ପାଓ୍ବାର ପ୍ଲାଣ୍ଟରେ କୋଇଲା ଅଭାବ ଉତ୍କଟ

ନୂଆଦିଲ୍ଲୀ,୬।୧୦ – ଭାରତରେ ଚାଇନା ଭଳି ବିଦ୍ୟୁତ୍‌ ଶକ୍ତି ସଙ୍କଟ ଉପୁଜିବା ନେଇ ଆଶଙ୍କା କରାଯାଉଛି। ଏହା ଶକ୍ତି କ୍ଷେତ୍ରର କାର୍ଯ୍ୟକଳାପକୁ ଠପ୍‌ କରିପାରେ। ବିଜୁଳି ଉତ୍ପାଦନ ଲାଗି ପାଓ୍ବାର ପ୍ଲାଣ୍ଟଗୁଡ଼ିକରେ ବହୁତ କମ୍‌ କୋଇଲା ଗଚ୍ଛିତ ରହିଛି। ଭାରତ ଉତ୍ପାଦନ କରୁଥିବା ପ୍ରାୟ ୭୦% ବିଜୁଳି କୋଇଲା ବ୍ୟବହାର ଦ୍ୱାରା ପ୍ରସ୍ତୁତ ହେଉଛି। କୋଇଲା ଅଭାବ ଯୋଗୁ ଏହାର ପ୍ରଭାବ କମ୍ପାନୀଗୁଡିକ ଉପରେ ପଡ଼ିଛି। ଫଳରେ ଗତ ଏକ ବର୍ଷ ମଧ୍ୟରେ ବିଜୁଳି ଦର ପ୍ରାୟ ୬୩% ବଢ଼ିଥିବା ଜଣାପଡ଼ିଛି। ତେବେ ବିଜୁଳି ଦର ଆଗକୁ ବଢ଼ିବ କି ନାହିଁ ତାହା କମ୍ପାନୀଗୁଡିକର ଆଗାମୀ କାର୍ଯ୍ୟପନ୍ଥା ଉପରେ ନିର୍ଭର କରିବ। କାରଣ ଦର ବଢ଼ାଇବା ଲାଗି ସେମାନେ ନିୟାମକଙ୍କ ମଞ୍ଜୁରୀ ନେବାର ଆବଶ୍ୟକତା ରହିଛି।
ବଜାର ବିଶେଷଜ୍ଞଙ୍କ କହିବା ମୁତାବକ, କୋଇଲାର ଅଭାବ ଯୋଗୁ ଯଦି କୋଇଲା ଅଭାବ ଯୋଗୁ ବିଜୁଳି ଶକ୍ତିର ଅଭାବ ଦେଖାଯାଏ ତେବେ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାର ଚକା ଜାମ୍‌ ହୋଇପାରେ। ଅର୍ଦ୍ଧାଧିକ ପ୍ଲାଣ୍ଟରେ ଉତ୍ପାଦନ ଠପ୍‌ ହେବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ସରକାରୀ ତଥ୍ୟ ମୁତାବକ, ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶର ପାଓ୍ବାର ପ୍ଲାଣ୍ଟଗୁଡିକ ନିକଟରେ ହାରାହାରି ୪ ଦିନର କୋଇଲା ଗଚ୍ଛିତ ଥିଲା। ଏହା ବର୍ଷର ସବୁଠୁ ସର୍ବନିମ୍ନ ସ୍ତର। ଚଳିତ ବର୍ଷ ଅଗଷ୍ଟ ଆରମ୍ଭ ବେଳକୁ ପାଓ୍ବାର ପ୍ଲାଣ୍ଟଗୁଡିକରେ ପ୍ରାୟ ୧୩ ଦିନର କୋଇଲା ଗଚ୍ଛିତ ଥିଲା। କୋଇଲା ଅଭାବ ଯୋଗୁ ଆଲୁମିନିୟମ, ଷ୍ଟିଲ୍‌ ଶିଳ୍ପ ସମେତ ଅନ୍ୟ ଶିଳ୍ପକ୍ଷେତ୍ରରେ ଗ୍ରାହକଙ୍କୁ ମିଳୁଥିବା ସପ୍ଲାଇରେ ଏବେ ହ୍ରାସ କରାଯାଉଛି। କୋଭିଡ୍‌ କଟକଣା ହଟୁଥିବାରୁ ବର୍ତ୍ତମାନ ଆର୍ଥତ୍କ କାର୍ଯ୍ୟକଳାପ ବଢ଼ିଛି। ଫଳରେ ବିଜୁଳି ଚାହିଦାରେ ମଧ୍ୟ ପରିବର୍ତ୍ତନ ଆସିଛି। ଅପରପକ୍ଷରେ କୋଇଲା ଉତ୍ପାଦନ ହ୍ରାସ ହୋଇଥିବାରୁ ଏହା ସମସ୍ୟାକୁ ବଢ଼ାଇଛି।
ଦେଶରେ ଆବଶ୍ୟକ ହେଉଥିବା କୋଇଲାର ପ୍ରାୟ ତିନି ଚତୁର୍ଥାଂଶ ଘରୋଇ ବଜାରର ଖଣିଗୁଡିକ ଭରଣା କରିଥାନ୍ତି। ମାତ୍ର ବର୍ଷା ଯୋଗୁ ବର୍ତ୍ତମାନ ପରିବହନ ରୁଟ୍‌ ଗୁଡିକରେ ପାଣି ଭର୍ତ୍ତି ହୋଇଯାଇଛି। ନିଲାମ ପ୍ରକ୍ରିୟାରେ ଭାଗ ନେଇ ଅଧିକ ପ୍ରିମିୟମ ଦେବା କିମ୍ବା ବିଦେଶରୁ କୋଇଲା ଆମଦାନୀ କରିବା ଭଳି ଦ୍ୱିଧା କମ୍ପାନୀଗୁଡିକ ସାମ୍ନାରେ ରହିଛି। ବିଦେଶରୁ କୋଇଲା ଆମଦାନୀ ପାଇଁ କମ୍ପାନୀଗୁଡିକ ଅଧିକ ଅର୍ଥ ମଧ୍ୟ ପ୍ରଦାନ କରିବାକୁ ପଡୁଛି। ପାଓ୍ବାର ପ୍ଲାଣ୍ଟଗୁଡିକ ନିକଟରେ ଗଚ୍ଛିତ ଥିବା କୋଇଲା ପରିମାଣ ବର୍ତ୍ତମାନ ୮୧ ଲକ୍ଷ ଟନ୍‌ ରହିଛି। ଏହା ଗତ ବର୍ଷ ସେପ୍ଟେମ୍ବର ତୁଳନାରେ ପ୍ରାୟ ୭୬% କମ୍‌। ସେହିଭଳି ଇଣ୍ଡିଆନ ଏନର୍ଜି ଏକ୍ସଚେଞ୍ଜରେ କୋଇଲାର ବିଜୁଳି ଦର ହାରାହାରି ପ୍ରତି ୟୁନିଟ ବଢି ୪.୪ ଟଙ୍କା ଛୁଇଁଛି। ଏହା ଗତ ବର୍ଷ ତୁଳନାରେ ପ୍ରାୟ ୬୩% ଅଧିକ। କୋଲ ଇଣ୍ଡିଆ ପାଓ୍ବାର ପ୍ଲାଣ୍ଟଗୁଡିକୁ କୋଇଲା ଯୋଗାଣ କମାଇ ଦେଇଥିବା ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀଗୁଡିକ ଦାବି କରିଛନ୍ତି। କୋଇଲା ଖଣିଗୁଡିକରେ ପାଣି ଭରିଯିବା ଯୋଗୁ ପାଓ୍ବାର ପ୍ଲାଣ୍ଟଗୁଡିକୁ ଦୈନିକ କୋଇଲା ଯୋଗାଣ ୬୦ରୁ ୮୦ ଟନ୍‌ ରହିଥିବା କୋଇଲା ସଚିବ ଅନୀଲ କୁମାର ଜୈନ କହିଛନ୍ତି। ଝାଡ଼ଖଣ୍ଡ ଏବଂ ଧାନବାଦରେ ଗତ ମାସରେ ପ୍ରବଳ ବର୍ଷ ଯୋଗୁ ଉତ୍ପାଦନ ବିଗିଡ଼ିଯାଇଛି। ଅକ୍ଟୋବର ଦ୍ୱିତୀୟ ସପ୍ତାହ କୋଇଲା ଯୋଗାଣ ବଢ଼ିପାରେ। ମାତ୍ର ଷ୍ଟକର ପୁରୁଣା ସ୍ତରକୁ ଫେରିବା ଲାଗି ପାଓ୍ବାର ପ୍ଲାଣ୍ଟଗୁଡିକୁ କିଛି ସମୟ ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଆଇସିର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’: ଆଜୀବନ ଗ୍ୟାରେଣ୍ଟିଯୁକ୍ତ ଆୟ ସହ ମିଳିବ…

ନୂଆଦିଲ୍ଲୀ,୧।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମର...

୨ୟ ତ୍ରୈମାସକରେ ଜିଡିପି ଅଭିବୃଦ୍ଧି ୭.୬%

ନୂଆଦିଲ୍ଲୀ,୧।୧୨ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସକ (ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକ)ରେ ଦେଶର ଆର୍ଥିକ ଅଭିବୃଦ୍ଧି (ଜିଡିପି) ୭.୬% ରହିଛି। ଏପରିକି ଗତ...

ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ହିମାଳୟାନ ଉନ୍ମୋଚିତ: ଆକର୍ଷଣୀୟ ଡିଜାଇନିଂ ସହ ରହିଛି…

ନୂଆଦିଲ୍ଲୀ,୧।୧୨: ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ହିମାଳୟାନ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଅଧିକ ପାୱାର...

ପୁଣି ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୧୨: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଥିଲା ଏବଂ ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରରେ...

Tata Tech IPO Listing: ନିବେଶକ ହେଲେ ମାଲାମାଲ, ୧୪୦% ପ୍ରିମିୟମ ସହ ଲିଷ୍ଟିଂ ଟାଟା ଟେକ୍ନୋଲୋଜି

ମୁମ୍ବାଇ,୩୦ା୧୧: ଦେଶର ଅନ୍ୟତମ ସମ୍ମାନଜନକ ବ୍ୟବସାୟ ଗୋଷ୍ଠୀ ଟାଟା ଗ୍ରୁପର ଆଇପିଓ ଗୁରୁବାର ସେୟାର ମାର୍କେଟରେ ତାଲିକାଭୁକ୍ତ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ଅର୍ଥାତ୍ ୨୦...

ଗୋଲ୍ଡ ଇଜ୍‌ ଓଲ୍ଡ! ବିବାହ ଋତୁରେ ଚାଲିଛି ପ୍ଲାଟିନମର କ୍ରେଜ୍‌

ନୂଆଦିଲ୍ଲୀ,୩୦।୧୧: ଦେଶରେ ଆରମ୍ଭ ହୋଇଛି ବିବାହ ଋତୁ। ବିବାହ ସିଜନକୁ ଦେଖି ସୁନା-ରୁପା ଅଳଙ୍କାରରେ ରେକର୍ଡସ୍ତରୀୟ ବ୍ୟବସାୟ ଦେଖିବାକୁ ମିଳୁଛି। ମାର୍କେଟରେ ସୁନା ଦର ୪୨ହଜାର...

ଏଆଇବିଇଏର ତ୍ରୈବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ବ୍ୟାଙ୍କ ଶିଳ୍ପରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଦବୀ ପୂରଣ ପାଇଁ ଦାବି କରାଯିବା ସହ ଠିକା ବା ଆଉଟସୋର୍ସିଂରେ ନିଯୁକ୍ତି ପ୍ରଦାନକୁ ନିଖିଳ...

ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୩୦।୧୧: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ କଟକର ବହୁ ପ୍ରତୀକ୍ଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri