Posted inଖେଳ

ଟି-୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତୀୟ ଦଳ

ଅକଲାଣ୍ଡ,୨୮।୬: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ତିନିଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବ। ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସିରିଜ ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଆସନ୍ତା ବର୍ଷ ଜାନୁୟାରୀ ମାସରେ ନ୍ୟୁଜିଲାଣ୍ଡ ଭାରତ ଗସ୍ତ କରିବ। ୨୦୨୧ ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତ କରିଥିଲା। ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ଯାଇ ୨୦୨୨ ଟି-୨୦ ବିଶ୍ୱକପ ପରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ।
ବର୍ତ୍ତମାନ ଭାରତର ଦୁଇଟି ଦଳ ଅନ୍ତର୍ଜାତୀୟ ସିରିଜ ଖେଳୁଛନ୍ତି। ହାର୍ଦ୍ଦିକଙ୍କ ନେତୃତ୍ୱରେ ବି ଦଳ ଆଜି ଆୟାରଲାଣ୍ଡ ବିପକ୍ଷରେ ଶେଷ ମ୍ୟାଚ ଖେଳି ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ଏଥି ସହିତ ମୁଖ୍ୟ ଦଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇସାରିଛି। ଏହି ଟେଷ୍ଟ ଜୁଲାଇ ୧ରୁ ଜୁଲାଇ ୫ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ତିନୋଟି ଦିନିକିଆ ଏବଂ ତିନୋଟି ଟି -୨୦ ମ୍ୟାଚ ଖେଳାଯିବ।
ଇଂଲଣ୍ଡ ପରେ ଭାରତକୁ ୱେଷ୍ଟଇଣ୍ଡିଜ ଗସ୍ତ କରିବାକୁ ପଡିବ। ସେଠାରେ ସେମାନଙ୍କୁ ତିନୋଟି ଦିନିକିଆ ଏବଂ ପାଞ୍ଚ ଟି-୨୦ ମ୍ୟାଚ ଖେଳିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୭।୭: ଭାରତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୪୨ ବର୍ଷ ହୋଇଛି। ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଏବେ ବି ଆଇପିଏଲରେ...

ସୁପର ଓଭରରେ ଜିମ୍ବାଓ୍ବେକୁ ସାନ୍ତ୍ୱନାମୂଳକ ବିଜୟ

ରାଓ୍ବଲପିଣ୍ଡି, ୪।୧୧: ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଜିମ୍ବାଓ୍ବେ ସୁପର ଓଭରରେ ବିଜୟୀ ହୋଇଛି। ଟସ୍‌ ଜିତି ଜିମ୍ବାଓ୍ବେ...

ବୁମରା ଆଇପିଏଲ ସିଜିନ୍‌ ୧୬ରୁ ବାହାର, ଶୀଘ୍ର କରିବେ ସର୍ଜରୀ…

କୋଲକାତା,୨୮।୨ : ଆଇପିଏଲ-୨୦୨୩ ଆରମ୍ଭ ହେବାକୁ ଆଉ ଏକ ମାସରୁ ଅଧିକ ସମୟ ବାକି ଅଛି। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ବଡ଼ ଝଟ୍‌କା...

ଦଣ୍ଡିତ ହୋଇପାରେ ଶ୍ରୀଲଙ୍କା

ଲଣ୍ଡନ,୧୬ା୬: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଶ୍ରୀଲଙ୍କା ଦଳକୁ ଦଣ୍ଡିତ କରିପାରେ। ପୂର୍ବ ଚାମ୍ପିୟନ ଶ୍ରୀଲଙ୍କା ଆଇସିସି ନିୟମ ଭଙ୍ଗ କରିଛି। ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌...

ଶେଷ ଓଭର: ୧, ୬, ୬, ୬, ୬, ୬

ଅହମଦାବାଦ, ୧୦।୪: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଭରପୂର ଦର୍ଶକଙ୍କ ସମ୍ମୁଖରେ ଗୁଜରାଟ ଟାଇଟନ୍ସ-କୋଲ୍‌କାତା ନାଇଟ୍‌ ରାଇଡର୍ସ ଆଇପିଏଲ୍‌ ମ୍ୟାଚ୍‌ର ରୋମାଞ୍ଚକ ପରିସମାପ୍ତି ଘଟିଛି।...

ଏହି ଘଟଣା ପରେ ୧୪ ଦିନ ଭୟରେ ଘରୁ ବାହାରି ନ ଥିଲେ, ଏବେ ଭାରତୀୟ କ୍ରିକେଟ ଦଳ ପାଇଁ ସାଜିଛନ୍ତି ସଙ୍କଟମୋଚକ

ଭାରତୀୟ କ୍ରିକେଟ ଦଳରେ ଏବେ ସଙ୍କଟମୋଚକ ସାଜିଛନ୍ତି ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ। ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ସେ ଦଳ ପାଇଁ କେବଳ ଓପନିଂ କରୁନାହାନ୍ତି,...

ପାଓ୍ବାର ପ୍ଲେ ସମୟରେ ଖେଳିବାକୁ ସ୍ବାଧୀନତା ଦେଇଥାନ୍ତି ରୋହିତ: ଶୁଭମନ

ନୂଆଦିଲ୍ଲୀ,୨୪।୮: ଏସିଆ କପ୍‌ ଲାଗି ଭାରତୀୟ ଟିମ୍‌ରେ ଓପନର୍‌ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ। ଟୁର୍ନାମେଣ୍ଟ...

ଚାଇନା ଏଏଫ୍‌ସି ଏସିଆନ୍‌ କପ୍‌ ଆୟୋଜକ

ପ୍ୟାରିସ, ୪ା୬ (ଏଏଫ୍‌ପି)- ଚାଇନା ଏସିଆନ କପ୍‌ ୨୦୨୩ର ଆୟୋଜନ କରିବ। ଏସିଆନ ଫୁଟ୍‌ବଲ କନଫେଡେରେଶନ(ଏଏଫ୍‌ସି) ମଙ୍ଗଳବାର ସୂଚନା ଦିଆଯାଇଛି। ପ୍ରତି ୪ବର୍ଷ ବ୍ୟବଧାନରେ ହୋଇ...

Advertisement
Archives

Model This Week