ଖଣ୍ଡଗିରି ଅସ୍ଥାୟୀ ବସ୍‌ ଡିପୋକୁ ନେବ ଓଏସ୍‌ଆର୍‌ଟିସି

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଦୂର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମସ୍ୟା। ଏହାର ନିର୍ମାଣ କାର୍ଯ୍ୟ ଚଳିତବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବାକୁ ଥିବାବେଳେ ଅକ୍ଟୋବରରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି)କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଖଣ୍ଡଗିରିରେ ହୋଇଥିବା ଅସ୍ଥାୟୀ ବସ୍‌ ଡିପୋର ଦାୟିତ୍ୱ ହସ୍ତାନ୍ତର କରିବ। ଏହାସହ ବରମୁଣ୍ଡାରେ ବସ୍‌ଷ୍ଟାଣ୍ଡର ବିକାଶ କାର୍ଯ୍ୟ ଆରମ୍ଭ କରିବ। କରୋନା ପାଇଁ ଖଣ୍ଡଗିରି ଅସ୍ଥାୟୀ ବସ୍‌ ଡିପୋ କାର୍ଯ୍ୟ ଶେଷ ହେବାରେ ସାମାନ୍ୟ ବିଳମ୍ବ ହେଉଥିଲେ ହେଁ ଅକ୍ଟୋବର ସୁଦ୍ଧା ଏହାର ବାକି କାର୍ଯ୍ୟ ଶେଷ କରି ଆନ୍ତଃ ରାଜ୍ୟ ବସ୍‌ ପରିଚାଳନା କରିବାକୁ ବିଡିଏ ଓଏସ୍‌ଆରଟିସିକୁ ଏହାକୁ ହସ୍ତାନ୍ତର କରିବ ବୋଲି ଗୁରୁବାର ଜଣାପଡ଼ିଛି।
ଖଣ୍ଡଗିରିରେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ ଜାରି ରହିଥିବାବେଳେ ଏହା ୨.୫ ଏକର ଜମିରେ ପରିବ୍ୟାପ୍ତ ଅଛି। ଏହି ଅସ୍ଥାୟୀ ବସ୍‌ ଡିପୋରେ ମୁଖ୍ୟ କାର୍ଯ୍ୟାଳୟ, ଷ୍ଟୋର ରୁମ୍‌, ରେଷ୍ଟ ରୁମ୍‌, ଗ୍ୟାରେଜ୍‌, ଗାଡ଼ି ଧୁଆ ସ୍ଥାନ ସହ ସୁରକ୍ଷାକର୍ମୀଙ୍କ ପାଇଁ ଗୃହ ରହିବ। ଏହାସହ ଏକ ସବ୍‌ ବିଦ୍ୟୁତ୍‌ କାର୍ଯ୍ୟାଳୟ, ଆଲୋକୀକରଣ ସହ ୨ଟି ହାଇମାଷ୍ଟ ଲାଇଟ୍‌ ଓ ୧୩ଟି ୟାର୍ଡ ଲାଇଟ୍‌ ପାର୍କିଂସ୍ଥଳରେ ଲାଗିବ ଏବଂ ଅନ୍ୟ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ପ୍ରତି ଗୁରୁତ୍ୱ ପ୍ରଦାନ କରାଯିବ। ଘରେଇ କମ୍ପାନୀ ବ୍ରିଜ୍‌ ଓ ରୁଫ୍‌ ଦ୍ୱାରା ଏହାର କାର୍ଯ୍ୟକୁ ବିକଶିତ କରାଯାଇ ଓଏସ୍‌ଆରଟିସିକୁ ହସ୍ତାନ୍ତର କରାଯିବ। ପରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ବିକାଶ କାର୍ଯ୍ୟ ପ୍ରତି ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି। ଏ ସମ୍ପର୍କରେ ଓଏସ୍‌ଆର୍‌ଟିସି ପକ୍ଷରୁ ଓଏଏସ୍‌ ଦୀପ୍ତି ମହାପାତ୍ର କହିଛନ୍ତି, ବିଡିଏ ପକ୍ଷରୁ ଏ ନେଇ ଆଲୋଚନା କରାଯାଇଛି। ଯଦି ଅକ୍ଟୋବର ସୁଦ୍ଧା ନିର୍ମାଣ କାମ ସାରନ୍ତି, ତା’ହେଲେ ଓଏସ୍‌ଆରଟିସିକୁ ହସ୍ତାନ୍ତର କରିବେ। ନଚେତ୍‌ ସାମାନ୍ୟ ବିଳମ୍ବ ହେବ। ତେବେ ବିଡିଏ ମୁଖ୍ୟ ଇଞ୍ଜିନିୟର-କମ୍‌ ଇଞ୍ଜିନିୟରିଂ ସଦସ୍ୟ ରାଜେନ୍ଦ୍ର ନାୟକ କହିଛନ୍ତି, ଅକ୍ଟୋବରରେ କାମ ସାରି ୧୫ତାରିଖ ସୁଦ୍ଧା ଓଏସ୍‌ଆରଟିସିକୁ ହସ୍ତାନ୍ତର ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏହାର ରକ୍ଷଣାବେକ୍ଷଣ ଅବଧି ୫ବର୍ଷ ରହିବ। ବସ୍‌ ଡିପୋରେ ୭୯୯.୨୮ ବର୍ଗ ମିଟର ବିଲ୍ଟ-ଅପ୍‌ କ୍ଷେତ୍ର, ୫,୪୩୦ ବର୍ଗ ମିଟର ପକ୍କା ଘର, ଅଫିସ୍‌ (୫୭.୧ ବର୍ଗ ମିଟର), ଷ୍ଟୋର-କମ-ବିଶ୍ରାମ କକ୍ଷ (୧୮୮.୬୧୦ ବର୍ଗ ମିଟର), କର୍ମଶାଳା (୫୪୨.୫ ବର୍ଗ ମିଟର) ଏବଂ ସୁରକ୍ଷା କକ୍ଷ (୧୧.୦୭ ବର୍ଗ) ରହିବ। ଡିପୋରେ ଏକ ସମୟରେ ପ୍ରାୟ ୪୦ଟି ବସ୍‌ ରହିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri