ନଦୀରେ ନିର୍ମାଣ ଚାଲିଛି ଇନ୍‌ଡୋର ଷ୍ଟାଡିୟମ

କେନ୍ଦ୍ରାପଡ଼ା ଅଫିସ/ପଟ୍ଟାମୁଣ୍ଡାଇ,୪ା୭(ସ୍ବ.ପ୍ର.): ବ୍ରାହ୍ମଣୀ ଓ ଗୋବରୀ ନଦୀର ଜଳପଥ ସଂଯୋଗୀକରଣ ଆନ୍ଦୋଳନ ଏବେ ଫସର ଫାଟିବାକୁ ଯାଉଛି। ପୂର୍ବରୁ ଥିବା ଏହି ୧୬ କିଲୋମିଟର ଜଳପଥ ଉପରେ ପଟ୍ଟାମୁଣ୍ଡାଇର ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ହେଉଛି। ଜଳପଥ ଉପରେ ହେଉଥିବା ଏହି ଷ୍ଟାଡିୟମ ସ୍ଥାନୀୟ ଅଞ୍ଚଳର କୃଷି ଓ କୃଷକଙ୍କ ପାଇଁ ଆଗାମୀ ଦିନରେ ଆତ୍ମଘାତୀ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ନିକଟରେ ଥିବା ବ୍ରାହ୍ମଣୀ ନଦୀର ଏକ ଶାଖା ନରସିଂହପୁର ଗ୍ରାମ ଦେଇ କେନ୍ଦ୍ରାପଡ଼ା ବ୍ଲକ ଗଣ୍ଡାକିଆଠାରେ ଗୋବରୀ ନଦୀରେ ମିଶିଥିଲା। ଏହି ଶାଖାକୁ ନଅଙ୍କ ଦୁର୍ଭିକ୍ଷ ସମୟ ୧୮୬୬ରେ ଉନ୍ନତୀକରଣ କରାଯାଇ ନୌଚଳାଚଳର ବ୍ୟବସ୍ଥା ହୋଇଥିଲା। ନୌପରିବହନ ସହ ସ୍ଥାନୀୟ ଅଞ୍ଚଳର କୃଷି ଓ ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିଲା। ତେବେ ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ଉନ୍ନତୀକରଣ କରା ନ ଯିବାରୁ ତାହା ପୋତିହୋଇପଡିଛି। ଆଇନଜୀବୀ ପ୍ରମୋଦ କୁମାର ସାହୁ କହିଛନ୍ତି, ଏହି ଜଳଉତ୍ସରୁ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ବ୍ଲକ ସହ ମହାକାଳପଡ଼ା ବ୍ଲକ ଅଞ୍ଚଳର ଚାଷୀ କ୍ଷେତ ପାଇଁ ଜଳ ନେଉଥିଲେ। ତେବେ ଏହାର ଜଳପଥ ପୋତି ହୋଇପଡ଼ିବାରୁ ନିକଟସ୍ଥ କେତେଜଣ ବ୍ୟକ୍ତି ଏହି ଜମିକୁ ଜବରଦଖଲ କରିଛନ୍ତି। ଏହାର ଉନ୍ନତୀକରଣ ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀ ବହୁବାର ଆନ୍ଦୋଳନ କରିଛନ୍ତି। ଏଥିପାଇଁ ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଜଳପଥର ଉନ୍ନତୀକରଣ ପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳ କରି ଶିଳାନ୍ୟାସ କରିଥିଲେ। ତେବେ କୌଣସି କାରଣରୁ ଠିକା ସଂସ୍ଥା କାର୍ଯ୍ୟ ଛାଡ଼ିଦେବାରୁ ଏହାର ପରିବର୍ଦ୍ଧିତ ବ୍ୟୟ ଅଟକଳ ୭ କୋଟି ଟଙ୍କାରେ ପହଞ୍ଚତ୍ଛି। ତେବେ ଏହି ଜଳପଥ ଉପରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ଚାଷୀଙ୍କ ଚାଷ ଆଶାକୁ ଆଶଙ୍କାରେ ପରିଣତ କରିଛି। ଏ ସଂକ୍ରାନ୍ତରେ କ୍ଷୀରୋଦ କୁମାର ମଲ୍ଲିକ କୁହନ୍ତି, ଚିରସ୍ରୋତା ବ୍ରାହ୍ମଣୀ ସହିତ ଗୋବରୀ ନଦୀର ସଂଯୋଗୀକରଣ ପାଇଁ ବହୁବାର ଆନ୍ଦୋଳନ ହୋଇଛି। ଏବେ ଏହାର ଉନ୍ନତୀକରଣ ହେଉଥିବା ବେଳେ ଜଳପଥ ଉପରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ବାଧକ ହୋଇଛି। ନଦୀ କିସମ ଉପରେ ଏହି ନିର୍ମାଣକୁ ନେଇ କ୍ଷୀରୋଦଙ୍କ ସହ ଅଶୋକ କୁମାର ବଳ ଓ ଦେବାଶିଷ ପଣ୍ଡା ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା)ରେ ଅଭିଯୋଗ କରିଥିଲେ। ନାଲସା ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଆଇନ ସେବା ପ୍ରାଧିକରଣକୁ ଏ ସମ୍ପର୍କରେ ଚିଠି ପରେ ଏହି ମାମଲା ଜଳସମ୍ପଦ ବିଭାଗ ବୁଝିବାକୁ ଚିଠି ହୋଇଛି। ଜଳପଥ ଉପରେ ଷ୍ଟାଡିୟମ ନିର୍ମାଣ ଫଳରେ ନଦୀ ସଂଯୋଗୀକରଣ କାର୍ଯ୍ୟ ବ୍ୟାହତ ହେବ। ଜଳପଥ ଶୁଖିଲା ରହିବା ଦ୍ୱାରା ପରୋକ୍ଷରେ ଏହାକୁ ଜବରଦଖଲକାରୀଙ୍କ ହାତକୁ ଟେକିଦେଇ ଚାଷୀଙ୍କ ସ୍ବାର୍ଥକୁ ବଳି ପକାଯାଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଜଳପଥ ଉପରେ ଷ୍ଟାଡିୟମ ନିର୍ମାଣ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳରୁ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ମିଳିଲେ ଜଳସମ୍ପଦ ବିଭାଗ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?