ଉଜୁଡ଼ିପାରେ ରବି ଫସଲ

ଭୁବନେଶ୍ୱର,୨୧ା୧(ବ୍ୟୁରୋ):ବର୍ଷା ନ ହେବାରୁ ରାଜ୍ୟରେ ଖରିଫ ଫସଲ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ପଶ୍ଚିମା ବାୟୁ ପ୍ରବାହ ଧୋକା ଦେବାରୁ ରାଜ୍ୟରେ ବର୍ଷା ହେଉନାହିଁି। ଫଳରେ ଡାଲିଜାତୀୟ ଓ ତୈଳବୀଜ ଫସଲ ତଥା ବାଦାମ, ମୁଗ, ବିରି, କୋଳଥ, ସୂର୍ଯ୍ୟମୁଖୀ, ସୋରିଷ, ମାଣ୍ଡିଆ, ଯଅ, ବାଜରା ଭଳି ଫସଲ ଉଜୁଡ଼ିଯାଇପାରେ। ଅକ୍ଟୋବରରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ନଭେମ୍ବରରୁ ୨୦୨୧ ଜାନୁୟାରୀ ୨୦ ମଧ୍ୟରେ ଟୋପାଏ ବର୍ଷା ନାହିଁ। ତେବେ ଆଗାମୀ ଦିନରେ ମଧ୍ୟ ବର୍ଷାର କୌଣସି ଆକାର ଦେଖାଯାଉ ନାହିଁ।
ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ଡିସେମ୍ବରରେ ରାଜ୍ୟରେ ୫୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ୨୦୧୯ ଡିସେମ୍ବରରେ ୧.୯ ମିଲିମିଟର ବର୍ଷା ହୋଇଥିବା ବେଳେ ଜାନୁୟାରୀରେ ୧.୩ ମିଲିମିଟର ଏବଂ ୨୦୨୦ ଜାନୁୟାରୀରେ ୧୬.୩ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ନଭେମ୍ବରରୁ ରାଜ୍ୟକୁ ପଶ୍ଚିମା ବାୟୁ ପ୍ରବାହ ହୋଇଥାଏ। ଏହାର ପ୍ରଭାବରେ ଓଡ଼ିଶା ଏବଂ ଛତିଶଗଡ଼ ଉପରେ ଟ୍ରପ୍‌ଲାଇନ ସୃଷ୍ଟି ହୁଏ। ଫଳରେ ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ରାଜ୍ୟରେ ବର୍ଷା ହୋଇଥାଏ। ଏହାଛଡ଼ା ଏହି ସମୟରେ ତାମିଲନାଡୁ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥାଏ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥାଏ। ଏହି ବର୍ଷା ଖରିଫ ଫସଲ ପାଇଁ ଲାଭଦାୟକ ହୋଇଥାଏ। ମୁଗ, ବିରି ଫସଲଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫସଲ ଭଲ ହୋଇଥାଏ। ତେବେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଗତ ୩ ମାସ ମଧ୍ୟରେ ଟୋପାଏ ବର୍ଷା ନ ଥିବାରୁ ତୈଳବୀଜ ଓ ଡାଲିଜାତୀୟ ଫସଲକୁ ପ୍ରଭାବିତ କରିବ ବୋଲି କୃଷି ବିଜ୍ଞାନୀ ଆଶଙ୍କା କରିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷି ପାଣିପାଗବିତ୍‌ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଅକ୍ଟୋବର ପୂର୍ବରୁ ଯେଉଁମାନେ ଡାଲି ଜାତୀୟ ଓ ତୈଳବୀଜ ଫସଲ କରିଛନ୍ତି, ସେଗୁଡିିକ କିଛିମାତ୍ରାରେ ଉପତ୍ାଦନ ହେଲେ ମଧ୍ୟ ନଭେମ୍ବରରେ ବୁଣାଯାଇଥିବା ଫଲସ ଉପତ୍ାଦନ କମିବ। ବିରି ଓ ମୁଗ ଫସଲ ଭଲ ଫୁଲ ଓ ଫଳ ଧରିବ ନାହିଁ। ଉପତ୍ାଦନ ଗୁରୁତର ଭାବେ ପ୍ରଭାବିତ ହୋଇପାରେ। ଅନ୍ୟପକ୍ଷରେ ଚଳିତ ବର୍ଷ ନ ହେବାରୁ ଶୀତ ମଧ୍ୟ ଆଶାନୁରୂପ ହୋଇନାହିଁ। ଅଧିକ ଦିନ ଶୀତ ନ ଥିବାରୁ ଡାଲିଜାତୀୟ ଫସଲ ପାଇଁ ଆବଶ୍ୟକ ହେଉଥିବା କାକର ମଧ୍ୟ ମିଳୁ ନାହିଁ। ଫଳରେ ଉଚ୍ଚ ଜମିଗୁଡ଼ିକରେ ଡାଲିଜାତୀୟ ଫସଲ ବିଶେଷ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ରାଜ୍ୟ ସରକାର ଚଳିତ ବର୍ଷ ରବି ଋତୁରେ ୨୦ ଲକ୍ଷ ମେଟ୍ରିିକ ଟନ୍‌ ଶସ୍ୟ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ବର୍ଷା ଅଭାବରୁ ଏହି ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଗାମୀ ମାସଗୁଡ଼ିକରେ ଆହୁରି ଦେଖିବାକୁ ମିଳିବ। ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିିଲରେ ପ୍ରଚଣ୍ଡ ଖରା ହେବାର ଆଭାସ ମିଳିଲାଣି। ଫେବୃୟାରୀ ୧୦ରୁ ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫେବୃୟାରୀ ଶେଷ ବେଳକୁ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ରହିବ ବୋଲି ଅନୁମାନ କରାଯାଉଛି। ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ଏହା ୪୦ ଡିଗ୍ରୀକୁ ଛୁଇଁବା ସମ୍ଭାବନା ରହିଛି। ବର୍ଷା ନ ଥିବାରୁ ଭୂପୃଷ୍ଠ ଶୁଖିଲା ରହିଛି। ଏଥିଯୋଗୁ ଗରମ ବଢ଼ିପାରେ ବୋଲି ପାଣିପାଗ ବିଶାରଦ ଅନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri