ଉଜୁଡ଼ିପାରେ ରବି ଫସଲ

ଭୁବନେଶ୍ୱର,୨୧ା୧(ବ୍ୟୁରୋ):ବର୍ଷା ନ ହେବାରୁ ରାଜ୍ୟରେ ଖରିଫ ଫସଲ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ପଶ୍ଚିମା ବାୟୁ ପ୍ରବାହ ଧୋକା ଦେବାରୁ ରାଜ୍ୟରେ ବର୍ଷା ହେଉନାହିଁି। ଫଳରେ ଡାଲିଜାତୀୟ ଓ ତୈଳବୀଜ ଫସଲ ତଥା ବାଦାମ, ମୁଗ, ବିରି, କୋଳଥ, ସୂର୍ଯ୍ୟମୁଖୀ, ସୋରିଷ, ମାଣ୍ଡିଆ, ଯଅ, ବାଜରା ଭଳି ଫସଲ ଉଜୁଡ଼ିଯାଇପାରେ। ଅକ୍ଟୋବରରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ନଭେମ୍ବରରୁ ୨୦୨୧ ଜାନୁୟାରୀ ୨୦ ମଧ୍ୟରେ ଟୋପାଏ ବର୍ଷା ନାହିଁ। ତେବେ ଆଗାମୀ ଦିନରେ ମଧ୍ୟ ବର୍ଷାର କୌଣସି ଆକାର ଦେଖାଯାଉ ନାହିଁ।
ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ଡିସେମ୍ବରରେ ରାଜ୍ୟରେ ୫୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ୨୦୧୯ ଡିସେମ୍ବରରେ ୧.୯ ମିଲିମିଟର ବର୍ଷା ହୋଇଥିବା ବେଳେ ଜାନୁୟାରୀରେ ୧.୩ ମିଲିମିଟର ଏବଂ ୨୦୨୦ ଜାନୁୟାରୀରେ ୧୬.୩ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ନଭେମ୍ବରରୁ ରାଜ୍ୟକୁ ପଶ୍ଚିମା ବାୟୁ ପ୍ରବାହ ହୋଇଥାଏ। ଏହାର ପ୍ରଭାବରେ ଓଡ଼ିଶା ଏବଂ ଛତିଶଗଡ଼ ଉପରେ ଟ୍ରପ୍‌ଲାଇନ ସୃଷ୍ଟି ହୁଏ। ଫଳରେ ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ରାଜ୍ୟରେ ବର୍ଷା ହୋଇଥାଏ। ଏହାଛଡ଼ା ଏହି ସମୟରେ ତାମିଲନାଡୁ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥାଏ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥାଏ। ଏହି ବର୍ଷା ଖରିଫ ଫସଲ ପାଇଁ ଲାଭଦାୟକ ହୋଇଥାଏ। ମୁଗ, ବିରି ଫସଲଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫସଲ ଭଲ ହୋଇଥାଏ। ତେବେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଗତ ୩ ମାସ ମଧ୍ୟରେ ଟୋପାଏ ବର୍ଷା ନ ଥିବାରୁ ତୈଳବୀଜ ଓ ଡାଲିଜାତୀୟ ଫସଲକୁ ପ୍ରଭାବିତ କରିବ ବୋଲି କୃଷି ବିଜ୍ଞାନୀ ଆଶଙ୍କା କରିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷି ପାଣିପାଗବିତ୍‌ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଅକ୍ଟୋବର ପୂର୍ବରୁ ଯେଉଁମାନେ ଡାଲି ଜାତୀୟ ଓ ତୈଳବୀଜ ଫସଲ କରିଛନ୍ତି, ସେଗୁଡିିକ କିଛିମାତ୍ରାରେ ଉପତ୍ାଦନ ହେଲେ ମଧ୍ୟ ନଭେମ୍ବରରେ ବୁଣାଯାଇଥିବା ଫଲସ ଉପତ୍ାଦନ କମିବ। ବିରି ଓ ମୁଗ ଫସଲ ଭଲ ଫୁଲ ଓ ଫଳ ଧରିବ ନାହିଁ। ଉପତ୍ାଦନ ଗୁରୁତର ଭାବେ ପ୍ରଭାବିତ ହୋଇପାରେ। ଅନ୍ୟପକ୍ଷରେ ଚଳିତ ବର୍ଷ ନ ହେବାରୁ ଶୀତ ମଧ୍ୟ ଆଶାନୁରୂପ ହୋଇନାହିଁ। ଅଧିକ ଦିନ ଶୀତ ନ ଥିବାରୁ ଡାଲିଜାତୀୟ ଫସଲ ପାଇଁ ଆବଶ୍ୟକ ହେଉଥିବା କାକର ମଧ୍ୟ ମିଳୁ ନାହିଁ। ଫଳରେ ଉଚ୍ଚ ଜମିଗୁଡ଼ିକରେ ଡାଲିଜାତୀୟ ଫସଲ ବିଶେଷ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ରାଜ୍ୟ ସରକାର ଚଳିତ ବର୍ଷ ରବି ଋତୁରେ ୨୦ ଲକ୍ଷ ମେଟ୍ରିିକ ଟନ୍‌ ଶସ୍ୟ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ବର୍ଷା ଅଭାବରୁ ଏହି ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଗାମୀ ମାସଗୁଡ଼ିକରେ ଆହୁରି ଦେଖିବାକୁ ମିଳିବ। ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିିଲରେ ପ୍ରଚଣ୍ଡ ଖରା ହେବାର ଆଭାସ ମିଳିଲାଣି। ଫେବୃୟାରୀ ୧୦ରୁ ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫେବୃୟାରୀ ଶେଷ ବେଳକୁ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ରହିବ ବୋଲି ଅନୁମାନ କରାଯାଉଛି। ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ଏହା ୪୦ ଡିଗ୍ରୀକୁ ଛୁଇଁବା ସମ୍ଭାବନା ରହିଛି। ବର୍ଷା ନ ଥିବାରୁ ଭୂପୃଷ୍ଠ ଶୁଖିଲା ରହିଛି। ଏଥିଯୋଗୁ ଗରମ ବଢ଼ିପାରେ ବୋଲି ପାଣିପାଗ ବିଶାରଦ ଅନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri