ବ୍ରିଟେନ୍‌ରେ ବଢୁଛି ଭାରତୀୟଙ୍କ ଅନୁପ୍ରବେଶ

ଲଣ୍ଡନ,୧୩।୩: ବ୍ରିଟେନ୍‌ରେ ବେଆଇନ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ସେଠାକାର ସରକାର ଦାବି କରିଛନ୍ତି। ଫ୍ରାନ୍ସ ଚ୍ୟାନେଲ ଦେଇ ଛୋଟ ବୋଟ୍‌ ଜରିଆରେ ବହୁ ସଂଖ୍ୟକ ଭାରତୀୟ ବେଆଇନ ଭାବେ ବ୍ରିଟେନ୍‌ରେ ପ୍ରବେଶ କରୁଥିବା କୁହାଯାଉଛି। ଗତବର୍ଷ ଏହି ଚ୍ୟାନେଲ ଜରିଆରେ ମୋଟ ୬୮୩ ଭାରତୀୟ ବ୍ରିଟେନ୍‌ ଯାଇଥିଲେ, ଯାହାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଯୁବକ। ଦେଶରୁ ବେଆଇନ ପ୍ରବାସୀଙ୍କୁ ବିତାଡିତ କରିବା ଲାଗି ଗତ ସପ୍ତାହରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ସ୍ବରାଷ୍ଟ୍ର ସଚିବ ସୁଏଲା ବ୍ରାଭରମାନ୍‌ ହାଉସ୍‌ ଅଫ୍‌ କମନ୍ସରେ ବେଆଇନ ପ୍ରବାସୀ ବିଲ୍‌ ଉପସ୍ଥାପନ କରିଥିଲେ। ଛୋଟ ବୋଟ୍‌ ଜରିଆରେ ଦେଶରେ ବେଆଇନ ଢଙ୍ଗରେ ପ୍ରବେଶ କରୁଥିବା ପ୍ରବାସୀଙ୍କୁ ରୋକିବା ସହ ଏ ନେଇ ସେମାନଙ୍କୁ ସାହାଯ୍ୟ କରୁଥିବା ଚାଲାଣକାରୀ ଗୋଷ୍ଠୀକୁ ଧରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।
ବେଆଇନ ପ୍ରବାସୀଙ୍କୁ ବ୍ରିଟେନ୍‌ରେ ପ୍ରବେଶ କରାଇବା ଲାଗି ଏକ ଗ୍ୟାଙ୍ଗ୍‌ କାର୍ଯ୍ୟ କରୁଛି, ଯାହା ଜଣପିଛା ୩,୦୦୦ ପାଉଣ୍ଡ (ପାଖାପାଖି ୨,୯୫,୯୧୧ ଟଙ୍କା) ନେଇଥାଏ। ଏହି ଗ୍ୟାଙ୍ଗ୍‌ ଡଙ୍ଗା ସାହାଯ୍ୟରେ ପ୍ରବାସୀମାନଙ୍କୁ ଫ୍ରାନ୍ସରୁ ଇଂଲଣ୍ଡରେ ପହଞ୍ଚାଇଥାଏ। ଏହି ଛୋଟ ଡଙ୍ଗାରେ ଏକକାଳୀନ ୪୦ରୁ ୫୦ ଜଣଙ୍କୁ ନିଆଯାଏ। ଉକ୍ତ ଡଙ୍ଗାଗୁଡ଼ିକୁ ତୁର୍କୀରୁ କିଣାଯାଇଥାଏ। ତେବେ ଏହି ଛୋଟ ବୋଟ୍‌ରେ ଯାତ୍ରା ସମୟରେ ଅନେକ ପ୍ରବସୀ ଭାସିଯିବାର ଖବର ମଧ୍ୟ ପ୍ରକାଶ ପାଇଛି। ୨୦୧୮ ପର୍ଯ୍ୟନ୍ତ କୌଣସି ଭାରତୀୟ ଛୋଟ ଡଙ୍ଗା ଜରିଆରେ ବ୍ରିଟେନ୍‌ରେ ପ୍ରବେଶ କରି ନ ଥିଲେ। କିନ୍ତୁ ୨୦୨୦ରେ ପ୍ରଥମ ଥର ୬୪ ଜଣ ଭାରତୀୟ ଛୋଟ ବୋଟ୍‌ରେ ଆସି ବ୍ରିଟେନ୍‌ରେ ପହଞ୍ଚିଥିଲେ। ସେହିପରି ୨୦୨୧ରେ ୬୭ ଜଣ ଏବଂ ୨୦୨୨ରେ ସର୍ବାଧିକ ୬୮୩ ଜଣ ବେଆଇନ ଉପାୟ ଅବଲମ୍ବନ କରି ବ୍ରିଟେନ୍‌ ଆସିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ନିକଟରେ ଏକ ଜିବି ନ୍ୟୁଜ୍‌ ନାମକ ଟିଭି ଚାନେଲ୍‌ ପକ୍ଷରୁ ଏକ ଟିକ୍‌ଟକ୍‌ ଭିଡିଓ ଜାରି କରାଯାଇଥିଲା, ଯେଉଁଥିରେ କେତେଜଣ ଶିଖ୍‌ ସମ୍ପ୍ରଦାୟର ଲୋକ ପ୍ରବାସୀଙ୍କୁ ବୋଟ୍‌ରେ ବସାଇ ନେଉଥିବା ଦେଖିବାକୁ ମିଳିଥିଲା। ଉକ୍ତ ଭିଡିଓକୁ ପରବର୍ତ୍ତୀ ସମୟରେ ଶିଖ୍‌ ପ୍ରେସ୍‌ ଆସୋସିଏଶନ୍‌ ପକ୍ଷରୁ ନିନ୍ଦା କରାଯାଇଥିଲା। ଗତବର୍ଷ ମୋଟ ୪୫,୭୫୫ ଅନୁପ୍ରବେଶକାରୀ ବ୍ରିଟେନ୍‌ ଆସିଥିଲେ। ବିଶେଷ କରି ଆଲବାନିଆ, ଆଫଗାନିସ୍ତାନ, ଇରାନ୍‌, ଇରାକ୍‌ ଏବଂ ସିରିଆର ଅଧିକାଂଶ ନାଗରିକ ବେଆଇନ ଭାବେ ବ୍ରିଟେନ୍‌ରେ ପ୍ରବେଶ କରୁଥିବାବେଳେ ଭାରତ ଏହି ସୂଚୀରେ ୧୦ମ ସ୍ଥାନରେ ରହିଛି। ଏ ସଂକ୍ରାନ୍ତରେ ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ସୁନକ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକରଁଙ୍କ ସହ ଆଲୋଚନା କରିଛନ୍ତି। ୨୦୨୨ରେ ମୋଟ ୩,୨୪୮ ଜଣ ଭାରତୀୟଙ୍କୁ ବ୍ରିଟେନ୍‌ ସରକାରଙ୍କ ପକ୍ଷରୁ ଆଶ୍ରୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?