Posted inଖେଳ

ଆଥ୍‌ଲେଟଙ୍କ ଟିକାକରଣ ନେଇ ଆଇଓଏ ତଥ୍ୟ ମାଗିଲା

ନୂଆଦିଲ୍ଲୀ,୨୭।୫(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଆଥ୍‌ଲେଟମାନଙ୍କ ଟିକାକରଣ ନେଇ ବିଭିନ୍ନ ଜାତୀୟ ଫେଡେରେଶନଗୁଡିକୁ ଭାରତୀୟ ଅଲିମ୍ପିକ ଆସୋସିଏଶନ ତଥ୍ୟ ମାଗିଛି। ଟିକା ନେଇଥିବା ଆଥ୍‌ଲେଟମାନଙ୍କ ସଂକ୍ରାନ୍ତରେ ଫେଡେରେଶନଗୁଡିକଠାରୁ ଆଇଓଏ ବିଭିନ୍ନ ସୂଚନା ମାଗିଛି। ଜୁଲାଇ ୨୩ରୁ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି। ଗୁରୁବାର ସୁଦ୍ଧା ଏ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)କୁ ଆଥ୍‌ଲେଟଙ୍କ ଟିକାକରଣ ନେଇ ତଥ୍ୟ ପ୍ରଦାନ କରାଯିବ ବୋଲି ଆଇଓଏ ଅଧ୍ୟକ୍ଷ ନରିନ୍ଦର ବାତ୍ରା ଓ ସମ୍ପାଦକ ରାଜୀବ ମେହେଟା କହିଛନ୍ତି।
ବିଭିନ୍ନ କ୍ରୀଡ଼ାରେ ୯୦ରୁ ଅଧିକ ଭାରତୀୟ ଆଥ୍‌ଲେଟ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଏ ସଂକ୍ରାନ୍ତରେ ୮ଟି ପ୍ରଶ୍ନର ଉତ୍ତର ଦେବାକୁ ଫେଡେରେଶଗୁଡିକୁ କୁହାଯାଇଛି। କେତେ ସଂଖ୍ୟାରେ ଆଥ୍‌ଲେଟ ଟିକା ନେଇଛନ୍ତି, କେଉଁମାନେ ଟିକା ନେଇଛନ୍ତି, ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ର ତାରିଖ ଓ ଟିକାର ନାମ ଉଲ୍ଲେଖ କରିବାକୁ କୁହାଯାଇଛି। ପୁଣି କେଉଁ ସ୍ଥାନ ବା ଦେଶରୁ ଆଥ୍‌ଲେଟମାନେ ଟୋକିଓ ଯିବେ ଓ ଟୋକିଓ ଯିବା ପୂର୍ବରୁ ସେହି ଦେଶରେ ଆଥ୍‌ଲେଟମାନେ କେତେ ସମୟ ବିତାଇବେ ସେ ନେଇ ସୂଚନା ଦେବାକୁ ଫେଡେରେଶନଗୁଡିକୁ କୁହାଯାଇଛି। ଟୋକିଓ ଯିବା ପୂର୍ବରୁ କୋଭିଡ୍‌ ପ୍ରୋଟୋକଲ ନେଇ ଆଥ୍‌ଲେଟଙ୍କୁ ଅବଗତ କରାଇବାକୁ ଫେଡେରେଶନଗୁଡିକୁ କୁହାଯାଇଛି। ପୁଣି ଜାପାନରେ ଆଥ୍‌ଲେଟମାନେ ଖେଳ ପୂର୍ବରୁ କୌଣସି ପ୍ରି- ଗେମ୍ସ ଟ୍ରେନିଂ କ୍ୟାମ୍ପରେ ଅଂଶଗ୍ରହଣ କରିବାକୁ ହେଲେ ସେ ନେଇ ଫେଡେରେଶନଗୁଡିକୁ ସୂଚନା ଦେବାକୁ କୁହାଯାଇଛି। ଆଥ୍‌ଲେଟଙ୍କୁ ବାଦ୍‌ ଦେଲେ ଜଜ୍‌, ଅମ୍ପାୟର, ରେଫରି, ଟେକ୍‌ନିକାଲ ଅଫିସିଆଲଙ୍କ ଟିକାକରଣକୁ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ଓ ଏମାନଙ୍କ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି।
ଏ ପର୍ଯ୍ୟନ୍ତ ୧୪୮ଜଣ ଆଥ୍‌ଲେଟଙ୍କ ଟିକାକରଣ ହୋଇଛି ବୋଲି ଆଇଓଏ ତରଫରୁ କୁହାଯାଇଛି। ଏମାନେ ପ୍ରଥମ ଡୋଜ୍‌ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭ଜଣ ଖେଳାଳି ଉଭୟ ଡୋଜ୍‌ର ଟିକା ନେଇସାରିଛନ୍ତି। ୧୩୧ଜଣ ପ୍ରଥମ ଡୋଜ୍‌ ନେଇଛନ୍ତି। ୮୭ଜଣ ଅଫିସିଆଲ ପ୍ରଥମ ଡୋଜ ନେଇଥିବା ବେଳେ ୨୩ଜଣଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି। ସେହିପରି ଟୋକିଓ ପାରା ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ୧୩ଜଣ ଆଥ୍‌ଲେଟ ସେମାନଙ୍କର ପ୍ରଥମ ଡୋଜ୍‌ ନେଇଛନ୍ତି। ତେବେ ୨ଜଣ ଉଭୟ ଡୋଜର ଟିକା ନେଇସାରିଛନ୍ତି। ଅଗଷ୍ଟ ୨୪ରେ ଟୋକିଓ ପାରା ଅଲିମ୍ପିକ୍ସ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri