ଏଇ ଭାରତରେ

କୁକୁର କିଭଳି ସ୍ବାସ୍ଥ୍ୟକର ଖାଦ୍ୟ ଖାଇବେ ସେଭଳି ଏକ ଭିନ୍ନ ଚିନ୍ତା କରିଛନ୍ତି ରାଜସ୍ଥାନ ଜୟପୁରର ଗଜରାଜ ସିଂ। ଗଜରାଜ କୁକୁରଙ୍କ ପାଇଁ ସ୍ବତନ୍ତ୍ର ପୁଷ୍ଟିକର ଖାଦ୍ୟ ପ୍ୟାକେଟ କରି ତାହାକୁ ମାତ୍ର ୫ଟଙ୍କାରେ ଯୋଗାଇ ଦେଉଛନ୍ତି। ସେ ରୁଟି ସହିତ ଅଣ୍ଡା, ପନିର, ସୋୟା ଆଦି ମିଶାଇ ୪୦୦ ଗ୍ରାମର ଛୋଟ ପ୍ୟାକେଟ କରୁଛନ୍ତି। ଏହି ପ୍ୟାକେଟ ପ୍ରସ୍ତୁତ କରିବା ପାଇଁ ସେ ‘କିଚେନ ଫର୍‌ ଡଗ୍‌’ ନାମକ ଏକ ଷ୍ଟଲ୍‌ ଜୟପୁରରେ ଖୋଲିଛନ୍ତି। ଏହା ଦ୍ୱାରା ଏବେ ପ୍ରତିଦିନ ୩୦୦୦ କୁକୁରଙ୍କୁ ପୁଷ୍ଟିକର ଖାଦ୍ୟ ମିଳିପାରୁଛି। ଯେଉଁମାନେ ପ୍ରତିଦିନ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ସେମାନେ ଏହି ଷ୍ଟଲ୍‌ରୁ ୫ଟଙ୍କାରେ ଖାଦ୍ୟ ପ୍ୟାକେଟ କିଣୁଛନ୍ତି। କିଛି ବର୍ଷ ପୂର୍ବେ ଗଜରାଜ ଏକ ଦୋକାନ ନିକଟରେ ଠିଆ ହୋଇଥିବା ସମୟରେ ଜଣେ ବ୍ୟକ୍ତି ବିସ୍କୁଟ ପ୍ୟାକେଟ କିଣି କୁକୁରକୁ ଖାଇବାକୁ ଦେବା ଦେଖିଲେ। ପରେ ସେହି ବିସ୍କୁଟ ମଇଦା ଓ ଚିନିରେ ହେଉଥିବାରୁ ତାହା କୁକୁରଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସେହି ବ୍ୟକ୍ତିଙ୍କୁ କହିଥିଲେ। ବ୍ୟକ୍ତି ଜଣକ କମ୍‌ ଟଙ୍କାରେ କୁକୁରଙ୍କ ପାଇଁ ଖାଦ୍ୟ ମିଳୁନାହିଁ ବୋଲି କହିବାରୁ ଗଜରାଜ ଏଭଳି ପ୍ୟାକେଟ ପ୍ରସ୍ତୁତ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ସେହି ନିଷ୍ପତ୍ତି ଏବେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାରୁ ସେ ଖୁସି ବୋଲି କହନ୍ତି ଗଜରାଜ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri