ରୋଷେଇ ପୁଣି ଘରେ ମହଙ୍ଗା ମାଡ଼…

ନୂଆଦିଲ୍ଲୀ,୬।୧୦: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼ ହୋଇଛି। ଘରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସିଲିଣ୍ଡର ଦାମ୍‌ ପୁଣି ବଢ଼ିଛି। ୧୪.୨ କିଲୋଗ୍ରାମ୍‌ ସିଲଣ୍ଡର ଦାମ୍‌ ୧୫ ଟଙ୍କା ବଢ଼ିଛି। ଫଳରେ ଏବେ ଏହାର ଦାମ୍‌ ଦିଲ୍ଲୀ-ମୁମ୍ବାଇରେ ୮୯୯.୫୦ ଟଙ୍କା ଛୁଇଁଛି। ପୂର୍ବରୁ ଏହା ୮୮୪.୫୦ ଟଙ୍କା ଥିଲା। ସେହିପରି ୫ କିଲୋଗ୍ରାମ୍‌ ସିଲିଣ୍ଡର ଦାମ୍‌ ୫୦୨ ଟଙ୍କା ହୋଇଛି। ବିହାର ପାଟନାରେ ଏବେ ଏହା ଦାମ୍‌ ବଢ଼ି ୯୯୮ ଟଙ୍କାରେ ପହଞ୍ଚିଛି।

ଚଳିତବର୍ଷ ଜାନୁୟାରୀରେ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୬୯୪ ଟଙ୍କା ଥିଲା। ସେପ୍ଟେମ୍ବର ୧ରେ ଏହା ୮୮୪ ଟଙ୍କାରେ ପହଞ୍ଚିଥିଲା। ଜାନୁୟାରୀଠାରୁ ୮ ମାସ ମଧ୍ୟରେ ଗ୍ୟାସ୍‌ ସିଲିଣ୍ଡର ୧୯୦ ଟଙ୍କା ମହଙ୍ଗା ହୋଇଛି।

ଅପରପକ୍ଷରେ କମର୍ସିଆଲ ଭାବେ ବ୍ୟବହୃତ ହେଉଥିବା ୧୯ କିଲୋଗ୍ରାମ୍‌ ସିଲିଣ୍ଡର ଦାମ୍‌ ବିଲ୍ଲୀରେ ୧୬୭୩ ଟଙ୍କାରୁ ୧୭୩୬.୫୦ ଟଙ୍କାକୁ ବୃଦ୍ଧି ହୋଇଛି। କୋଲକାତାରେ ଏହା ୧୮୦୫.୫୦ ଟଙ୍କା, ମୁମ୍ବାଇରେ ୧୬୮୫ ଟଙ୍କା ଏବଂ ଚେନ୍ନାଇରେ ୧୮୬୭.୫୦ ଟଙ୍କାରେ ପହଞ୍ଚିଛି।

ସୂଚନାଯୋଗ୍ୟ, ସରକାରଙ୍କ ଅନୁରୋଧ ପରେ ବହୁ ମଧ୍ୟମ ବର୍ଗର ଲୋକେ ସବସିଡ୍‌ ଛାଡ଼ି ଦେଇଥିଲେ। ଏହା ଦ୍ୱାରା ଗରିବଙ୍କ ଘରେ ଚୂଲା ଜଳିବ ବୋଲି ସରକାର କହିଥିଲେ। ମାତ୍ର ସବସିଡ୍‌ ଛାଡ଼ିଥିବା ମଧ୍ୟମ ବର୍ଗ, ନିମ୍ନ ମଧ୍ୟମ ବର୍ଗର ଲୋକେ ଏବେ ବଢ଼ନ୍ତା ଗ୍ୟାସ୍‌ ସିଲିଣ୍ଡର ଆଗରେ କିଂକର୍ତ୍ତବ୍ୟମୂଢ଼ ହୋଇ ଯାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri