ବଢ଼ିବ ମହିଳାଙ୍କ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୧୦।୧୦: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶୁକ୍ରବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲାର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ପରିସଂଖ୍ୟାନରୁ ଚଳିତ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଜିଲାର ମୋଟ୍‌ ୨୭ ଜିଲା ପରିଷଦ ଆସନ ମଧ୍ୟରୁ ୧୪, ୮ ବ୍ଲକ ଅଧ୍ୟକ୍ଷ ପଦବୀ ମଧ୍ୟରୁ ୪ ଏବଂ ୨୧୨ ସରପଞ୍ଚ ଆସନ ମଧ୍ୟରୁ ୧୦୮ଟି ବିଭିନ୍ନ ବର୍ଗର ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି। ତେବେ ଆପତ୍ତି ଅଭିଯୋଗର ଶୁଣାଣି ପରେ ଆସନ୍ତା ୩୦ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଜିଲା ପଞ୍ଚାୟତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲାର ୮ ବ୍ଲକ ଅନ୍ତର୍ଗତ ମୋଟ ୨୭ ଜିଲା ପରିଷଦ ଆସନ ଲାଗି ପ୍ରକାଶିତ ଚିଠା ସଂରକ୍ଷଣ ତାଲିକାରେ ବିଭିନ୍ନ ବର୍ଗର ମହିଳାଙ୍କ ଲାଗି ୧୪ ଆସନ ସଂରକ୍ଷିତ ରହିଛି। ଓଡ଼ାପଡ଼ା ବ୍ଲକ ଜୋନ୍‌-୧ ଅନୁସୂଚିତ ଜାତି ମହିଳା, ଜୋନ୍‌-୨ ଅଣସଂରକ୍ଷିତ ମହିଳା, ଜୋନ୍‌-୩ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି। କଙ୍କଡ଼ାହାଡ଼ ଜୋନ୍‌-୧ ଅନୁସୂଚିତ ଜାତି, ଜୋନ୍‌-୨ ଅନୁସୂଚିତ ଜନଜାତି ମହିଳା, ଜୋନ୍‌-୩ ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ରହିଛି। କାମାକ୍ଷାନଗର ଜୋନ୍‌-୧ ଅଣସଂରକ୍ଷିତ, ଜୋନ୍‌-୨ ଅଣସଂରକ୍ଷିତ ମହିଳା, ଜୋନ୍‌-୩ ଅଣସଂରକ୍ଷିତ ମହିଳା, ଗଁଦିଆ ଜୋନ୍‌-୧ ଅଣସଂରକ୍ଷିତ, ଜୋନ୍‌-୨ ଅଣସଂରକ୍ଷିତ, ଜୋନ୍‌-୩ ଅନୁସୂଚିତ ଜନଜାତି ମହିଳା, ଜୋନ୍‌-୪ ଅନୁସୂଚିତ ଜନଜାତିଙ୍କ ଲାଗି ରହିଛି। ଢେଙ୍କାନାଳ ଜୋନ୍‌-୧ ପଛୁଆବର୍ଗ ମହିଳା, ଜୋନ୍‌-୨ ଅଣସଂରକ୍ଷିତ ମହିଳା, ଜୋନ୍‌-୩ ଅଣସଂରକ୍ଷିତ, ଜୋନ୍‌-୪ ପଛୁଆବର୍ଗଙ୍କ ଲାଗି ରଖାଯାଇଛି। ପରଜଙ୍ଗ ଜୋନ୍‌-୧ ଅଣସଂରକ୍ଷିତ, ଜୋନ୍‌-୨ ପଛୁଆବର୍ଗ, ଜୋନ୍‌-୩ ପଛୁଆବର୍ଗ ମହିଳା, ଭୁବନ ଜୋନ୍‌-୧ ଅଣସଂରକ୍ଷିତ, ଜୋନ୍‌-୨ ଅଣସଂରକ୍ଷିତ ମହିଳା, ଜୋନ୍‌-୩ ଅଣସଂରକ୍ଷିତ ମହିଳା, ହିନ୍ଦୋଳ ଜୋନ୍‌-୧ ଅଣସଂରକ୍ଷିତ, ଜୋନ୍‌-୨ ଅନୁସୂଚିତ ଜାତି, ଜୋନ୍‌-୩ ଅଣସଂରକ୍ଷଣ ମହିଳା, ଜୋନ୍‌-୪ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି।
ସେହିପରି ବ୍ଲକ ଅଧ୍ୟକ୍ଷ ପଦବୀକୁ ଦେଖିଲେ ଓଡ଼ାପଡ଼ା, କାମାକ୍ଷାନଗର, ଭୁବନ ବ୍ଲକ ଅଣସଂରକ୍ଷିତ ରହିଛି। କଙ୍କଡ଼ାହାଡ଼ ବ୍ଲକ ଅନୁସୂଚିତ ଜନଜାତି ମହିଳା, ଗଁଦିଆ ବ୍ଲକ ଅନୁସୂଚିତ ଜାତି, ଢେଙ୍କାନାଳ ସଦର ବ୍ଲକ ପଛୁଆ ବର୍ଗ ମହିଳା, ପରଜଙ୍ଗ ବ୍ଲକ ଅଣସଂରକ୍ଷିତ ମହିଳା, ହିନ୍ଦୋଳ ବ୍ଲକ ଅନୁସୂଚିତ ଜାତି ମହିଳାଙ୍କ ଲାଗି ଉଦ୍ଦିଷ୍ଟ ରହିଛି।
ଅନୁରୂପ ଭାବେ ପ୍ରକାଶିତ ଚିଠା ତାଲିକାରେ ଜିଲାର ୨୧୨ ସରପଞ୍ଚ ପଦବୀ ମଧ୍ୟରୁ ୧୦୮ଟି ବିଭିନ୍ନ ବର୍ଗର ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ଭୁବନ ବ୍ଲକର ୧୮ ପଞ୍ଚାୟତ ମଧ୍ୟରୁ ୯, ସଦର ବ୍ଲକର ୩୦ ପଞ୍ଚାୟତରୁ ୧୫, ଗଁଦିଆ ବ୍ଲକର ୨୯ ପଞ୍ଚାୟତରୁ ୧୫, ହିନ୍ଦୋଳ ବ୍ଲକର ୩୫ ପଞ୍ଚାୟତରୁ ୧୮, କାମାକ୍ଷାନଗର ବ୍ଲକର ୨୨ ପଞ୍ଚାୟତରୁ ୧୧, କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତରୁ ୧୧, ଓଡ଼ାପଡ଼ା ବ୍ଲକର ୨୮ ପଞ୍ଚାୟତରୁ ୧୪, ପରଜଙ୍ଗ ବ୍ଲକ ୨୯ ପଞ୍ଚାୟତରୁ ୧୫ଟି ସରପଞ୍ଚ ପଦବୀ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏ ସଂକ୍ରାନ୍ତରେ ଜିଲା ପଞ୍ଚାୟତ ଅଧିକାରୀ ଚନ୍ଦ୍ରଶେଖର ମହାରଣା କୁହନ୍ତି, ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ଏବଂ ୱାର୍ଡମେମ୍ବର ପଦବୀ ସଂରକ୍ଷଣକୁ ନେଇ ଆସନ୍ତା ୧୬ ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ କରାଯାଇପାରିବ। ଏହାର ଶୁଣାଣି ୨୧ ତାରିଖରେ ହେବ। ସେହିପରି ଜିଲା ପରିଷଦ ସଭ୍ୟ ପାଇଁ ୧୮ ତାରିଖ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯିବ। ୨୨ ତାରିଖରେ ଏହାର ଶୁଣାଣି ହେବ। ୩୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶିତ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri