ଧାନ ଥୋଡ଼ ସମୟରେ ଜମି ଶୁଖିଲା

ଜଟଣୀ, ୯।୧୧(ରବୀନ୍ଦ୍ର ନାଥ ମହାକୁଡ଼)ଚଳିତବର୍ଷ କମ୍‌ ପରିମାଣର ବର୍ଷା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ଚାଷୀକୂଳ ଉପରେ ପଡ଼ିଛି। ଜଟଣୀ ବ୍ଲକ ଅଧୀନ ବେଣାପଞ୍ଜରୀ ଅଞ୍ଚଳରେ ଧାନକ୍ଷେତରେ ପାଣି ଅଭାବରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଧାନଥୋଡ଼ ବାହାରି ଫୁଲ ଧରିବା ବେଳକୁ ଜମି ଫାଟି ଆଁ କରିଛି। ଉକ୍ତ ପଞ୍ଚାୟତରେ ଶହ ଶହ ଚାଷୀ ହଜାର ହଜାର ଏକର ଜମିରେ ଚାଷ କରିଥିବାବେଳେ ଜଳାଭାବ ସେମାନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଅନ୍ୟପକ୍ଷରେ ଏଠାରେ ଜଳସେଚନର କୌଣସି ବ୍ୟବସ୍ଥା ନଥିବାରୁ ଧାନ ଫସଲ ନଷ୍ଟ ହେବାକୁ ବସିଛି। କେତେକ ଚାଷୀ ନିଜ ଫସଲକୁ ବଞ୍ଚାଇବା ପାଇଁ ଅରଖ ବନ୍ଧରୁ ମୋଟର ଲଗାଇ ପାଣି ଉଠାଉଥିବାବେଳେ ଗରିବ ଓ ଭାଗ ଚାଷୀ ଅର୍ଥାଭାବରୁ ଜଳସେଚନ କରିପାରୁନାହାନ୍ତି। ଫଳରେ ସେମାନଙ୍କ ଫସଲ ନଷ୍ଟ ହେବାକୁ ଲାଗିଲାଣି। କେତେକ ଚାଷୀ ମହାଜନଙ୍କ ଠାରୁ ସୁଧରେ ଟଙ୍କା ଆଣି ଚାଷ କରିଥିବାବେଳେ ଏବେ ଫସଲ ନଷ୍ଟ ହେବା ଦେଖି ଚିନ୍ତାରେ ଅଛନ୍ତି। ତୁରନ୍ତ ସେମାନଙ୍କ ଜମିରେ ଜଳସେଚନ ବ୍ୟବସ୍ଥା କରାନଗଲେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ତେଣୁ ନିକଟରେ ଥିବା ଅରଖ ବନ୍ଧରୁ ପ୍ରଶାସନ ପ୍ରଭାବିତ କ୍ଷେତକୁ ଜଳସେଚନ କଲେ ଚାଷୀକୁଳ ଉପକୃତ ହେବେ ବୋଲି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଏମଡି. ଜାଫର କହିଛନ୍ତି।

ବର୍ତ୍ତମାନ କିଛି ଧାନରେ ଫୁଲଧରିବା ସହିତ ଧାନଥୋଡ଼ ବାହାରିଛି। ତେବେ ପାଣି ଅଭାବରୁ ଜମି ଫାଟି ଆଁ କରିଛି। ଆମ ପଞ୍ଚାୟତ ଅଧୀନରେ ଥିବା ହଜାର ହଜାର ଏକର ଚାଷ ଜମିକୁ ଜଳସେଚନର କୌଣସି ବ୍ୟବସ୍ଥା ନାହିଁ। ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରି ଚାଷ କରିଥାଉ। ବର୍ତ୍ତମାନ ଜିଲା, ବ୍ଲକ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ନିକଟରେ ରହିଥିବା ଅରଖ ନାଳ ବନ୍ଧରୁ ମୋଟର ସାହାଯ୍ୟରେ ଆମ ଜମିକୁ ଜଳସେଚନ ବ୍ୟବସ୍ଥା କରିପାରିଲେ ଫସଲ ନଷ୍ଟ ହେବାରୁ ବର୍ତ୍ତିପାରନ୍ତା। ଗତ ଦେଢ଼ବର୍ଷ ତଳେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏମଆଇ ଡିଭିଜନ ଦ୍ୱାରା ପାଣି ପଞ୍ଚାୟତ କମିଟି ଗଠନ କରାଯଇଥିଲା। କମିଟିରେ ସଭାପତି, ସମ୍ପାଦକ ଓ ସଦସ୍ୟ ରହିଥିଲେ ବି କମିଟି ଅନୁମୋଦନ ନହେବା କାରଣରୁ ଚାଷୀ ଅନେକ ସମସ୍ୟା ଭୋଗୁଛନ୍ତି। କମିଟି ଅନୁମୋଦନ ହୋଇଥିଲେ ପାଣି ପଞ୍ଚାୟତ ମାଧ୍ୟମରେ କାଡା ସିଷ୍ଟମରେ ସମସ୍ତ ଜମିକୁ ଜଳସେଚନ କରିହୋଇଥାନ୍ତା। ଉକ୍ତ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରୁଛୁ।

– ମହମଦ କୌଶର, ଚାଷୀ, ବେଣାପଞ୍ଜରୀ

ଧାନଥୋଡ଼ ହୋଇ ମାରିବା ଉପରେ। ଘଣ୍ଟାକୁ ୪୦୦ ଟଙ୍କା ଦେଇ ୫ ମାଣ ଜମିରେ ପାଣି ମଡ଼ାଇ ଚାଷ କରିଥିଲି। ବଡ଼ ବୋହୂର କାନଫୁଲ ବନ୍ଧକ ରଖି ୧୩ ହଜାର ଟଙ୍କା ଆଣି ଚାଷ କରିଥିଲି। ମୋ ପାଖରେ ଆଉ ସମ୍ବଳ ନାହିଁ। ଯାହା ପାଖରେ ଟଙ୍କା ଅଛି ସେମାନେ ପାଣି କିଣି ପାଖରେ ଥିବା ଅରଖ ବନ୍ଧରୁ ମୋଟର ଲଗାଇ ନିଜ ଚାଷ ଜମିରେ ପାଣି ମଡ଼ାଇ ପାରୁଛନ୍ତି। ସରକାର ଆମ ଗରିବ ଚାଷୀଙ୍କୁ ସାହାଯ୍ୟ କରିଲେ ଆମ ଚାଷ ଜମିରେ ଫସଲ ନଷ୍ଟ ହେବାରୁ ବର୍ତ୍ତିପାରନ୍ତା
-ଏମଡି ସାଜିଦ, ଚାଷୀ, ବେଣାପଞ୍ଜରୀ

ଆମ ଚାଷ ଜମି ନିକଟରେ ସରକାରଙ୍କର ଏକ ଅରଖ ବନ୍ଧ ରହିଛି। ସେଠାରୁ ବର୍ତ୍ତମାନ ମୋଟରପମ୍ପ ସହାୟତାରେ ଚାଷ ଜମିକୁ ପାଣି ମଡ଼ାଇ ପାରିଲେ ଆମ ଚାଷ ବଞ୍ଚିଯିବ ଓ ଭଲ ଅମଳ ହେବ।
– ମହମ୍ମଦ କୁଦ୍‌ରତ, ଚାଷୀ, ବେଣାପଞ୍ଜରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?