ରାଜ୍ୟରେ ଧାର୍ମିକସ୍ଥଳ ଖୋଲିବା ପ୍ରସଙ୍ଗ: ଶ୍ରୀମନ୍ଦିରକୁ ଅନ୍ୟ ସହ ତୁଳନା କରା ନ ଯାଉ

ପୁରୀ ଅଫିସ,୯।୧୦: କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଧାର୍ମିିକସ୍ଥଳ ଖୁବଶୀଘ୍ର ଖୋଲିପାରେ। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଛି। ଜିଲାର ସ୍ଥିତି ଦେଖି କୋଭିଡ୍‌ ନିୟମ ମାନି ଖୋଲିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ପର୍ଯ୍ୟାୟକ୍ରମେ ଧର୍ମାନୁଷ୍ଠାନ ଖୋଲିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, କୋଭିଡ୍‌ ଦୃଷ୍ଟିକୋଣରୁ ବର୍ତ୍ତମାନ ଶ୍ରୀମନ୍ଦିର ଖୋଲିବା ସ୍ଥିତିରେ ନାହିିଁ। କାର୍ତ୍ତିିକ ମାସ ଏବଂ ନାଗାର୍ଜୁନ ବେଶ ପରେ ସେତେବେଳେ କରୋନାର ସ୍ଥିତି ଦେଖି ଛତିଶା ନିଯୋଗ ଏବଂ ପରିଚାଳନା କମିଟି ଯାହା ନିଷ୍ପତ୍ତି ନେବ ତାହା ହିଁ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେହିପରି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି, ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ଆଧାର କରି ଅନ୍ୟ ମନ୍ଦିର ଖୋଲାଯିବା ଦରକାର। ଜୀବନ ସହ ଜୀବିକାକୁ ବି ଦେଖିବାକୁ ପଡ଼ିବ। କିନ୍ତୁ ଶ୍ରୀମନ୍ଦିରକୁ ଅନ୍ୟ ମନ୍ଦିର ସହ ତୁଳନା କରା ନ ଯାଉ। ଆଗକୁ ଦଶହରା, କାର୍ତ୍ତିିକ ମାସ, ନାଗାର୍ଜୁନ ବେଶ, ଡିସେମ୍ବର ୨୫ ଓ ନୂଆବର୍ଷ ରହିଛି। ତେଣୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ। କୋଭିଡ୍‌ ଗାଇଡ୍‌ଲାଇନକୁ ଅନୁପାଳନ କରି କିପରି ଭକ୍ତଙ୍କ ଦର୍ଶନ ସମ୍ଭବ ତାହାକୁ ଚିନ୍ତା କରିବାକୁ ପଡ଼ିବ।

ସେବାୟତଙ୍କ ମତ ଲୋଡ଼ିବେ ମୁଖ୍ୟ ପ୍ରଶାସକ

ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏ ଦିଗରେ ତତ୍ପରତା ପ୍ରକାଶ କରିଛି। ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ମନ୍ଦିର ଖୋଲିବା ନେଇ ବିଭିନ୍ନ ସେବାୟତ ନିଯୋଗ ଏବଂ ଅନ୍ୟ ଅଂଶୀଦାରଙ୍କ ମତାମତ ନେବେ। କୋଭିଡ୍‌ କଟକଣା ଯୋଗୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପର୍ଯ୍ୟାୟକ୍ରମେ ମତାମତ ସଂଗ୍ରହ ଓ ବିଚାର ବିମର୍ଶ କରିବେ। ଶୁକ୍ରବାର ପରେ ପୁଣି ଆସନ୍ତା ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ସରପଞ୍ଚଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ପ୍ରଦାନ...

ଲକ୍ଷେ ଦୀପରେ ଝଲସିବ ବଡ଼ଦାଣ୍ଡ

ଭୁବନେଶ୍ୱର, ୧୫।୧୧ (ବ୍ୟୁରୋ):କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଗତବର୍ଷ ସିଂହଦ୍ୱାରଠାରୁ ଶରଧାବାଲି ଯାଏ, ନୃସିଂହ ମନ୍ଦିରଠାରୁ ଶ୍ରୀଜଗନ୍ନାଥ ମନ୍ଦିର ବଡ଼ଦାଣ୍ଡରେ ବିଶ୍ୱବାସୀଙ୍କ ମଙ୍ଗଳ କାମନା...

ଆଜିଠୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଶୁକ୍ରବାରଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା। ସକାଳ ୯ଟାରୁ ଖାତା ଦେଖା ଆରମ୍ଭ ହୋଇବା ବେଳେ ୫ଟା ଯାଏ ଚାଲିବ।...

କଳିଙ୍ଗରେ ହେବ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର,୨୪।୯(ସ୍ପୋଟର୍‌ସ ବ୍ୟୁରୋ):ଭୁବନେଶ୍ୱରରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ମେଗା ଇଭେଣ୍ଟ। ଆଉ ଠିକ୍‌ ଦୁଇମାସ ପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ହକି ଫେଡେରେଶନ...

ଏଡିଏମ୍‌ ବିଶ୍ୱଜିତ୍‌ଙ୍କ କୁବେର ସମ୍ପତ୍ତି : ସରକାରୀ ବାସଭବନରେ ଚଢ଼ାଉ

ସୁନ୍ଦରଗଡ଼,୧୨।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଏଡିଏମ୍‌ ବିଶ୍ୱଜିତ୍‌ ମହାପାତ୍ର ଶୁକ୍ରବାରଠାରୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଶନିବାର ତାଙ୍କୁ ସୁନ୍ଦରଗଡ଼ଠାରେ...

ରାଜସ୍ବ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ଭଣ୍ଡାରିପୋଖରୀ,୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲର ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଏବଂ ଆର୍‌ଆଇ ରାମନାରାୟଣ ସାମଲଙ୍କୁ ବାଲିମାଫିଆମାନେ ମଞ୍ଜୁରୀରୋଡ୍‌ସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ପଶି...

ନୂଆବର୍ଷ ଅଧରାତିରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତିକୁ ବିରୋଧ

ପୁରୀ ଅଫିସ,୧୯ା୧୧: ଇଂଲିଶ୍‌ ନବବର୍ଷରେ ଶ୍ରୀମନ୍ଦିରର ରୀତିନୀତିକୁ ଉପେକ୍ଷା କରି ଅର୍ଦ୍ଧରାତ୍ରରେ ଦ୍ୱାରଫିଟା ନୀତିକୁ ବିରୋଧ କରିଛନ୍ତି ସୂଚନାଧିକାର କର୍ମୀ ଜୟନ୍ତ ଦାଶ। ଏ ନେଇ...

ବ୍ରହ୍ମପୁର ୪ ଦିନ ପାଇଁ ଶଟ୍‌ଡାଉନ୍‌

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.)- ବ୍ରହ୍ମପୁର ମହାନଗରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ସହରରେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଆସନ୍ତା ୨୭ରୁ ୩୦...

Advertisement
Archives

Model This Week