ତଦନ୍ତରେ ବାଧକ ସାଜିଲା ଝଡ଼ବର୍ଷା

ରସୁଲପୁର,୧ା୪(ଡି.ଏନ.ଏ.): କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର କୁଳମଣି ଲେଙ୍କାଙ୍କ ପୁଅ ବିକାଶ ଲେଙ୍କାଙ୍କ ହତ୍ୟା ମାମଲାର ତତନ୍ତ ଆରମ୍ଭ ହୋଇଥିବାବେଳେ ଝଡ଼ବର୍ଷା ଏଥିରେ ବାଧକ ସୃଷ୍ଟି କରିଛି। ଶୁକ୍ରବାର ସକାଳୁ ପୋଲିସ ବିକାଶଙ୍କ ଘରୁ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ବିକାଶଙ୍କ ଘରେ ଘଟିଛି ବୋଲି ପୋଲିସ ଆଶଙ୍କା କରୁଛି। ସେହି ଦିଗକୁ ଗୁରୁତ୍ୱ ଦେଇ ତଦନ୍ତକାରୀ ଅଧିକାରୀ ମୃତ ଯୁବକଙ୍କ ଘର ଭିତରର ବିଭିନ୍ନ ସ୍ଥାନକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ତଦନ୍ତରେ ପୋଲିସ ସନ୍ଧାନୀ କୁକୁରର ସହାୟତା ନେଇଥିଲା। ମାତ୍ର ଝଡ଼ବର୍ଷା ଯୋଗୁ ତଦନ୍ତ ଆଗକୁ ବଢ଼ିପାରି ନାହିଁ। ପୋଲିସ ପକ୍ଷରୁ ଅଟକ ରଖାଯାଇଥିବା ସନ୍ଦିଗ୍ଧଙ୍କୁ ଦିନ ତମାମ ଜେରା କରାଯାଇଛି। ସନ୍ଦିଗ୍ଧଙ୍କୁ ପ୍ରଥମେ ପୃଥକ୍‌ ସ୍ଥାନରେ ଜେରା କରାଯିବା ପରେ ମୁହାଁମୁହଁି ଜେରା କରାଯାଇଛି। ଉକ୍ତ ମାମଲାକୁ ଯାଜପୁର ଜିଲା ଆରକ୍ଷୀ ଅଧୀକ୍ଷକ ଗୁରୁତର ସହ ନେଇଛନ୍ତି। ସକାଳୁ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କୁଆଖିଆ ଥାନାକୁ ଆସି ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ତଦନ୍ତ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ।
ଅତିରିକ୍ତ ଏସ୍‌ପି ନାରାୟଣ ଚନ୍ଦ୍ର ବାରିକ ପ୍ରତ୍ୟକ୍ଷଭାବେ ଉକ୍ତ ମାମାଲକୁ ତଦାରଖ କରୁଛନ୍ତି। ତେଣେ ବିକାଶଙ୍କ ପରିବାର ସହ ପୂର୍ବରୁ ବିବାଦ ରହିଆସୁଥିବା ହରି ବରାଳ ପରିବାରର ଅନ୍ୟ କେତେଜଣ ସଦସ୍ୟଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି। ଘଟଣାରେ ସମ୍ପୃକ୍ତ ଅଭିଯୁଙ୍କ ନିକଟରେ ପୋଲିସ ଖୁବ୍‌ଶୀଘ୍ର ପହଞ୍ଚତ୍ବ ବୋଲି ଆଶା କରାଯାଉଛି। ଏ ନେଇ ପୋଲିସ ଗଣମାଧ୍ୟମକୁ ବିଶେଷ କିଛି ତଥ୍ୟ ଦେଉନାହିଁ। ଏ ସମ୍ପର୍କରେ ପ୍ରତକ୍ରିୟା ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନାରାୟଣ ଚନ୍ଦ୍ର ବାରିକଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ରିସିଭ୍‌ କରି ନ ଥିଲେ। ସୂଚନାକ ମୁତାବକ, ବୁଧବାର ରାତିରେ ବିକାଶଙ୍କୁ ହତ୍ୟା କରାଯାଇଥିଲା। ଜମି ବିବାଦକୁ ନେଇ ରହି ଆସୁଥିବା ଶତ୍ରୁତା ହତ୍ୟାକାଣ୍ଡର ମୁଖ୍ୟକାରଣ ବୋଲି କୁହାଯାଉଛି। ହତ୍ୟାକାଣ୍ଡ ନେଇ ବିକାଶଙ୍କ ଦାଦା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଗୁରୁବାର ୩ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲ। ରିପୋର୍ଟ ଲେଖାହେବା ସୁଦ୍ଧା ସନ୍ଦିଗ୍ଧଙ୍କ ସଂଖ୍ୟା ୬ରେ ପହଞ୍ଚତ୍ଛି ବୋଲି ବିଶ୍ୱସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?