ନଦୀରେ ନିର୍ମାଣ ଚାଲିଛି ଇନ୍‌ଡୋର ଷ୍ଟାଡିୟମ

କେନ୍ଦ୍ରାପଡ଼ା ଅଫିସ/ପଟ୍ଟାମୁଣ୍ଡାଇ,୪ା୭(ସ୍ବ.ପ୍ର.): ବ୍ରାହ୍ମଣୀ ଓ ଗୋବରୀ ନଦୀର ଜଳପଥ ସଂଯୋଗୀକରଣ ଆନ୍ଦୋଳନ ଏବେ ଫସର ଫାଟିବାକୁ ଯାଉଛି। ପୂର୍ବରୁ ଥିବା ଏହି ୧୬ କିଲୋମିଟର ଜଳପଥ ଉପରେ ପଟ୍ଟାମୁଣ୍ଡାଇର ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ହେଉଛି। ଜଳପଥ ଉପରେ ହେଉଥିବା ଏହି ଷ୍ଟାଡିୟମ ସ୍ଥାନୀୟ ଅଞ୍ଚଳର କୃଷି ଓ କୃଷକଙ୍କ ପାଇଁ ଆଗାମୀ ଦିନରେ ଆତ୍ମଘାତୀ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ନିକଟରେ ଥିବା ବ୍ରାହ୍ମଣୀ ନଦୀର ଏକ ଶାଖା ନରସିଂହପୁର ଗ୍ରାମ ଦେଇ କେନ୍ଦ୍ରାପଡ଼ା ବ୍ଲକ ଗଣ୍ଡାକିଆଠାରେ ଗୋବରୀ ନଦୀରେ ମିଶିଥିଲା। ଏହି ଶାଖାକୁ ନଅଙ୍କ ଦୁର୍ଭିକ୍ଷ ସମୟ ୧୮୬୬ରେ ଉନ୍ନତୀକରଣ କରାଯାଇ ନୌଚଳାଚଳର ବ୍ୟବସ୍ଥା ହୋଇଥିଲା। ନୌପରିବହନ ସହ ସ୍ଥାନୀୟ ଅଞ୍ଚଳର କୃଷି ଓ ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିଲା। ତେବେ ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ଉନ୍ନତୀକରଣ କରା ନ ଯିବାରୁ ତାହା ପୋତିହୋଇପଡିଛି। ଆଇନଜୀବୀ ପ୍ରମୋଦ କୁମାର ସାହୁ କହିଛନ୍ତି, ଏହି ଜଳଉତ୍ସରୁ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ବ୍ଲକ ସହ ମହାକାଳପଡ଼ା ବ୍ଲକ ଅଞ୍ଚଳର ଚାଷୀ କ୍ଷେତ ପାଇଁ ଜଳ ନେଉଥିଲେ। ତେବେ ଏହାର ଜଳପଥ ପୋତି ହୋଇପଡ଼ିବାରୁ ନିକଟସ୍ଥ କେତେଜଣ ବ୍ୟକ୍ତି ଏହି ଜମିକୁ ଜବରଦଖଲ କରିଛନ୍ତି। ଏହାର ଉନ୍ନତୀକରଣ ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀ ବହୁବାର ଆନ୍ଦୋଳନ କରିଛନ୍ତି। ଏଥିପାଇଁ ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଜଳପଥର ଉନ୍ନତୀକରଣ ପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳ କରି ଶିଳାନ୍ୟାସ କରିଥିଲେ। ତେବେ କୌଣସି କାରଣରୁ ଠିକା ସଂସ୍ଥା କାର୍ଯ୍ୟ ଛାଡ଼ିଦେବାରୁ ଏହାର ପରିବର୍ଦ୍ଧିତ ବ୍ୟୟ ଅଟକଳ ୭ କୋଟି ଟଙ୍କାରେ ପହଞ୍ଚତ୍ଛି। ତେବେ ଏହି ଜଳପଥ ଉପରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ଚାଷୀଙ୍କ ଚାଷ ଆଶାକୁ ଆଶଙ୍କାରେ ପରିଣତ କରିଛି। ଏ ସଂକ୍ରାନ୍ତରେ କ୍ଷୀରୋଦ କୁମାର ମଲ୍ଲିକ କୁହନ୍ତି, ଚିରସ୍ରୋତା ବ୍ରାହ୍ମଣୀ ସହିତ ଗୋବରୀ ନଦୀର ସଂଯୋଗୀକରଣ ପାଇଁ ବହୁବାର ଆନ୍ଦୋଳନ ହୋଇଛି। ଏବେ ଏହାର ଉନ୍ନତୀକରଣ ହେଉଥିବା ବେଳେ ଜଳପଥ ଉପରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ବାଧକ ହୋଇଛି। ନଦୀ କିସମ ଉପରେ ଏହି ନିର୍ମାଣକୁ ନେଇ କ୍ଷୀରୋଦଙ୍କ ସହ ଅଶୋକ କୁମାର ବଳ ଓ ଦେବାଶିଷ ପଣ୍ଡା ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା)ରେ ଅଭିଯୋଗ କରିଥିଲେ। ନାଲସା ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଆଇନ ସେବା ପ୍ରାଧିକରଣକୁ ଏ ସମ୍ପର୍କରେ ଚିଠି ପରେ ଏହି ମାମଲା ଜଳସମ୍ପଦ ବିଭାଗ ବୁଝିବାକୁ ଚିଠି ହୋଇଛି। ଜଳପଥ ଉପରେ ଷ୍ଟାଡିୟମ ନିର୍ମାଣ ଫଳରେ ନଦୀ ସଂଯୋଗୀକରଣ କାର୍ଯ୍ୟ ବ୍ୟାହତ ହେବ। ଜଳପଥ ଶୁଖିଲା ରହିବା ଦ୍ୱାରା ପରୋକ୍ଷରେ ଏହାକୁ ଜବରଦଖଲକାରୀଙ୍କ ହାତକୁ ଟେକିଦେଇ ଚାଷୀଙ୍କ ସ୍ବାର୍ଥକୁ ବଳି ପକାଯାଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଜଳପଥ ଉପରେ ଷ୍ଟାଡିୟମ ନିର୍ମାଣ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳରୁ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ମିଳିଲେ ଜଳସମ୍ପଦ ବିଭାଗ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାରାୟଣପାଟଣା ପୋଷ୍ଟ ଅଫିସରୁ ଜମାକାରୀଙ୍କ ଟଙ୍କା ହଡ଼ପ

ନାରାୟଣପାଟଣା,୨୬ା୨(ଡି.ଏନ.ଏ.): କୋରାପୁଟ ଜିଲାରେ ଥମୁନି ପୋଷ୍ଟ ଅଫିସ ଦୁର୍ନୀତି। ଜମାକାରୀଙ୍କ କଷ୍ଟଲବଧ ଅର୍ଥରେ କେତେଜଣ କର୍ମଚାରୀ ବେଶ୍‌ ସ୍ବଚ୍ଛନ୍ଦରେ ଚଳୁଛନ୍ତି। ଜିଲାର ବୈପାରିଗୁଡା ପୋଷ୍ଟ ଅଫିସରେ...

ବାଲି ଗାଡ଼ି ଜବତ କଲେ ତହସିଲଦାର

ପାରାଦୀପ,୫ା୬(ସ୍ବ.ପ୍ର.): ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାର ମଧ୍ୟବର୍ତ୍ତୀ ସୀମା ଭୁତମୁଣ୍ଡାଇ ନିକଟସ୍ଥ ମହାନଦୀରୁ କିଛିଦିନ ହେଲା ବିପୁଳ ପରିମାଣର ବାଲି ଉତ୍ତୋଳନ ଚାଲିଥିଲା। ଦୁଇ ଜିଲାର...

ଖତ ଖାଉଛି ୧୦୮ ଆମ୍ବୁଲାନ୍ସ

ଗଞ୍ଜାମ,୧୨।୩(ଡି.ଏନ୍‌.ଏ.): ଗରିବ ଜନସାଧାରଣଙ୍କ ପାଇଁ ସରକାର ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି l ସେଥି ମଧ୍ୟରୁ ରୋଗୀ ମାଗଣା...

ସବୁ ବର୍ଗକୁ ସାମିଲକରି ପାଳନ ହେବ ଓଡ଼ିଶା ଦିବସ

କୋରାପୁଟ,୨୫।୩(ସ୍ବ.ପ୍ର.): ସବୁ ବର୍ଗକୁ ସାମିଲକରି ଆସନ୍ତା ଓଡ଼ିଶା ଦିବସକୁ କିପରି ମହାଆଡ଼ମ୍ବରରେ ପାଳନ କରାଯିବ ସେ ନେଇ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକରେ...

ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ପରଲୋକ

ଜଗତ୍‌ସିଂହପୁର ଅଫିସ୍‌/ଭୁବନେଶ୍ୱର,୬।୭(ବ୍ୟୁରୋ)-ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ୬୬ ବର୍ଷ ବୟସରେ ସୋମବାର ସନ୍ଧ୍ୟାରେ ପରଲୋକ ଘଟିଛି। ସେ ବ୍ରେନ୍‌...

ଓଡ଼ିଶା ଜମିରେ ଚାଷ କରୁଛନ୍ତି ଆନ୍ଧ୍ରବାସୀ

କୋରାପୁଟ/ନାରାୟଣପାଟଣା,୩।୧(ସ୍ବ.ପ୍ର./ଡି.ଏନ୍‌.ଏ.):କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ କାପଲଡା ଗ୍ରାମରେ ଆନ୍ଧ୍ର ପକ୍ଷରୁ ପ୍ରାୟ ୩୬ ଏକର ଜମିରେ ପାମଅଏଲ ଚାଷ ହୋଇଥିବା ବନ୍ଧୁଗାଁ ବ୍ଲକ...

ଝାରସୁଗୁଡ଼ାରେ ହେବ କୋଲ୍‌ ଟ୍ରିବ୍ୟୁନାଲ

ଭୁବନେଶ୍ୱର/ଝାରସୁଗୁଡା (ଡି.ଏନ୍‌.ଏ.):୪।୨: ଝାରସୁଗୁଡାରେ ଏକ କୋଲ୍‌ ବିୟରିଂ ଟ୍ରିବ୍ୟୁନାଲ (ସିବିଟି) ସ୍ଥାପନ ନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। କୋଇଲା ଖଣି ମାମଲାଗୁଡିକର...

ଉଲିବୁରୁ ଖଣି ଦୁର୍ନୀତି ମାମଲା: ଜେଲରୁ ମୁକୁଳିଲେ ଦୀପକ ଗୁପ୍ତା

କେନ୍ଦୁଝର,୨୭।୬(ସ୍ବ.ପ୍ର)-ଉଲିବୁରୁ ଖଣି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଶନିବାର ସାରେ କେନ୍ଦୁଝର ଜେଲରୁ ଜାମିନ ପାଇ ମୁକୁଳିଛନ୍ତି। ଗତକାଲି ହାଇକୋର୍ଟରେ ତାଙ୍କୁ ଏକ...

Advertisement
Archives

Model This Week