ଅପହରଣ ନାଟକ ରଚିଲେ ନାବାଳକ: ପୋଲିସ ନାକେଦମ୍‌

ଡେରାବିଶ,୫।୩(ସ୍ବ.ପ୍ର.): ମା’ବାପାଙ୍କ ଅତ୍ୟାଧିକ ସ୍ନେହ ଯୋଗୁ ପିଲାମାନେ କିପରି ବାଟ ହୁଡୁଛନ୍ତି ତା’ର ଏକ ଉଦାହରଣ ଡେରାବିଶରେ ଦେଖିବାକୁ ମିଳିଛି। ଡେରାବିଶ ଥାନା ଅଞ୍ଚଳର ଜଣେ ନାବାଳକ(୧୭) ବାପାଙ୍କ ଏଟିଏମ୍‌ କାର୍ଡ ନେଇ ୭୮ ହଜାର ଟଙ୍କା ଉଠାଇ ସାଙ୍ଗମାନଙ୍କ ସହ ମିଶି ଖର୍ଚ୍ଚ କରି ଦେଇଥିଲେ। ମା’ବାପା ଏକଥା ଜାଣିବା ପରେ ଘରେ ଅଶାନ୍ତି ସୃଷ୍ଟି ହୋଇଥିଲା ା ପରିବାର ଲୋକଙ୍କ ରୋଷରୁ ବର୍ତ୍ତିବାକୁ ନାବାଳକ ଜଣକ ବୁଧବାର ରାତିରେ ନିଜକୁ ଅପହରଣ କରି ନିଆଯାଇଥିବା ନାଟକ ରଚିଥିଲେ। ବୁଧବାର ରାତି ୮ଟା ୪୫ରେ ଥାନା ଆଇଆଇସି ଉମାକାନ୍ତ ନାୟକଙ୍କ ପାଖକୁ ନାବାଳକଙ୍କ ବାପା ଫୋନ୍‌ କରି ତାଙ୍କ ପୁଅକୁ କେହି ଅପହରଣ କରି ନେଇଯାଇଥିବା ଜଣାଇଥିଲେ। ଆଇଆଇସି ନାୟକ ପୋଲିସ୍‌ ଟିମ୍‌ ସହ ନାବାଳକଙ୍କ ଗଁାରେ ପହଞ୍ଚତ୍ ଥିଲେ। ସେଠାରେ ଚାବି ଲାଗିଥିବା ଏକ ବାଇକ୍‌କୁ ଉଦ୍ଧାର କରିଥିଲେ। ନାବାଳକଙ୍କୁ କେହି ଅପହରଣ କରି ନେଇଥିବା ତାଙ୍କ ମୋବାଇଲ୍‌ରୁ ଜଣେ ସାଙ୍ଗଙ୍କ ପାଖକୁ ମେସେଜ୍‌ ଆସିଥିବା ପୋଲିସ ଦେଖିଥିଲା। ଏହି ଘଟଣାକୁ ନେଇ ପୋଲିସ ଏସ୍‌ପି ମଡ଼କର ସନ୍ଦୀପ ସମ୍ପଦଙ୍କୁ ଜଣାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ନାବାଳକଙ୍କ ଫୋନ୍‌କୁ ଟ୍ରାକିଂ କରାଯାଇଥିଲା ା ପରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଭାକୁଡ଼ରେ ନାବାଳକ ଥିବା ପୋଲିସ ଜାଣିବାକୁ ପାଇଥିଲା। ଆଇଆଇସି ନାୟକଙ୍କ ନେତୃତ୍ୱରେ ୫ ପୋଲିସ ଅଧିକାରୀ ଭାକୁଡ଼ାଠାରେ ପହଞ୍ଚତ୍ ଥିଲେ। ନାବାଳକ ଜଣକ ପୋଲିସ ଗାଡ଼ି ଦେଖି ଦୌଡିବାକୁ ଲାଗିଥିଲେ। ନାବାଳକଙ୍କୁ ପୋଲିସ କାବୁ କରିବା ପରେ ତାଙ୍କୁ ଏକ ବୋଲେରୋରେ କେହି ଅପହରଣ କରି ନେଇଥିଲେ, ଭାକୁଡ଼ ଛକରେ ଗାଡ଼ିରୁ ପେଲି ଦ୍ରୁତଗତିରେ ଚଣ୍ଡିଖୋଲ ଆଡ଼କୁ ପଳାଇଥିବା ସେ କହିଥିଲେ। ପୋଲିସ ବୋଲୋର ପିଛା କରି କୌଣସି ସନ୍ଧାନ ନ ପାଇବାରୁ ନାବାଳକଙ୍କୁ ଧରି ଥାନାକୁ ଫେରିଥିଲା। ନାବାଳକ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା। ଏ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବାରୁ ସେ ସତ କ’ଣ ପୋଲିସ୍‌ ଆଗରେ କହିଥିଲେ। ବାପାଙ୍କ ଏଟିଏମ୍‌ରୁ ପ୍ରଥମେ ସେ ୩୭ ଓ ପରେ ୪୦ ହଜାର ଟଙ୍କା ଉଠାଇ ସାଙ୍ଗମାନଙ୍କ ସହ ମିଶି ଖର୍ଚ୍ଚ କରି ଦେଇଥିଲେ। ଏ ବିଷୟ ମା’ବାପା ଜାଣିଯିବାରୁ କ୍ରୋଧରୁ ବଞ୍ଚତ୍ବାକୁ ରାତିରେ ବାଇକ୍‌ ଧରି ଘର ପାଖ ବଜାରକୁ ଆସିଥିଲେ। ସେଠାରେ ବାଇକ୍‌କୁ ଛାଡି ଏକ ବୋଲେରୋ ଲିପ୍ଟ ମାଗି ଚଣ୍ଡିଖୋଲ ପଳାଇ ଯାଇଥିଲେ। ପରେ ତାଙ୍କ ମୋବାଇଲ୍‌ରୁ ଜଣେ ସାଙ୍ଗକୁ ଅପହରଣ ମେସେଜ୍‌ ଦେଇ ମୋବାଇଲକୁ ସୁଇଚ୍‌ ଅଫ୍‌ କରି ଦେଇଥିବା ସେ ପୋଲିସ୍‌ ଆଗରେ ସ୍ବୀକାର କରିଥିଲେ। ଏଭଳି ଘଟଣା ପାଇଁ ପୋଲିସ ରାତିସାରା ଅନିଦ୍ରା ହୋଇ ନାକେଦମ୍‌ ହେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri