ଛଦ୍ମଚାଷୀ ଟାର୍ଗେଟ୍‌ ପୂରଣ କଲେ

ପଟ୍ଟାମୁଣ୍ଡାଇ,୯ା୪(ସ୍ବ.ପ୍ର.): ଚଳିତ ଖରିଫ ଋତୁ ପାଇଁ ଧାନକିଣା ଅବଧି ମାର୍ଚ୍ଚ ୩୦ରେ ଶେଷ ହେଇଛି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ୧୪ଟି ମଣ୍ଡିରୁ ୫୮୮୩ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୧ ଲକ୍ଷ ୭୮ ହଜାର ୪୩୬ କୁଇଣ୍ଟାଲ ୩୨ କିଲୋ ଧାନ ସଂଗ୍ରହ କରାଯାଇଥିବା ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି। ମାତ୍ର ୫୮୮୩ ଜଣ ଚାଷୀଙ୍କ ମଧ୍ୟରୁ ପ୍ରାୟ ୪୦ ଭାଗ ଚାଷୀ ଧାନ ଦେବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ, ମିଲର, ସମବାୟ ସମ୍ପାଦକଙ୍କ ସହ ସମବାୟ କର୍ମଚାରୀ ଓ ଛଦ୍ମ ଚାଷୀମାନଙ୍କ ଅସାଧୁ ମେଣ୍ଟରେ ପ୍ରକୃତ ଚାଷୀ ବଳି ପଡିଥିବା ନେଇ ଅଭିଯୋଗ ହୋଇଛି। ଧାନ ବିକିବା ପାଇଁ ବ୍ୟାକୁଳ ହେଉଥିବା ଚାଷୀଙ୍କ ସୁଯୋଗ ନେଇ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ସମ୍ପାଦକମାନେ ମୂଲଚାଲ କରି ଇଚ୍ଛା ମୁତାବକ ଧାନ କାଟି ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଥିଲେ। ମାତ୍ର ସେମାନଙ୍କ ଧାନ ୧୦୦ ଭାଗ ଜାଗାରେ ୩୦ ଭାଗ କିଣା ହୋଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରି କି ଅନେକ ଚାଷୀଙ୍କ ଧାନର ୪୦ରୁ ୫୦ ଭାଗ କିଣିବା ପାଇଁ ବାଧ୍ୟ କରାଯାଉଥିଲା। ଯେଉଁମାନେ ସ୍ବର ଉତ୍ତୋଳନ କରିଥିଲେ ସେମାନଙ୍କ ଧାନ ଆଜି ପର୍ଯ୍ୟନ୍ତ ଘରେ ପଡ଼ି ରହିଛି। ଆଉ କେହି କେହି ବେପାରୀଙ୍କୁ ଦେଇ ଦେଲେଣି ବୋଲି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏଭଳି ସଙ୍ଗିନ ଅଭିଯୋଗ କରାଯାଇଛି।
ସଙ୍ଗଠନ ନେତା ବିଜୟ ଦାସ କହିଛନ୍ତି, ଚଳିତବର୍ଷ ଧାନ ଭଲ ହୋଇଥିଲା। ତେଣୁ ଚାଷୀମାନଙ୍କ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରାଇ ଥିଲେ। ଏହି ମୁତାବକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଟୋକନ ଦିଆଯାଇଥିଲା। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୪ଟି ସରକାରୀ ମଣ୍ଡିରେ ଧାନ କିଣା ହୋଇଥିଲା। ସେଥି ମଧ୍ୟରୁ ବଡପଡା, ଖଡିଅଣ୍ଟା, ଶ୍ୟାମସୁନ୍ଦରପୁର, ସଂସାରଫଳ, କଷଣଅଣ୍ଟା ଓ ବଡମୂଳବସନ୍ତ ସମବାୟ ସମିତିରେ ପ୍ରକୃତ ଚାଷୀଙ୍କ ଟୋକନ କାଟି ଦିଆଯାଇଥିବା ନେଇ ଅଭିଯୋଗ ହୋଇଆସୁଥିଲା। ମାତ୍ର ସମ୍ପାଦକ ସେ ଜମିକୁ ଅନ୍ୟ ଛଦ୍ମ ଚାଷୀଙ୍କ ନାମରେ କରାଇ ନିଜେ ଅନ୍ୟ ଅଞ୍ଚଳରୁ ଧାନ ଆଣି ବିକ୍ରି କରାଇଛନ୍ତି। ସମ୍ପାଦକଙ୍କ କଥାରେ ପରିଚାଳିତ ଛଦ୍ମ ଚାଷୀମାନେ ତାଙ୍କ ନାମରେ ଧାନ ଦେବା ଓ ତାଙ୍କ ଆଖି ସ୍କାନ କରି ସମ୍ପାଦକ ଓ ଛଦ୍ମ ଚାଷୀମାନେ ପଇସା ଉଠାଇ ନେଇଥିବା ନେଇ ଅଭିଯୋଗ ହେଉଛି। ଧାନକିଣାର ସୁପରିଚାଳନା ଲାଗି ଯେଉଁ ସ୍କ୍ବାଡ୍‌ ଗଠନ ହୋଇଛି ତାହା କେବଳ ଔପଚାରିକତା ପାଇଁ ବୋଲିି ସେ ଅଭିଯୋଗ କରିଛନ୍ତି। ଫଳରେ ଚାଷୀଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ଏହାର ଏକ ଉଦାହରଣ ବଡପଡ଼ା ସମବାୟ ସମିତିରେ ଦେଖିବାକୁ ମିଳିଛି। ଏଠାରେ ୫୭୩ ଜଣ ଚାଷୀ ଧାନ ଦେବା ପାଇଁ ନାମ ପଞ୍ଜୀକୃତ କରିଥିଲେ। ସେମାନଙ୍କ ମଧ୍ୟରୁ ୩୦୮ଜଣ ଚାଷୀ ଧାନ ଦେଇଥିବା ବେଳେ ୨୬୫ ଜଣ ଚାଷୀ ଧାନ ଦେଇ ନ ପାରି ବାହାରେ କମ୍‌ ଦାମରେ ବିକ୍ରି କରିଛନ୍ତି ବୋଲି ବଡ଼ପଡ଼ାର ଚାଷୀ ଦେବାଶିଷ ମଳିକ, ଦିଲୀପ ମଳିକ, ପ୍ରଶାନ୍ତ ମଳିକ, ସୁଶାନ୍ତ ମଳିକ, ବାବାଜୀ ନାୟକ, ପ୍ରଦୀପ ଦାଶଙ୍କ ସମେତ ପ୍ରାୟ ୬୦ ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ଖଡିଅଣ୍ଟା ସମବାୟ ସମିତି ଅଧୀନ ଚାଷୀ ରମେଶ ସ୍ବାଇଁ, ପାରେଶ୍ୱର ନାୟକ, ସଂସାରଫଳର ସୁଶାନ୍ତ ସାମନ୍ତରାୟ, ବସନ୍ତ ବେହେରା, ଶ୍ୟାମସୁନ୍ଦରପୁରର କଳ୍ପତରୁ ମଳିକ, ଗୌରାଙ୍ଗ ମଲିକ, କଷଣଅଣ୍ଟାରୁ ରବୀନ୍ଦ୍ର ଭଟ୍ଟ, ମୁରଲୀ ମଳିକ, ପ୍ରଶାନ୍ତ ମହାନ୍ତି, ଅଶୋକ ଦାସ, ବିକାଶ ମଲିକ ପ୍ରମୁଖଙ୍କ ଧାନ କିଣାଯାଇ ନ ଥିବା ଅଭିଯୋଗ କରିଛନ୍ତି। ସେମାନେ ଏହାର ପ୍ରତିବାଦରେ ରାଜ ରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ କରିବୁ ବୋଲି କହିଛନ୍ତି। ଏ ସମ୍ପର୍କରେ ବଡ଼ପଡ଼ା ସମବାୟ ସମିତି ସଭାପତି ଧନୁଞ୍ଜୟ ସ୍ବାଇଁଙ୍କୁ ଯୋଗାଯୋଗ କରିବାରୁ ଆମେ ଯୋଗାଣ ବିଭାଗ ପାଖରେ ୫୫ ହଜାର କୁଇଣ୍ଟାଲ ରିକ୍ୱାରମେଣ୍ଟ ରଖିଥିଲୁ। ଆମକୁ ୧୩ ହଜାର କୁଇଣ୍ଟାଲ ଧାନ ଦେବାକୁ କୁହାଗଲା। ସେଥିଲାଗି ଏପରି ହୋଇଛି ବୋଲି ସେ କହିଥିଲେ। ଏହା ଉପରେ ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ପଚାରିବାରୁ ଏପରି କରିଥିବା ପାକ୍ସ ସମ୍ପାଦକମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?