ବ୍ରିଟେନ୍‌ରେ ବଢୁଛି ଭାରତୀୟଙ୍କ ଅନୁପ୍ରବେଶ

ଲଣ୍ଡନ,୧୩।୩: ବ୍ରିଟେନ୍‌ରେ ବେଆଇନ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ସେଠାକାର ସରକାର ଦାବି କରିଛନ୍ତି। ଫ୍ରାନ୍ସ ଚ୍ୟାନେଲ ଦେଇ ଛୋଟ ବୋଟ୍‌ ଜରିଆରେ ବହୁ ସଂଖ୍ୟକ ଭାରତୀୟ ବେଆଇନ ଭାବେ ବ୍ରିଟେନ୍‌ରେ ପ୍ରବେଶ କରୁଥିବା କୁହାଯାଉଛି। ଗତବର୍ଷ ଏହି ଚ୍ୟାନେଲ ଜରିଆରେ ମୋଟ ୬୮୩ ଭାରତୀୟ ବ୍ରିଟେନ୍‌ ଯାଇଥିଲେ, ଯାହାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଯୁବକ। ଦେଶରୁ ବେଆଇନ ପ୍ରବାସୀଙ୍କୁ ବିତାଡିତ କରିବା ଲାଗି ଗତ ସପ୍ତାହରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ସ୍ବରାଷ୍ଟ୍ର ସଚିବ ସୁଏଲା ବ୍ରାଭରମାନ୍‌ ହାଉସ୍‌ ଅଫ୍‌ କମନ୍ସରେ ବେଆଇନ ପ୍ରବାସୀ ବିଲ୍‌ ଉପସ୍ଥାପନ କରିଥିଲେ। ଛୋଟ ବୋଟ୍‌ ଜରିଆରେ ଦେଶରେ ବେଆଇନ ଢଙ୍ଗରେ ପ୍ରବେଶ କରୁଥିବା ପ୍ରବାସୀଙ୍କୁ ରୋକିବା ସହ ଏ ନେଇ ସେମାନଙ୍କୁ ସାହାଯ୍ୟ କରୁଥିବା ଚାଲାଣକାରୀ ଗୋଷ୍ଠୀକୁ ଧରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।
ବେଆଇନ ପ୍ରବାସୀଙ୍କୁ ବ୍ରିଟେନ୍‌ରେ ପ୍ରବେଶ କରାଇବା ଲାଗି ଏକ ଗ୍ୟାଙ୍ଗ୍‌ କାର୍ଯ୍ୟ କରୁଛି, ଯାହା ଜଣପିଛା ୩,୦୦୦ ପାଉଣ୍ଡ (ପାଖାପାଖି ୨,୯୫,୯୧୧ ଟଙ୍କା) ନେଇଥାଏ। ଏହି ଗ୍ୟାଙ୍ଗ୍‌ ଡଙ୍ଗା ସାହାଯ୍ୟରେ ପ୍ରବାସୀମାନଙ୍କୁ ଫ୍ରାନ୍ସରୁ ଇଂଲଣ୍ଡରେ ପହଞ୍ଚାଇଥାଏ। ଏହି ଛୋଟ ଡଙ୍ଗାରେ ଏକକାଳୀନ ୪୦ରୁ ୫୦ ଜଣଙ୍କୁ ନିଆଯାଏ। ଉକ୍ତ ଡଙ୍ଗାଗୁଡ଼ିକୁ ତୁର୍କୀରୁ କିଣାଯାଇଥାଏ। ତେବେ ଏହି ଛୋଟ ବୋଟ୍‌ରେ ଯାତ୍ରା ସମୟରେ ଅନେକ ପ୍ରବସୀ ଭାସିଯିବାର ଖବର ମଧ୍ୟ ପ୍ରକାଶ ପାଇଛି। ୨୦୧୮ ପର୍ଯ୍ୟନ୍ତ କୌଣସି ଭାରତୀୟ ଛୋଟ ଡଙ୍ଗା ଜରିଆରେ ବ୍ରିଟେନ୍‌ରେ ପ୍ରବେଶ କରି ନ ଥିଲେ। କିନ୍ତୁ ୨୦୨୦ରେ ପ୍ରଥମ ଥର ୬୪ ଜଣ ଭାରତୀୟ ଛୋଟ ବୋଟ୍‌ରେ ଆସି ବ୍ରିଟେନ୍‌ରେ ପହଞ୍ଚିଥିଲେ। ସେହିପରି ୨୦୨୧ରେ ୬୭ ଜଣ ଏବଂ ୨୦୨୨ରେ ସର୍ବାଧିକ ୬୮୩ ଜଣ ବେଆଇନ ଉପାୟ ଅବଲମ୍ବନ କରି ବ୍ରିଟେନ୍‌ ଆସିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ନିକଟରେ ଏକ ଜିବି ନ୍ୟୁଜ୍‌ ନାମକ ଟିଭି ଚାନେଲ୍‌ ପକ୍ଷରୁ ଏକ ଟିକ୍‌ଟକ୍‌ ଭିଡିଓ ଜାରି କରାଯାଇଥିଲା, ଯେଉଁଥିରେ କେତେଜଣ ଶିଖ୍‌ ସମ୍ପ୍ରଦାୟର ଲୋକ ପ୍ରବାସୀଙ୍କୁ ବୋଟ୍‌ରେ ବସାଇ ନେଉଥିବା ଦେଖିବାକୁ ମିଳିଥିଲା। ଉକ୍ତ ଭିଡିଓକୁ ପରବର୍ତ୍ତୀ ସମୟରେ ଶିଖ୍‌ ପ୍ରେସ୍‌ ଆସୋସିଏଶନ୍‌ ପକ୍ଷରୁ ନିନ୍ଦା କରାଯାଇଥିଲା। ଗତବର୍ଷ ମୋଟ ୪୫,୭୫୫ ଅନୁପ୍ରବେଶକାରୀ ବ୍ରିଟେନ୍‌ ଆସିଥିଲେ। ବିଶେଷ କରି ଆଲବାନିଆ, ଆଫଗାନିସ୍ତାନ, ଇରାନ୍‌, ଇରାକ୍‌ ଏବଂ ସିରିଆର ଅଧିକାଂଶ ନାଗରିକ ବେଆଇନ ଭାବେ ବ୍ରିଟେନ୍‌ରେ ପ୍ରବେଶ କରୁଥିବାବେଳେ ଭାରତ ଏହି ସୂଚୀରେ ୧୦ମ ସ୍ଥାନରେ ରହିଛି। ଏ ସଂକ୍ରାନ୍ତରେ ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ସୁନକ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକରଁଙ୍କ ସହ ଆଲୋଚନା କରିଛନ୍ତି। ୨୦୨୨ରେ ମୋଟ ୩,୨୪୮ ଜଣ ଭାରତୀୟଙ୍କୁ ବ୍ରିଟେନ୍‌ ସରକାରଙ୍କ ପକ୍ଷରୁ ଆଶ୍ରୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri