ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକ

ନବରଙ୍ଗପୁର,୨୧।୪(ବି.ପ୍ର.): ନବରଙ୍ଗପୁରରେ ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକ। ଏଠାରେ ସରକାରୀ ନିୟମର ଖୋଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି l ଏପରିକି ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ମାତ୍ର ୨୦୦ ମିଟର ଦୂରରେ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଶ୍ରମିକ ନିୟୋଜିତ ହୋଇ କାର୍ଯ୍ୟ କରୁଛନ୍ତି।
ସରକାର ପ୍ରଚଣ୍ଡ ଖରାକୁ ନେଇ ଶ୍ରମିକଙ୍କ କାମ କରିବାର ଏକ ସମୟ ସାରଣୀ (ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ଶାରୀରିକ କାର୍ଯ୍ୟ ନ କରିବା ପାଇଁ) ପ୍ରସ୍ତୁତ କରି ଜିଲାର ଶ୍ରମ ବିଭାଗକୁ ଦେଇଥିଲେ। କିନ୍ତୁ ତାହାର ତଦାରଖ ଠିକ୍‌ରେ ହୋଇ ପାରୁ ନାହିଁ। ନବରଙ୍ଗପୁର ନୂଆବନ୍ଧ ସାହିରୁ କଲେଜ ରାସ୍ତା ନିର୍ମାଣ କାମ ପୂର୍ତ୍ତ ବିଭାଗ କରୁଛି। ଉକ୍ତ କାମରେ ଦିନ ୧୨ଟା ୩୦ରେ ଶ୍ରମିକମାନେ ନିର୍ମାଣାଧୀନ ବ୍ରିଜ କାମରେ ନିୟୋଜିତ ହୋଇ ରଡ ବାନ୍ଧୁଥିବା ଦେଖିବାକୁ ମିଳିଛି। ସେହିଭଳି ଡ୍ରେନ ଓ ଘର ନିର୍ମାଣ କାର୍ଯ୍ୟରେ ଶ୍ରମିକ ନିୟୋଜିତ ହୋଇ ଦିନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ଏକ ଘଣ୍ଟାର ବିଶ୍ରାମ ପରେ ପୁଣି ଅପରାହ୍ନ ୩ ଟାରୁ ସା ପର୍ଯ୍ୟନ୍ତ କାମ କରୁଥିବା ଶ୍ରମିକମାନେ ମତ ରଖିଛନ୍ତି, ଯାହାକୁ ନେଇ ଜିଲା ଶ୍ରମ ବିଭାଗର ତଦାରଖ ଉପରେ ଅଙ୍ଗୁଳି ଉଠୁଛି। ଏନେଇ ନବରଙ୍ଗପୁର ମଣ୍ଡଳ ଶ୍ରମ ଆୟୁକ୍ତ କୁବେର ବେହେରାଙ୍କୁ ପଚାରିବାରୁ ପ୍ରାକୃତିକ ବିପର୍ଯ୍ୟାୟ ପରିଚାଳନା ପାଇଁ ଜିଲା ପ୍ରଶାସନ, ତହସିଲଦାର ଓ ବିଡିଓଙ୍କ ଦାୟିତ୍ୱ ରହିଛି। ଶ୍ରମ ବିଭାଗ ତାଗିଦା କରିବା ସହ ଏକ ରିପୋର୍ଟ ପ୍ରଶାସନଙ୍କୁ ପ୍ରଦାନ କରିବେ। ଏହା ଉପରେ ତହସିଲଦାରମାନେ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକତା ରହିଛି। ଗୁରୁବାର ଏକ ବୈଠକ କରାଯାଇଛି। ଏକ ଟିମ୍‌ ଗଠନ ହେବ। ଉକ୍ତ ଟିମ୍‌ କ୍ଷେତ୍ର ପରିଦର୍ଶନ କରିବେ। ସରକାରୀ ନିର୍ମାଣ ଓ ଉନ୍ନୟନ କାର୍ଯ୍ୟରେ ଠିକାଦାରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ, ନିର୍ବାହୀ, ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସିଧାସଳଖ ସମ୍ପର୍କ ରହୁଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ଓ ସରକାରୀ ନିର୍ଦ୍ଦେଶାନୁଯାୟୀ ସମସ୍ତ ବିଭାଗକୁ ମଧ୍ୟ ଅବଗତ କରାଯାଇଛି। ତଥାପି ସରକାରଙ୍କ ନିର୍ଦ୍ଧାରିତ ସମୟକୁ ଖିଲାପ କରି ଗ୍ରୀଷ୍ମ ପ୍ରବାହ ସମୟରେ ଯଦି ସରକାରୀ ଓ ବେସରକାରୀ କାର୍ଯ୍ୟ ହେଉଥିବ ତେବେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?