ପାଓ୍ବାର ପ୍ଲାଣ୍ଟରେ କୋଇଲା ଅଭାବ ଉତ୍କଟ

ନୂଆଦିଲ୍ଲୀ,୬।୧୦ – ଭାରତରେ ଚାଇନା ଭଳି ବିଦ୍ୟୁତ୍‌ ଶକ୍ତି ସଙ୍କଟ ଉପୁଜିବା ନେଇ ଆଶଙ୍କା କରାଯାଉଛି। ଏହା ଶକ୍ତି କ୍ଷେତ୍ରର କାର୍ଯ୍ୟକଳାପକୁ ଠପ୍‌ କରିପାରେ। ବିଜୁଳି ଉତ୍ପାଦନ ଲାଗି ପାଓ୍ବାର ପ୍ଲାଣ୍ଟଗୁଡ଼ିକରେ ବହୁତ କମ୍‌ କୋଇଲା ଗଚ୍ଛିତ ରହିଛି। ଭାରତ ଉତ୍ପାଦନ କରୁଥିବା ପ୍ରାୟ ୭୦% ବିଜୁଳି କୋଇଲା ବ୍ୟବହାର ଦ୍ୱାରା ପ୍ରସ୍ତୁତ ହେଉଛି। କୋଇଲା ଅଭାବ ଯୋଗୁ ଏହାର ପ୍ରଭାବ କମ୍ପାନୀଗୁଡିକ ଉପରେ ପଡ଼ିଛି। ଫଳରେ ଗତ ଏକ ବର୍ଷ ମଧ୍ୟରେ ବିଜୁଳି ଦର ପ୍ରାୟ ୬୩% ବଢ଼ିଥିବା ଜଣାପଡ଼ିଛି। ତେବେ ବିଜୁଳି ଦର ଆଗକୁ ବଢ଼ିବ କି ନାହିଁ ତାହା କମ୍ପାନୀଗୁଡିକର ଆଗାମୀ କାର୍ଯ୍ୟପନ୍ଥା ଉପରେ ନିର୍ଭର କରିବ। କାରଣ ଦର ବଢ଼ାଇବା ଲାଗି ସେମାନେ ନିୟାମକଙ୍କ ମଞ୍ଜୁରୀ ନେବାର ଆବଶ୍ୟକତା ରହିଛି।
ବଜାର ବିଶେଷଜ୍ଞଙ୍କ କହିବା ମୁତାବକ, କୋଇଲାର ଅଭାବ ଯୋଗୁ ଯଦି କୋଇଲା ଅଭାବ ଯୋଗୁ ବିଜୁଳି ଶକ୍ତିର ଅଭାବ ଦେଖାଯାଏ ତେବେ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାର ଚକା ଜାମ୍‌ ହୋଇପାରେ। ଅର୍ଦ୍ଧାଧିକ ପ୍ଲାଣ୍ଟରେ ଉତ୍ପାଦନ ଠପ୍‌ ହେବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ସରକାରୀ ତଥ୍ୟ ମୁତାବକ, ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶର ପାଓ୍ବାର ପ୍ଲାଣ୍ଟଗୁଡିକ ନିକଟରେ ହାରାହାରି ୪ ଦିନର କୋଇଲା ଗଚ୍ଛିତ ଥିଲା। ଏହା ବର୍ଷର ସବୁଠୁ ସର୍ବନିମ୍ନ ସ୍ତର। ଚଳିତ ବର୍ଷ ଅଗଷ୍ଟ ଆରମ୍ଭ ବେଳକୁ ପାଓ୍ବାର ପ୍ଲାଣ୍ଟଗୁଡିକରେ ପ୍ରାୟ ୧୩ ଦିନର କୋଇଲା ଗଚ୍ଛିତ ଥିଲା। କୋଇଲା ଅଭାବ ଯୋଗୁ ଆଲୁମିନିୟମ, ଷ୍ଟିଲ୍‌ ଶିଳ୍ପ ସମେତ ଅନ୍ୟ ଶିଳ୍ପକ୍ଷେତ୍ରରେ ଗ୍ରାହକଙ୍କୁ ମିଳୁଥିବା ସପ୍ଲାଇରେ ଏବେ ହ୍ରାସ କରାଯାଉଛି। କୋଭିଡ୍‌ କଟକଣା ହଟୁଥିବାରୁ ବର୍ତ୍ତମାନ ଆର୍ଥତ୍କ କାର୍ଯ୍ୟକଳାପ ବଢ଼ିଛି। ଫଳରେ ବିଜୁଳି ଚାହିଦାରେ ମଧ୍ୟ ପରିବର୍ତ୍ତନ ଆସିଛି। ଅପରପକ୍ଷରେ କୋଇଲା ଉତ୍ପାଦନ ହ୍ରାସ ହୋଇଥିବାରୁ ଏହା ସମସ୍ୟାକୁ ବଢ଼ାଇଛି।
ଦେଶରେ ଆବଶ୍ୟକ ହେଉଥିବା କୋଇଲାର ପ୍ରାୟ ତିନି ଚତୁର୍ଥାଂଶ ଘରୋଇ ବଜାରର ଖଣିଗୁଡିକ ଭରଣା କରିଥାନ୍ତି। ମାତ୍ର ବର୍ଷା ଯୋଗୁ ବର୍ତ୍ତମାନ ପରିବହନ ରୁଟ୍‌ ଗୁଡିକରେ ପାଣି ଭର୍ତ୍ତି ହୋଇଯାଇଛି। ନିଲାମ ପ୍ରକ୍ରିୟାରେ ଭାଗ ନେଇ ଅଧିକ ପ୍ରିମିୟମ ଦେବା କିମ୍ବା ବିଦେଶରୁ କୋଇଲା ଆମଦାନୀ କରିବା ଭଳି ଦ୍ୱିଧା କମ୍ପାନୀଗୁଡିକ ସାମ୍ନାରେ ରହିଛି। ବିଦେଶରୁ କୋଇଲା ଆମଦାନୀ ପାଇଁ କମ୍ପାନୀଗୁଡିକ ଅଧିକ ଅର୍ଥ ମଧ୍ୟ ପ୍ରଦାନ କରିବାକୁ ପଡୁଛି। ପାଓ୍ବାର ପ୍ଲାଣ୍ଟଗୁଡିକ ନିକଟରେ ଗଚ୍ଛିତ ଥିବା କୋଇଲା ପରିମାଣ ବର୍ତ୍ତମାନ ୮୧ ଲକ୍ଷ ଟନ୍‌ ରହିଛି। ଏହା ଗତ ବର୍ଷ ସେପ୍ଟେମ୍ବର ତୁଳନାରେ ପ୍ରାୟ ୭୬% କମ୍‌। ସେହିଭଳି ଇଣ୍ଡିଆନ ଏନର୍ଜି ଏକ୍ସଚେଞ୍ଜରେ କୋଇଲାର ବିଜୁଳି ଦର ହାରାହାରି ପ୍ରତି ୟୁନିଟ ବଢି ୪.୪ ଟଙ୍କା ଛୁଇଁଛି। ଏହା ଗତ ବର୍ଷ ତୁଳନାରେ ପ୍ରାୟ ୬୩% ଅଧିକ। କୋଲ ଇଣ୍ଡିଆ ପାଓ୍ବାର ପ୍ଲାଣ୍ଟଗୁଡିକୁ କୋଇଲା ଯୋଗାଣ କମାଇ ଦେଇଥିବା ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀଗୁଡିକ ଦାବି କରିଛନ୍ତି। କୋଇଲା ଖଣିଗୁଡିକରେ ପାଣି ଭରିଯିବା ଯୋଗୁ ପାଓ୍ବାର ପ୍ଲାଣ୍ଟଗୁଡିକୁ ଦୈନିକ କୋଇଲା ଯୋଗାଣ ୬୦ରୁ ୮୦ ଟନ୍‌ ରହିଥିବା କୋଇଲା ସଚିବ ଅନୀଲ କୁମାର ଜୈନ କହିଛନ୍ତି। ଝାଡ଼ଖଣ୍ଡ ଏବଂ ଧାନବାଦରେ ଗତ ମାସରେ ପ୍ରବଳ ବର୍ଷ ଯୋଗୁ ଉତ୍ପାଦନ ବିଗିଡ଼ିଯାଇଛି। ଅକ୍ଟୋବର ଦ୍ୱିତୀୟ ସପ୍ତାହ କୋଇଲା ଯୋଗାଣ ବଢ଼ିପାରେ। ମାତ୍ର ଷ୍ଟକର ପୁରୁଣା ସ୍ତରକୁ ଫେରିବା ଲାଗି ପାଓ୍ବାର ପ୍ଲାଣ୍ଟଗୁଡିକୁ କିଛି ସମୟ ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri