ଜେରା ଜାରି, ଆଜି ହୋଇପାରେ ସିନ୍‌ ରିକ୍ରିଏଶନ

ଭୁବନେଶ୍ୱର,୫।୩(ବ୍ୟୁରୋ):ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଗୁରୁବାରଠାରୁ ୨ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ମଙ୍ଗଳବାର କୋଲକାତାର ଏକ ସିବିଆଇ ଟିମ୍‌ ସ୍ବତନ୍ତ୍ର ସିଜେଏମ୍‌ କୋର୍ଟରେ ଏଥିପାଇଁ ଆବେଦନ କରିଥିଲା। ୪ ଓ ୫ ତାରିଖ ଦୁଇଦିନ ପାଇଁ ବୁଧବାର କୋର୍ଟ ଅନୁମତି ଦେଇଥିଲେ। ତେବେ ଗୁରୁବାର ବିବନଙ୍କୁ ରିମାଣ୍ଡରେ ଆଣିବା ପରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା। ପରେ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟର ଏକ ବନ୍ଦ କୋଠରିରେ ଦିନ ତମାମ ମାରାଥନ ଜେରା ଚାଲିଛି। ଗିରଫ କରିବାରେ ଫେଲ୍‌ ମାରିଥିବା ସିବିଆଇ ରିମାଣ୍ଡ ସମୟରେ ତାଙ୍କ ମୁହଁରୁ ପୂରା ଘଟଣାର ସତ୍ୟାସତ୍ୟ ଓାଳିବାକୁ ଚେଷ୍ଟା କରୁଛି। ୧୯୯୯ ଜାନୁୟାରୀ ୯ କାଳ ରାତିର ସେହି କଳା ଘଟଣାଠାରୁ ଆରମ୍ଭ କରି ୨୨ ବର୍ଷ ଧରି ଫେରାର ହେବାର ଟିକିନିଖି ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ସିବିଆଇ ଟିମ୍‌। ଘଟଣା ପଛରେ ଷଡ଼ଯନ୍ତ୍ର ଥିଲା କି, ବିବନ କାହା ସାହାଯ୍ୟରେ ରାଜ୍ୟ ବାହାରକୁ ଖସିଯିବାକୁ ସକ୍ଷମ ହେଲେ, ସିବିଆଇ ଆଖିରେ ଧୂଳି ଦେଇ କେମିତି ଦୀର୍ଘ ୨୨ବର୍ଷ ଧରି ଆତ୍ମଗୋପନ କରିଥିଲେ, ୨୦୦୭ରେ ମହାରାଷ୍ଟ୍ର ଆମ୍ବି ଭ୍ୟାଲି ଯିବା ସହ ସେଠାରେ କିପରି ନିଜ ନାମ, ପରିଚୟ ଓ ଠିକଣା ବଦଳାଇଥିଲେ, ଏହା ପୂର୍ବରୁ ବିବନ କେଉଁଠି ଲୁଚି ରହିଥିଲେ, ଏସବୁ ସମ୍ପର୍କରେ ତାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି। ତେବେ ବିବନ ଗଣବଳାତ୍କାର ନେଇ ସ୍ବୀକାର କରିଥିବାବେଳେ ଅନ୍ୟାନ୍ୟ ପ୍ରସଙ୍ଗରେ ଦେଇଥିବା ତଥ୍ୟ ଠିକ୍‌ ନା ନାହିଁ ତାହାର ଯାଞ୍ଚ କରୁଛି ସିବିଆଇ। ଘଟଣା ପଛରେ ଷଡଯନ୍ତ୍ର ରହିଥିବା ଅଞ୍ଜନା ବାରମ୍ବାର ଅଭିଯୋଗ କରୁଛନ୍ତି। ତେଣୁ ଏ ସଂକ୍ରାନ୍ତରେ ବିବନଙ୍କ ମୁହଁରୁ ସତ ବାହାର କରିବାକୁ ସିବିଆଇ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷେ ସିବିଆଇ ହାତରେ ମାତ୍ର ଗୋଟିଏ ଦିନ ସମୟ ଥିବାରୁ ସିନ୍‌ ରିକ୍ରିଏଶନ ପାଇଁ ଶୁକ୍ରବାର ବିବନଙ୍କୁ ଘଟଣା ସ୍ଥଳକୁ ନିଆଯାଇପାରେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ କମିଶନରେଟ୍‌ ପୋଲିସ ବିବନଙ୍କୁ ମହାରାଷ୍ଟ୍ର ଆମ୍ବି ଭ୍ୟାଲିରୁ ଗିରଫ କରିଥିଲା। ବୁଧବାର ଝାରପଡ଼ା ଜେଲ ପରିସରରେ ଜେଏମ୍‌ଏଫସି ଶୃଜାଲିନ ମହାନ୍ତିଙ୍କ ସାମ୍ନାରେ ବିବନଙ୍କ ଟିଆଇ ପରେଡ୍‌ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri