିକ କର୍ମୀ କାମାକ୍ଷା ପ୍ରସାଦ ମାଝୀ, ଭୂଷିତ ବିଡ଼ିକା ଓ ଆଇନଜୀବୀ ଦିଲୀପ ମହାନ୍ତି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି । ଡବ୍ଲୁ ପି ସି ୦୦୩୬୭୨୦/୨୦୨୩ ଅନୁଯାୟୀ ମାମଲାକୁ ହାଇକୋର୍ଟର ଆଇନଜୀବୀ ମାନସ ରଞ୍ଜନ ବେହେରା ପଞ୍ଜୀକୃତ କରିଛନ୍ତି। ପରବର ରୌପ୍ୟ ଜୟନ୍ତୀ ପାଳନ ବେଳେ ଟ୍ରାଫିକ୍‌ ସମସ୍ୟା ଯୋଗୁ ଯାତ୍ରା ଦେଖିବାକୁ ଆସିଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଛୋଟ ପିଲା, ମହିଳା ଓ ବୟସ୍କ ଲୋକଙ୍କୁ ୫/୬ କି.ମି. ଚାଲିବାକୁ ପଡିଥିଲା। ଗୁରୁତର ରୋଗୀଙ୍କୁ ନେଇ ଡାକ୍ତରଖାନା ଯାଉଥିବା କେତୋଟି ଆମ୍ବୁଲାନ୍ସ ଭିଡ ମଧ୍ୟରେ ଫଶି ରହିଥିଲା। ଏପରି ଅବ୍ୟବସ୍ଥା ଦୀର୍ଘ ଦୀର୍ଘ ୭ ଘଣ୍ଟା ଧରି ଲାଗି ରହିଥିଲା। ଏବେ ଜିଲା ସଂସ୍କୃତି ବିଭାଗ ୨୫ା୧୧ା୨୦୨୩ରୁ ୨୯ା୧୧ା୨୦୨୩ ପର୍ଯ୍ୟନ୍ତ ପୁଣି ୨୬ ନଂ. ଜାତୀୟ ରାଜପଥ ପାର୍ଶ୍ୱ ସରକାରୀ କଲେଜ, କୋରାପୁଟର ଖେଳ ପଡିଆରେ ପରବ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ଏହି ସମୟ ଅବଧି ମଧ୍ୟରେ ଶହୀଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ ଆସୁଥିବା ଆମ୍ବୁଲାନ୍ସ ଚଳାଚଳରେ ବାଧା ସୃଷ୍ଟି ହେବ। ଏଥିସହ ଅନ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଦ୍ୱାରା ସ୍ଥାନାନ୍ତର ହେଉଥିବା ରୋଗୀମାନେ ମଧ୍ୟ ସଙ୍କଟର ସମ୍ମୁଖୀନ ହେବେ। ତେଣୁ ଏସବୁକୁ ବିଚାରକୁ ନେଇ ପ୍ରସ୍ତାବିତ ସ୍ଥାନରୁ କୋରାପୁଟ ସହରର ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ଅନ୍ୟ ଏକ ସୁବିଧାଜନକ ସ୍ଥାନକୁ ପରବ-୨୦୨୩ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ଦାଏର ଜନସ୍ବାର୍ଥ ମାମଲାରେ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri