ବଢ଼ିବ ମହିଳାଙ୍କ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୧୦।୧୦: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶୁକ୍ରବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲାର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ପରିସଂଖ୍ୟାନରୁ ଚଳିତ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଜିଲାର ମୋଟ୍‌ ୨୭ ଜିଲା ପରିଷଦ ଆସନ ମଧ୍ୟରୁ ୧୪, ୮ ବ୍ଲକ ଅଧ୍ୟକ୍ଷ ପଦବୀ ମଧ୍ୟରୁ ୪ ଏବଂ ୨୧୨ ସରପଞ୍ଚ ଆସନ ମଧ୍ୟରୁ ୧୦୮ଟି ବିଭିନ୍ନ ବର୍ଗର ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି। ତେବେ ଆପତ୍ତି ଅଭିଯୋଗର ଶୁଣାଣି ପରେ ଆସନ୍ତା ୩୦ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଜିଲା ପଞ୍ଚାୟତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲାର ୮ ବ୍ଲକ ଅନ୍ତର୍ଗତ ମୋଟ ୨୭ ଜିଲା ପରିଷଦ ଆସନ ଲାଗି ପ୍ରକାଶିତ ଚିଠା ସଂରକ୍ଷଣ ତାଲିକାରେ ବିଭିନ୍ନ ବର୍ଗର ମହିଳାଙ୍କ ଲାଗି ୧୪ ଆସନ ସଂରକ୍ଷିତ ରହିଛି। ଓଡ଼ାପଡ଼ା ବ୍ଲକ ଜୋନ୍‌-୧ ଅନୁସୂଚିତ ଜାତି ମହିଳା, ଜୋନ୍‌-୨ ଅଣସଂରକ୍ଷିତ ମହିଳା, ଜୋନ୍‌-୩ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି। କଙ୍କଡ଼ାହାଡ଼ ଜୋନ୍‌-୧ ଅନୁସୂଚିତ ଜାତି, ଜୋନ୍‌-୨ ଅନୁସୂଚିତ ଜନଜାତି ମହିଳା, ଜୋନ୍‌-୩ ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ରହିଛି। କାମାକ୍ଷାନଗର ଜୋନ୍‌-୧ ଅଣସଂରକ୍ଷିତ, ଜୋନ୍‌-୨ ଅଣସଂରକ୍ଷିତ ମହିଳା, ଜୋନ୍‌-୩ ଅଣସଂରକ୍ଷିତ ମହିଳା, ଗଁଦିଆ ଜୋନ୍‌-୧ ଅଣସଂରକ୍ଷିତ, ଜୋନ୍‌-୨ ଅଣସଂରକ୍ଷିତ, ଜୋନ୍‌-୩ ଅନୁସୂଚିତ ଜନଜାତି ମହିଳା, ଜୋନ୍‌-୪ ଅନୁସୂଚିତ ଜନଜାତିଙ୍କ ଲାଗି ରହିଛି। ଢେଙ୍କାନାଳ ଜୋନ୍‌-୧ ପଛୁଆବର୍ଗ ମହିଳା, ଜୋନ୍‌-୨ ଅଣସଂରକ୍ଷିତ ମହିଳା, ଜୋନ୍‌-୩ ଅଣସଂରକ୍ଷିତ, ଜୋନ୍‌-୪ ପଛୁଆବର୍ଗଙ୍କ ଲାଗି ରଖାଯାଇଛି। ପରଜଙ୍ଗ ଜୋନ୍‌-୧ ଅଣସଂରକ୍ଷିତ, ଜୋନ୍‌-୨ ପଛୁଆବର୍ଗ, ଜୋନ୍‌-୩ ପଛୁଆବର୍ଗ ମହିଳା, ଭୁବନ ଜୋନ୍‌-୧ ଅଣସଂରକ୍ଷିତ, ଜୋନ୍‌-୨ ଅଣସଂରକ୍ଷିତ ମହିଳା, ଜୋନ୍‌-୩ ଅଣସଂରକ୍ଷିତ ମହିଳା, ହିନ୍ଦୋଳ ଜୋନ୍‌-୧ ଅଣସଂରକ୍ଷିତ, ଜୋନ୍‌-୨ ଅନୁସୂଚିତ ଜାତି, ଜୋନ୍‌-୩ ଅଣସଂରକ୍ଷଣ ମହିଳା, ଜୋନ୍‌-୪ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି।
ସେହିପରି ବ୍ଲକ ଅଧ୍ୟକ୍ଷ ପଦବୀକୁ ଦେଖିଲେ ଓଡ଼ାପଡ଼ା, କାମାକ୍ଷାନଗର, ଭୁବନ ବ୍ଲକ ଅଣସଂରକ୍ଷିତ ରହିଛି। କଙ୍କଡ଼ାହାଡ଼ ବ୍ଲକ ଅନୁସୂଚିତ ଜନଜାତି ମହିଳା, ଗଁଦିଆ ବ୍ଲକ ଅନୁସୂଚିତ ଜାତି, ଢେଙ୍କାନାଳ ସଦର ବ୍ଲକ ପଛୁଆ ବର୍ଗ ମହିଳା, ପରଜଙ୍ଗ ବ୍ଲକ ଅଣସଂରକ୍ଷିତ ମହିଳା, ହିନ୍ଦୋଳ ବ୍ଲକ ଅନୁସୂଚିତ ଜାତି ମହିଳାଙ୍କ ଲାଗି ଉଦ୍ଦିଷ୍ଟ ରହିଛି।
ଅନୁରୂପ ଭାବେ ପ୍ରକାଶିତ ଚିଠା ତାଲିକାରେ ଜିଲାର ୨୧୨ ସରପଞ୍ଚ ପଦବୀ ମଧ୍ୟରୁ ୧୦୮ଟି ବିଭିନ୍ନ ବର୍ଗର ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ଭୁବନ ବ୍ଲକର ୧୮ ପଞ୍ଚାୟତ ମଧ୍ୟରୁ ୯, ସଦର ବ୍ଲକର ୩୦ ପଞ୍ଚାୟତରୁ ୧୫, ଗଁଦିଆ ବ୍ଲକର ୨୯ ପଞ୍ଚାୟତରୁ ୧୫, ହିନ୍ଦୋଳ ବ୍ଲକର ୩୫ ପଞ୍ଚାୟତରୁ ୧୮, କାମାକ୍ଷାନଗର ବ୍ଲକର ୨୨ ପଞ୍ଚାୟତରୁ ୧୧, କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତରୁ ୧୧, ଓଡ଼ାପଡ଼ା ବ୍ଲକର ୨୮ ପଞ୍ଚାୟତରୁ ୧୪, ପରଜଙ୍ଗ ବ୍ଲକ ୨୯ ପଞ୍ଚାୟତରୁ ୧୫ଟି ସରପଞ୍ଚ ପଦବୀ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏ ସଂକ୍ରାନ୍ତରେ ଜିଲା ପଞ୍ଚାୟତ ଅଧିକାରୀ ଚନ୍ଦ୍ରଶେଖର ମହାରଣା କୁହନ୍ତି, ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ଏବଂ ୱାର୍ଡମେମ୍ବର ପଦବୀ ସଂରକ୍ଷଣକୁ ନେଇ ଆସନ୍ତା ୧୬ ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ କରାଯାଇପାରିବ। ଏହାର ଶୁଣାଣି ୨୧ ତାରିଖରେ ହେବ। ସେହିପରି ଜିଲା ପରିଷଦ ସଭ୍ୟ ପାଇଁ ୧୮ ତାରିଖ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯିବ। ୨୨ ତାରିଖରେ ଏହାର ଶୁଣାଣି ହେବ। ୩୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶିତ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?