ଅଦୃଶ୍ୟ ସୈନିକ

ରଙ୍ଗବେରଙ୍ଗ ଫୁଲରେ ଭରିଯାଇଥିଲା ବଗିଚା। ପ୍ରଜାପତି ଓ ମହୁମାଛିମାନଙ୍କ ଗୁଣୁଗୁଣୁ ସଙ୍ଗୀତ ପରିବେଶକୁ ଅଧିକ ମତୁଆଲା କରୁଥିଲା। ସେ ବାଟ ଦେଇ ଯାଉଥିବା ପଥିକମାନେ ମଧ୍ୟ ବଗିଚାର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରନ୍ତି, ବଗିଚାର ଯତ୍ନ ନେଉଥିବା ବୃଦ୍ଧାଙ୍କର କରନ୍ତି ଭୂୟସୀ ପ୍ରଶଂସା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବଗିଚାରେ କାମ କରନ୍ତି ବୃଦ୍ଧା। ପ୍ରତ୍ୟେକ ଗଛର ଯତ୍ନ ନିଅନ୍ତି। ଥରେ ବୃଦ୍ଧାଙ୍କୁ ଜ୍ୱର ହେଲା। ଜ୍ୱରହେବା ସତ୍ତ୍ୱେ ସେ ବଗିଚାରେ ଦିନତମାମ କାମରେ ଲାଗି ଥାଆନ୍ତି। ମା’ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ତାଙ୍କ ପୁଅ କହିଲା, ”ମା! ଜ୍ୱରରେ କାମ କଲେ ତମ ଦେହ ବହୁତ ଖରାପ ହୋଇଯିବ, କିଛି ଦିନ ମାମୁ ଘରକୁ ଯାଇ ବିଶ୍ରାମ କର, ଦେହ ଭଲ ହେବା ପରେ ବଗିଚାକୁ ଫେରି ଗଛଗୁଡ଼ିକର ଯତ୍ନ ନେବ। ମୁଁ ତମକୁ କଥା ଦେଉଛି, ତମ ଅନୁପସ୍ଥିତିରେ ମୁଁ ଗଛଗୁଡ଼ିକର ଯତ୍ନ ନେବି। ଟିକିଏବି ଅବହେଳା କରିବି ନାହିଁ।“
ପୁଅର କଥା ରଖି ବୃଦ୍ଧା ଜଣଙ୍କ କିଛିଦିନ ବିଶ୍ରାମ ପାଇଁ ନିଜ ମା’ଙ୍କ ଘରକୁ ଚାଲିଗଲେ। ପୁଅ ଉପରେ ବୃଦ୍ଧାଙ୍କର ବିଶ୍ୱାସ ଓ ଭରସା ଥିଲା। ପୁଅ ମଧ୍ୟ ସକାଳୁ ସଞ୍ଜଯାଏ ବଗିଚାରେ କାମ କରେ। ସମସ୍ତ ଯତ୍ନ ସତ୍ତ୍ୱେ ଗଛର ପତ୍ର ଫୁଲ ସବୁ ମଉଳିଗଲା। ଖୁବ୍‌ ଶୀଘ୍ର ଶ୍ରୀହୀନ ହୋଇଗଲା ବଗିଚା।
ମାସକ ପରେ ଫେରିଆସିଲେ ବୃଦ୍ଧା। ବଗିଚାକୁ ଦେଖି ଦୁଃଖରେ ଭାଙ୍ଗିପଡ଼ିଲେ ସେ। ନ ଥିଲା ଗଛରେ ସବୁଜିମା, ନଥିଲା ରଙ୍ଗ ବେରଙ୍ଗର ଫୁଲ, ବଗିଚାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥିଲା। ବଗିଚାର ଏପରି ଅବସ୍ଥା ଦେଖି ବୃଦ୍ଧାଙ୍କ ପୁଅ କାନ୍ଦି କାନ୍ଦି କହିଲା, ”ମା! ସତ କହୁଛି ଗଛଗୁଡ଼ିକ ଯତ୍ନ ନେବାରେ ମୁଁ ତିଳେହେଲେ ଅବହେଳା କରିନି। ସକାଳୁ ସଞ୍ଜ ପର୍ଯ୍ୟନ୍ତ ବଗିଚାରେ କାମ କରେ। ଗଛର ପତ୍ରରେ ପଡ଼ିଥିବା ଧୂଳିକୁ ପୋଛି ପରିଷ୍କାର କରେ। ଝଡ଼ିପଡ଼ିଥିବା ପତ୍ରସବୁକୁ ଝାଡୁମାରି ସଫା କରେ। ସମସ୍ତ ଯତ୍ନ ସତ୍ତ୍ୱେ ଗଛଗୁଡ଼ିକରୁ ସବୁଜିମା ହଜିଗଲା। ସୌନ୍ଦର୍ଯ୍ୟ ହରାଇଲା ବଗିଚା। ଏହାର କାରଣ ମୁଁ ବୁଝିପାରୁନି ମା।“
ଶାନ୍ତ୍ୱନା ଦେଇ ବୃଦ୍ଧା କହିଲେ, ପୁଅରେ! ମନେରଖ, ଗଛର ଜୀବନ ତାହାର ପତ୍ରରେ ନ ଥାଏ। ଜୀବନ ଥାଏ ଗଛ ଚେରରେ। ଚେର ଆମକୁ ଦୃଶ୍ୟ ହୁଏ ନାହିଁ। ଚେର ମାଟିରୁ ସଂଗ୍ରହ କରେ ଖାଦ୍ୟ ଓ ପାଣି। ଚେର ବିନା ଗଛର ଅସ୍ତିତ୍ୱ ନାହିଁ। ତୁ ଯଦି ପତ୍ରର ଯତ୍ନ ବଦଳରେ ଚେରର ଯତ୍ନ ନେଇ ଥାଆନ୍ତୁ, ଗଛ ମୂଳରେ ପାଣି, ସାର, ଖତ ଆଦି ଦେଇ ଥାଆନ୍ତୁ, ତେବେ ଗଛଗୁଡ଼ିକ ଅବସ୍ଥା ଏପରି ଦୟନୀୟ ହୋଇ ନଥାନ୍ତା। ବଗିଚାର ସୌନ୍ଦର୍ଯ୍ୟ ଅତୁଟ ଥାଅନ୍ତା।
କାହାଣୀଟି ବର୍ଣ୍ଣନା କଲା ପରେ ଶିକ୍ଷକ କହିଲେ, ”ପିଲେମାନେ! ଆମ ଚାରିପଟେ ଅନେକ ଅଦୃଶ୍ୟ ଶକ୍ତି ଅଛନ୍ତି। ସେମାନେ ଆମ ସୁଖ, ସାହାଯ୍ୟ ପାଇଁ ଦିନ ରାତି ଲାଗିଛନ୍ତି। ଆମେ ସେମାନଙ୍କୁ ଦେଖି ପାରୁନେ। କିନ୍ତୁ ସେମାନଙ୍କର ସେବାକୁ ଉପଭୋଗ କରୁଛେ। ସେମାନଙ୍କ ପାଇଁ ଆମ ଜୀବନ ସୁଖରେ କଟୁଛି। କେହି କେବେ ସେହି ଅଦୃଶ୍ୟ ସୈନିକଙ୍କ କଥା ଭାବିଛ? ସେମାନେ ଭଲରେ ରହିଲେ ଆମେ ଭଲରେ ରହିବା“ ସେମାନେ କାମ ନ କଲେ ଆମ ଜୀବନ ଦୁର୍ବିଷହ ହୋଇଯିବ।
ସାମୂହିକ ପ୍ରଚେଷ୍ଟା ବିନା ଆର୍ଥିକ ଶିକ୍ଷାର ପ୍ରଚାର, ପ୍ରସାର ଓ ବ୍ୟବହାର ଆର୍ଥିକ ଅନଗ୍ରସର ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚତ୍ ପାରିବ ନାହିଁ। ମହିଳା ସଶକ୍ତୀକରଣ ପାଇଁ ଆମ ରାଜ୍ୟରେ ମିଶନ ଶକ୍ତି କ୍ରିୟାଶୀଳ। ପ୍ରାୟ ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀର ୭୫ ଲକ୍ଷ ସଦସ୍ୟଙ୍କୁ ଅନ୍ୟାନ୍ୟ ପ୍ରଶିକ୍ଷଣ ସହ ଆର୍ଥିକ ଶିକ୍ଷା ପ୍ରଦାନ କରିପାରିଲେ ଆର୍ଥିକ ସାକ୍ଷରତା ହାରରେ ବୃଦ୍ଧି ହେବ। ସେହିପରି ସ୍କୁଲ ଓ କଲେଜ ପର୍ଯ୍ୟାୟକ୍ରମରେ ଆର୍ଥତ୍କ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିପାରିଲେ ଅନ୍ତତଃ ପିଲାମାନେ ଛୋଟବେଳରୁ ଆର୍ଥିକ ଦୃଷ୍ଟିରୁ ଶୃଙ୍ଖଳିତ ହୋଇପାରିବେ। ଡାକଘର ଓ ବ୍ୟବସାୟିକ ବ୍ୟାଙ୍କ ଶାଖାଗୁଡ଼ିକରେ ସାମାଜିକ ସୁରକ୍ଷା, ସ୍ବଳ୍ପ ସଞ୍ଚୟ ଯୋଜନା, ବିଭିନ୍ନ ବୀମା ସଂକ୍ରାନ୍ତୀୟ ତଥ୍ୟର ପୋଷ୍ଟର କିମ୍ବା ଲିଫ୍‌ଲେଟ ମାଧ୍ୟମରେ ଗ୍ରାହକଙ୍କୁ ସେଥିରେ ଥିବା ସୁବିଧା ବିଷୟରେ ଅବଗତ କରାଇବା। ସଙ୍ଗଠିତ ଓ ଅଣସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ; ରେଳ ଷ୍ଟେଶନ, ଟ୍ୟାକ୍ସି ଷ୍ଟାଣ୍ତ, ବସ୍‌ ଷ୍ଟାଣ୍ତ, ଅଟୋ ରିକ୍ସା ଷ୍ଟାଣ୍ତ, ପାର୍କ ଆଦି ସ୍ଥାନରେ ସାମାଜିକ ସୁରକ୍ଷା, ସଞ୍ଚୟ ଓ ବୀମା ବିଷୟରେ ଲୋକଙ୍କୁ ସଚେତନ କରାଇବା; ପଥପ୍ରାନ୍ତ ନାଟକ ମାଧ୍ୟମରେ ଆର୍ଥିକ ଶିକ୍ଷାର ପ୍ରସାର। ସମାଜର ପ୍ରତ୍ୟେକ ଶିକ୍ଷିତ ଓ ସଚେତନ ବ୍ୟକ୍ତି ଦୈନନ୍ଦିନ ସଂସ୍ପର୍ଶରେ ଆସୁଥିବା ଗରିବ ଲୋକଙ୍କର ସଞ୍ଚୟ, ସାମାଜିକ ସୁରକ୍ଷା କରେଇବାର ଦାୟିତ୍ୱ ନେଇପାରିଲେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ପରିଚାଳନାରେ ଦ୍ରୁତ ଅଗ୍ରଗତି ହେବ।
ଜଣେ ଶିକ୍ଷିତ ବ୍ୟକ୍ତି ହୁଏତ ଗୋଟିଏ ଜିଲା ଗୋଟିଏ ରାଜ୍ୟ କିମ୍ବା ଗୋଟିଏ ଦେଶକୁ ପରିବର୍ତ୍ତନ କରିବାରେ ସଫଳ ହୋଇ ନ ପାରେ। କିନ୍ତୁ ସେ ଚାହିଁଲେ ଅତି କମ୍‌ରେ ଜଣେ ଗରିବ ଲୋକକୁ ପରିବର୍ତ୍ତନ କରାଇପାରିବ। ପରିବର୍ତ୍ତନ ଯଦି ଗରିବ ଲୋକର ଦାରିଦ୍ର୍ୟ ଦୂର କରିବାର ପଥ ପରିଷ୍କାର କରେ ଏବଂ ସେହି ଗରିବ ଲୋକର ମୁହଁରେ ଟିକେ ହସ ଫୁଟାଇ ପାରେ, ତେବେ ତାହା ହେଉଛି ସବୁଠୁ ବଡ଼ ମହତ କାମ। ମିଶିକରି ଆସ ସମସ୍ତେ ଏକ ନୂଆ ସଂକଳ୍ପ ନେବା। ଆମ ସଂସ୍ପର୍ଶରେ ଆସୁଥିବା ଗରିବ, ନିଷ୍ପେଷିତ ସେହି ଅଦୃଶ୍ୟ ସୈନିକମାନଙ୍କୁ ଆର୍ଥିକ ସାକ୍ଷର କରାଇବା ସହ ସେମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା କରିବା। ସେମାନଙ୍କ ମୁହଁରେ ଆଣିବା ଆନନ୍ଦର ହସ। ସେମାନଙ୍କ ଜୀବନକୁ କରିବା ସରସ ସୁନ୍ଦର। ଏହାହିଁ ହେବ ସମାଜ, ରାଜ୍ୟ, ଦେଶ ଓ ବିଶ୍ୱ ପାଇଁ ସର୍ବୋତ୍ତମ ସେବା।
ମୋ: ୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri