ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ବଣର ରାଜା ସିଂହ ଅଚିନ୍ତା ନିଦରେ ଶୋଇଥିବା ବେଳେ ପଛରୁ ଛପିଛପି ଏକ କୋକିଶିଆଳି ଆସି ସିଂହର ଲାଞ୍ଜକୁ ପାଟିରେ ଟାଣି ଦେଇ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ପରେ ସିଂହ ଉଠି ଚାରିପଟକୁ ଚାହୁଁଛି ମାତ୍ର କାହାକୁ ପାଉନାହିଁ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ଲେଖିଛନ୍ତି, ‘ରାଜାଙ୍କ ଲାଞ୍ଜ ପାଇଁ ଏହା ସହଜ ନୁହେଁ’ । ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
It’s not even easy to be a kings tail☺️ pic.twitter.com/iDiWLOdLqr
— Susanta Nanda IFS (@susantananda3) April 24, 2021