Posted inଜାତୀୟ

ମୋଦିଙ୍କ ମୌସୁରୁ ଗସ୍ତରେ ଖର୍ଚ୍ଚ ୮୦ ଲକ୍ଷ ଟଙ୍କା ଭରଣା କରିବେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୮।୫: କର୍ନାଟକ ବନ ବିଭାଗ ମନ୍ତ୍ରୀ ଈଶ୍ୱର ଖଣ୍ଡ୍ରେ ସୋମବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ୮୦ ଲକ୍ଷ ଟଙ୍କା ଫେରସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ଗତ ବର୍ଷ ଏପ୍ରିଲରେ ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ସ୍ମୃତି ଉଦ୍ଦେଶ୍ୟରେ ମୌସୁରୁ ଆସିଥିଲେ।

ସେହି ସମୟରେ କର୍ନାଟକରେ ବିଧାନସଭା ନିର୍ବାଚନ ହେତୁ ମଡେଲ ଆଚରଣ ସଂହିତା କାର୍ଯ୍ୟକାରୀ ଥିବାରୁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ (ପ୍ରୋଜେକ୍ଟ ଟାଇଗର) ଯୋଜନାରେ ଜଡିତ ନଥିଲେ। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଏକ କେନ୍ଦ୍ର ସରକାରୀ କାର୍ଯ୍ୟକ୍ରମ ଥିଲା। କେନ୍ଦ୍ର ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଥିଲା ବୋଲି ମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିବୃତ୍ତିରେ କହିଛି ଯେ ପ୍ରଧାନମନ୍ତ୍ରୀ ଆସିବା ପରେ ତାଙ୍କୁ ହୋଷ୍ଟ କରାଯାଏ। ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୌସୁରୁ-ବାନ୍ଦିପୁର ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଦୁର୍ଘଟଣା: ମିଳିଛି ୨୬୫ ମୃତଦେହ

ଅହମଦାବାଦ,୧୨ା୬: ବିମାନ ଦୁର୍ଘଟଣା ପରେ ଅହମଦାବାଦ ସିଟି ସିଭିଲ ହସ୍ପିଟାଲକୁ ୨୬୫ଟି ମୃତଦେହ ଅଣାଯାଇଥିବା ଡିସିପି କାନନ ଦେଶାଇ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି। ବିମାନରେ ଯାତ୍ରୀ...

ବିମାନ କ୍ରାସ: ମୃତକଙ୍କ ହେବ ଡିଏନ୍‌ଏ ପରୀକ୍ଷା

ଅହମଦାବାଦ,୧୨ା୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ନିଶ୍ଚିତ କରାଇବା ପାଇଁ ସେମାନଙ୍କ ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି ଗୁଜରାଟର ଜଣେ...

ମେହିଦି ହାସନ ବାଂଲାଦେଶ ଦିନିକିଆ ଅଧିନାୟକ

ଢାକା,୧୨ା୬: ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଗୁରୁବାର ମେହିଦି ହାସନ ମିରାଜଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତାଙ୍କ ଆଗାମୀ ୧୨ ମାସ ପାଇଁ...

ସାଧୁ ବେଶରେ ଆସି ଝାମ୍ପିନେଲେ ଟଙ୍କା

ସାକ୍ଷୀଗୋପାଳ,୧୨।୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପାଖେଇ ଆସୁଛି ରଥଯାତ୍ରା। ପ୍ରତିବର୍ଷ ଭଳି ରଥଯାତ୍ରାରେ ସାଧୁସନ୍ଥଙ୍କ ସମାଗମ ଲାଗିବ। ମାତ୍ର ଏହି ଧର୍ମୀୟ ଭାବନାରେ କଳାଦାଗ ଲଗାଇ...

ଖୁଣ୍ଟ ଅଛି ଲାଇଟ ନାହିଁ

ବ୍ରାହ୍ମଣୀଗାଁ, ୧୨/୬ (ମନୋରଞ୍ଜନ ରଣା): ଅନ୍ଧାରରେ ବ୍ରାହ୍ମଣୀଗାଁ ମୁଖ୍ୟ ବଜାର । ଲଗାଯାଉ ନାହିଁ ଷ୍ଟିଟ ଲାଇଟ। ଆଜିକୁ ପ୍ରାୟ ବର୍ଷେ ହେଲେ ରାସ୍ତା ମଝିରେ...

ଦୁର୍ଘଟଣା ପୂର୍ବରୁ ଯାନ୍ତ୍ରୀକ ତ୍ରୁଟି ବିଷୟରେ ସୂଚନା ଦେଇଥିଲେ ଏହି ଯୁବକ, ଭିଡ଼ିଓ ଶେୟାର କରି କହିଥିଲେ, ହେଲେ…

ଅହମଦାବାଦ,୧୨।୬: ଅହମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ମେଘନଗରରେ ଏୟାର ଇଣ୍ଡିଆର ବିମାନ AI 171 ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଅନେକ...

ଦୁର୍ଘଟଣାରେ ମାମୁ, ୨ ଭାଣିଜୀଙ୍କ ମୃତ୍ୟୁ ଘଟଣା: ବନ୍ଧା ହେଲେ ଟ୍ୟାଙ୍କର ଚାଳକ

ଦିଗପହଣ୍ଡି,୧୨ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ଗୁରୁବାର କଟକ ଜିଲା କାନପୁର ଥାନା ବାଲିଝରି ଗ୍ରାମର ଗାଡ଼ି ଚାଳକ ସୁଶାନ୍ତ ରାଉତଙ୍କୁ କେଶ୍‌ ନଂ.୧୯୭/୨୫ ଅନୁଯାୟୀ...

ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଏତେ କୋଟି ଟଙ୍କା ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ

ନୂଆଦିଲ୍ଲୀ,୧୨।୬: ଗୁରୁବାର ଗୁଜୁରାଟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳକୁ ବିଏସଏଫ ଏବଂ ଏନଡିଆରଏଫ ଦଳ ପଠାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri