ଅପହରଣ ନାଟକ ରଚିଲେ ନାବାଳକ: ପୋଲିସ ନାକେଦମ୍‌

ଡେରାବିଶ,୫।୩(ସ୍ବ.ପ୍ର.): ମା’ବାପାଙ୍କ ଅତ୍ୟାଧିକ ସ୍ନେହ ଯୋଗୁ ପିଲାମାନେ କିପରି ବାଟ ହୁଡୁଛନ୍ତି ତା’ର ଏକ ଉଦାହରଣ ଡେରାବିଶରେ ଦେଖିବାକୁ ମିଳିଛି। ଡେରାବିଶ ଥାନା ଅଞ୍ଚଳର ଜଣେ ନାବାଳକ(୧୭) ବାପାଙ୍କ ଏଟିଏମ୍‌ କାର୍ଡ ନେଇ ୭୮ ହଜାର ଟଙ୍କା ଉଠାଇ ସାଙ୍ଗମାନଙ୍କ ସହ ମିଶି ଖର୍ଚ୍ଚ କରି ଦେଇଥିଲେ। ମା’ବାପା ଏକଥା ଜାଣିବା ପରେ ଘରେ ଅଶାନ୍ତି ସୃଷ୍ଟି ହୋଇଥିଲା ା ପରିବାର ଲୋକଙ୍କ ରୋଷରୁ ବର୍ତ୍ତିବାକୁ ନାବାଳକ ଜଣକ ବୁଧବାର ରାତିରେ ନିଜକୁ ଅପହରଣ କରି ନିଆଯାଇଥିବା ନାଟକ ରଚିଥିଲେ। ବୁଧବାର ରାତି ୮ଟା ୪୫ରେ ଥାନା ଆଇଆଇସି ଉମାକାନ୍ତ ନାୟକଙ୍କ ପାଖକୁ ନାବାଳକଙ୍କ ବାପା ଫୋନ୍‌ କରି ତାଙ୍କ ପୁଅକୁ କେହି ଅପହରଣ କରି ନେଇଯାଇଥିବା ଜଣାଇଥିଲେ। ଆଇଆଇସି ନାୟକ ପୋଲିସ୍‌ ଟିମ୍‌ ସହ ନାବାଳକଙ୍କ ଗଁାରେ ପହଞ୍ଚତ୍ ଥିଲେ। ସେଠାରେ ଚାବି ଲାଗିଥିବା ଏକ ବାଇକ୍‌କୁ ଉଦ୍ଧାର କରିଥିଲେ। ନାବାଳକଙ୍କୁ କେହି ଅପହରଣ କରି ନେଇଥିବା ତାଙ୍କ ମୋବାଇଲ୍‌ରୁ ଜଣେ ସାଙ୍ଗଙ୍କ ପାଖକୁ ମେସେଜ୍‌ ଆସିଥିବା ପୋଲିସ ଦେଖିଥିଲା। ଏହି ଘଟଣାକୁ ନେଇ ପୋଲିସ ଏସ୍‌ପି ମଡ଼କର ସନ୍ଦୀପ ସମ୍ପଦଙ୍କୁ ଜଣାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ନାବାଳକଙ୍କ ଫୋନ୍‌କୁ ଟ୍ରାକିଂ କରାଯାଇଥିଲା ା ପରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଭାକୁଡ଼ରେ ନାବାଳକ ଥିବା ପୋଲିସ ଜାଣିବାକୁ ପାଇଥିଲା। ଆଇଆଇସି ନାୟକଙ୍କ ନେତୃତ୍ୱରେ ୫ ପୋଲିସ ଅଧିକାରୀ ଭାକୁଡ଼ାଠାରେ ପହଞ୍ଚତ୍ ଥିଲେ। ନାବାଳକ ଜଣକ ପୋଲିସ ଗାଡ଼ି ଦେଖି ଦୌଡିବାକୁ ଲାଗିଥିଲେ। ନାବାଳକଙ୍କୁ ପୋଲିସ କାବୁ କରିବା ପରେ ତାଙ୍କୁ ଏକ ବୋଲେରୋରେ କେହି ଅପହରଣ କରି ନେଇଥିଲେ, ଭାକୁଡ଼ ଛକରେ ଗାଡ଼ିରୁ ପେଲି ଦ୍ରୁତଗତିରେ ଚଣ୍ଡିଖୋଲ ଆଡ଼କୁ ପଳାଇଥିବା ସେ କହିଥିଲେ। ପୋଲିସ ବୋଲୋର ପିଛା କରି କୌଣସି ସନ୍ଧାନ ନ ପାଇବାରୁ ନାବାଳକଙ୍କୁ ଧରି ଥାନାକୁ ଫେରିଥିଲା। ନାବାଳକ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା। ଏ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବାରୁ ସେ ସତ କ’ଣ ପୋଲିସ୍‌ ଆଗରେ କହିଥିଲେ। ବାପାଙ୍କ ଏଟିଏମ୍‌ରୁ ପ୍ରଥମେ ସେ ୩୭ ଓ ପରେ ୪୦ ହଜାର ଟଙ୍କା ଉଠାଇ ସାଙ୍ଗମାନଙ୍କ ସହ ମିଶି ଖର୍ଚ୍ଚ କରି ଦେଇଥିଲେ। ଏ ବିଷୟ ମା’ବାପା ଜାଣିଯିବାରୁ କ୍ରୋଧରୁ ବଞ୍ଚତ୍ବାକୁ ରାତିରେ ବାଇକ୍‌ ଧରି ଘର ପାଖ ବଜାରକୁ ଆସିଥିଲେ। ସେଠାରେ ବାଇକ୍‌କୁ ଛାଡି ଏକ ବୋଲେରୋ ଲିପ୍ଟ ମାଗି ଚଣ୍ଡିଖୋଲ ପଳାଇ ଯାଇଥିଲେ। ପରେ ତାଙ୍କ ମୋବାଇଲ୍‌ରୁ ଜଣେ ସାଙ୍ଗକୁ ଅପହରଣ ମେସେଜ୍‌ ଦେଇ ମୋବାଇଲକୁ ସୁଇଚ୍‌ ଅଫ୍‌ କରି ଦେଇଥିବା ସେ ପୋଲିସ୍‌ ଆଗରେ ସ୍ବୀକାର କରିଥିଲେ। ଏଭଳି ଘଟଣା ପାଇଁ ପୋଲିସ ରାତିସାରା ଅନିଦ୍ରା ହୋଇ ନାକେଦମ୍‌ ହେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?