ତଦନ୍ତରେ ବାଧକ ସାଜିଲା ଝଡ଼ବର୍ଷା

ରସୁଲପୁର,୧ା୪(ଡି.ଏନ.ଏ.): କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର କୁଳମଣି ଲେଙ୍କାଙ୍କ ପୁଅ ବିକାଶ ଲେଙ୍କାଙ୍କ ହତ୍ୟା ମାମଲାର ତତନ୍ତ ଆରମ୍ଭ ହୋଇଥିବାବେଳେ ଝଡ଼ବର୍ଷା ଏଥିରେ ବାଧକ ସୃଷ୍ଟି କରିଛି। ଶୁକ୍ରବାର ସକାଳୁ ପୋଲିସ ବିକାଶଙ୍କ ଘରୁ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ବିକାଶଙ୍କ ଘରେ ଘଟିଛି ବୋଲି ପୋଲିସ ଆଶଙ୍କା କରୁଛି। ସେହି ଦିଗକୁ ଗୁରୁତ୍ୱ ଦେଇ ତଦନ୍ତକାରୀ ଅଧିକାରୀ ମୃତ ଯୁବକଙ୍କ ଘର ଭିତରର ବିଭିନ୍ନ ସ୍ଥାନକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ତଦନ୍ତରେ ପୋଲିସ ସନ୍ଧାନୀ କୁକୁରର ସହାୟତା ନେଇଥିଲା। ମାତ୍ର ଝଡ଼ବର୍ଷା ଯୋଗୁ ତଦନ୍ତ ଆଗକୁ ବଢ଼ିପାରି ନାହିଁ। ପୋଲିସ ପକ୍ଷରୁ ଅଟକ ରଖାଯାଇଥିବା ସନ୍ଦିଗ୍ଧଙ୍କୁ ଦିନ ତମାମ ଜେରା କରାଯାଇଛି। ସନ୍ଦିଗ୍ଧଙ୍କୁ ପ୍ରଥମେ ପୃଥକ୍‌ ସ୍ଥାନରେ ଜେରା କରାଯିବା ପରେ ମୁହାଁମୁହଁି ଜେରା କରାଯାଇଛି। ଉକ୍ତ ମାମଲାକୁ ଯାଜପୁର ଜିଲା ଆରକ୍ଷୀ ଅଧୀକ୍ଷକ ଗୁରୁତର ସହ ନେଇଛନ୍ତି। ସକାଳୁ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କୁଆଖିଆ ଥାନାକୁ ଆସି ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ତଦନ୍ତ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ।
ଅତିରିକ୍ତ ଏସ୍‌ପି ନାରାୟଣ ଚନ୍ଦ୍ର ବାରିକ ପ୍ରତ୍ୟକ୍ଷଭାବେ ଉକ୍ତ ମାମାଲକୁ ତଦାରଖ କରୁଛନ୍ତି। ତେଣେ ବିକାଶଙ୍କ ପରିବାର ସହ ପୂର୍ବରୁ ବିବାଦ ରହିଆସୁଥିବା ହରି ବରାଳ ପରିବାରର ଅନ୍ୟ କେତେଜଣ ସଦସ୍ୟଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି। ଘଟଣାରେ ସମ୍ପୃକ୍ତ ଅଭିଯୁଙ୍କ ନିକଟରେ ପୋଲିସ ଖୁବ୍‌ଶୀଘ୍ର ପହଞ୍ଚତ୍ବ ବୋଲି ଆଶା କରାଯାଉଛି। ଏ ନେଇ ପୋଲିସ ଗଣମାଧ୍ୟମକୁ ବିଶେଷ କିଛି ତଥ୍ୟ ଦେଉନାହିଁ। ଏ ସମ୍ପର୍କରେ ପ୍ରତକ୍ରିୟା ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନାରାୟଣ ଚନ୍ଦ୍ର ବାରିକଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ରିସିଭ୍‌ କରି ନ ଥିଲେ। ସୂଚନାକ ମୁତାବକ, ବୁଧବାର ରାତିରେ ବିକାଶଙ୍କୁ ହତ୍ୟା କରାଯାଇଥିଲା। ଜମି ବିବାଦକୁ ନେଇ ରହି ଆସୁଥିବା ଶତ୍ରୁତା ହତ୍ୟାକାଣ୍ଡର ମୁଖ୍ୟକାରଣ ବୋଲି କୁହାଯାଉଛି। ହତ୍ୟାକାଣ୍ଡ ନେଇ ବିକାଶଙ୍କ ଦାଦା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଗୁରୁବାର ୩ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲ। ରିପୋର୍ଟ ଲେଖାହେବା ସୁଦ୍ଧା ସନ୍ଦିଗ୍ଧଙ୍କ ସଂଖ୍ୟା ୬ରେ ପହଞ୍ଚତ୍ଛି ବୋଲି ବିଶ୍ୱସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri