ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି ସୁପ୍ରିମକୋର୍ଟ। ଏହା ପରେ ରାଜ୍ୟସ୍ତରରେ ଉଚ୍ଚ ନ୍ୟାୟାଳୟ ଏବଂ ଜିଲା ସ୍ତରରେ ଜିଲା କୋର୍ଟଗୁଡ଼ିକ ଅଛି। ଗଣତନ୍ତ୍ରର ଅନ୍ୟ ଦୁଇ ସ୍ତମ୍ଭ ବ୍ୟବସ୍ଥାପକ ଓ କାର୍ଯ୍ୟପାଳିକା ତୁଳନାରେ ଭାରତରେ ନ୍ୟାୟପାଳିକା ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାରେ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ କରିବା କଥା। ଭାରତରେ ବ୍ୟବସ୍ଥାପକ ଓ କାର୍ଯ୍ୟପାଳିକା ମଧ୍ୟ ସମ୍ବିଧାନ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ସ୍ପଷ୍ଟ କରିବାକୁ ନ୍ୟାୟପାଳିକାର ସହାୟତା ଲୋଡ଼ିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନ୍ୟାୟପାଳିକା ନାଗରିକମାନଙ୍କର ମୌଳିକ ଅଧିକାରର ସୁରକ୍ଷାକାରୀ। କିନ୍ତୁ ଦେଖାଯାଉଛି ଭାରତରେ ନ୍ୟାୟପାଳିକାର କାର୍ଯ୍ୟ ଉପରେ ପ୍ରଶ୍ନ ଉଠୁଛି। ନିକଟରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ୨୧ ଜଣ ଅବସରପ୍ରାପ୍ତ ବିଚାରପତି ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଯୋଜନାବଦ୍ଧ ଚାପ, ଭୁଲ୍‌ ତଥ୍ୟ ଓ ସାର୍ବଜନୀନ ନିନ୍ଦା ଜରିଆରେ ବିଚାର ବ୍ୟବସ୍ଥାକୁ ଦୁର୍ବଳ କରିଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚେଷ୍ଟାକରୁଛନ୍ତି। ଏହି ଗୋଷ୍ଠୀ ରାଜନୈତିକ ସ୍ବାର୍ଥ ଦ୍ୱାରା ପ୍ରଭାବିତ ହୋଇ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିବାକୁ ନ୍ୟାୟିକ ବ୍ୟବସ୍ଥା ଉପରେ ଥିବା ଲୋକଙ୍କ ଆସ୍ଥାରେ ଆଞ୍ଚ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ଏହା ଗଣତନ୍ତ୍ର ପାଇଁ ଅଶୁଭ ସଙ୍କେତ। ଏହି ପରିପ୍ରେକ୍ଷୀରେ ନ୍ୟାୟପାଳିକାକୁ ସୁରକ୍ଷା ଦେବା ଜରୁରୀ ବୋଲି ଅବସରପ୍ରାପ୍ତ ବିଚାରପତିମାନେ ସିଜେଆଇଙ୍କୁ ଜଣାଇଛନ୍ତି। ଏଠାରେ ସ୍ମରଣଯୋଗ୍ୟ, କିଛିଦିନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୬୦୦ ଆଇନଜୀବୀ ଅନୁରୂପ ପତ୍ର ଲେଖିଥିଲେ। ସେମାନେ ଦର୍ଶାଇଥିଲେ ଯେ, ଏକ ଗୋଷ୍ଠୀର ରାଜନେତା ସଂକୀର୍ଣ୍ଣ ସ୍ବାର୍ଥ ପାଇଁ ବିଚାର ବ୍ୟବସ୍ଥାକୁ କଳୁଷିତ କରୁଛନ୍ତି। କୌତୂହଳର ବିଷୟ ହେଉଛି ଯେ, ଉଭୟ ଗୋଷ୍ଠୀ କୌଣସି ରାଜନୈତିକ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିନାହାନ୍ତି। ଏହିଭଳି ଅସ୍ପଷ୍ଟ ମତ ସାଧାରଣତଃ ଅଶାନ୍ତ ସାମାଜିକ ପରିସ୍ଥିତିରେ ସହାୟକ ହୁଏ ନାହିଁ।
ଦେଖିବାକୁ ଗଲେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ୍ୟାୟପାଳିକା ଉପରେ ଲୋକଙ୍କର ଭରସା ରହିଛି। ହେଲେ ବିଚାରପତିମାନଙ୍କର ପତ୍ର ସ୍ପଷ୍ଟ କରୁଛିି ଯେ, କିଛି ନେତା ନ୍ୟାୟପାଳିକାକୁ ଦୁର୍ବଳ ହୋଇଯିବା ଚାହାନ୍ତି, ଯାହାଦ୍ୱାରା ସେମାନେ ନାଗରିକଙ୍କ ସ୍ବାର୍ଥକୁ ଅଣଦେଖା କରି ଯାହା ଚାହଁିବେ ତାହା ଅନାୟାସରେ କରିପାରିବେ। ଅତୀତରେ ବିଲ୍‌କିସ୍‌ ବାନୋଙ୍କ ମାମଲାରେ ଦୋଷୀମାନେ ଦଣ୍ଡମୁକ୍ତ ହେବା ଓ ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ସେମାନଙ୍କୁ ଜେଲ ପଠାଯିବା ତଥା ମହାରାଷ୍ଟ୍ରର ଭୀମା କୋରେଗାଁଓ ଘଟଣାରେ ସରକାରଙ୍କ ଆଭିମୁଖ୍ୟ ଓ ବିଚାରରେ ମନ୍ଥରତାକୁ ଲକ୍ଷ୍ୟକଲେ ବିଚାରପତିମାନଙ୍କର ସାମ୍ପ୍ରତିକ ଚିଠିର ଗୁରୁତ୍ୱ ଅନୁଭବ କରିହୁଏ। ଗୋଟିଏ ପଟେ ଅବସରପ୍ରାପ୍ତ ବିଚାରପତିମାନେ ନ୍ୟାୟପାଳିକା ପ୍ରତି ଉପୁଜୁଥିବା ବିପଦ ସମ୍ପର୍କରେ ସୂଚାଇଛନ୍ତି। ଅନ୍ୟପଟେ ଶାସକ ଦଳ ତରଫରୁ କୁହାଯାଇଛି, ୨୦୨୪ ନିର୍ବାଚନରେ ଅଧିକ ସଂଖ୍ୟା ଜିତିଲେ ଦେଶର ସମ୍ବିଧାନକୁ ବଦଳାଇ ଦିଆଯିବ। ଉଲ୍ଲେଖନୀୟ ଯେ, କୌଣସି ଦେଶରେ ନ୍ୟାୟପାଳିକାକୁ ଦୁର୍ବଳ କରିଦିଆଗଲେ ସେଠାରେ ଏକଚ୍ଛତ୍ରବାଦ ମୁଣ୍ଡ ଟେକେ, ଯାହା ପାକିସ୍ତାନ, ତୁର୍କୀ ଓ ଇରାନରେ ଦେଖାଯାଇଛି। ଭାରତରେ ସେଭଳି ସ୍ଥିତି ଉପୁଜିବାକୁ ଯାଉଥିବା ମନେହୁଏ। ଭାଜପା ଆଗକୁ ୧୦୦୦ ବର୍ଷ ଶାସନ କରିବାକୁ ସକ୍ଷମ ହେବା ଦରକାର ବୋଲି ଦଳ ପକ୍ଷରୁ ଯେଉଁ ମତବ୍ୟକ୍ତ କରାଯାଉଛି ତାହା ଏକଚ୍ଛତ୍ରବାଦ ମନୋଭାବକୁ ସ୍ପଷ୍ଟ କରୁଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଅବସରପ୍ରାପ୍ତ ବିଚାରପତିମାନେ ଆଜି ଯେଉଁ ପରିସ୍ଥିତିକୁ ସମାଲୋଚନା କରୁଛନ୍ତି ତାହାର ମୂଳଦୁଆ ସେମାନେ ନିଜେ ପକାଇଛନ୍ତି। ଆସନରେ ବସିଥିବାବେଳେ ଅଧସ୍ତନ ନ୍ୟାୟାଳୟରେ ପରିବର୍ତ୍ତନ ଓ ସଚେତନତା ଆଣିବାରେ ସେମାନେ କୌଣସି ଚେଷ୍ଟା କରି ନ ଥିବାରୁ ଆଜି ରାଜନୈତିକ ବ୍ୟକ୍ତିମାନେ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ଚାପ ପକାଇବାକୁ ଆସ୍ପର୍ଦ୍ଧା କରିପାରୁଛନ୍ତି।

ଅବସରପ୍ରାପ୍ତ ବିଚାରପତିମାନେ ଆଜି ଯେଉଁ ପରିସ୍ଥିତିକୁ ସମାଲୋଚନା କରୁଛନ୍ତି ତାହାର ମୂଳଦୁଆ ସେମାନେ ନିଜେ ପକାଇଛନ୍ତି। ଆସନରେ ବସିଥିବାବେଳେ ଅଧସ୍ତନ ନ୍ୟାୟାଳୟରେ ପରିବର୍ତ୍ତନ ଓ ସଚେତନତା ଆଣିବାରେ ସେମାନେ କୌଣସି ଚେଷ୍ଟା କରି ନ ଥିବାରୁ ଆଜି ରାଜନୈତିକ ବ୍ୟକ୍ତିମାନେ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ଚାପ ପକାଇବାକୁ ଆସ୍ପର୍ଦ୍ଧା କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?