ଡଲାରର ପ୍ରଭାବ

କାର୍ଲା ନୋରର୍ଲୋଫ୍‌

 

ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି, ପ୍ରାୟ ୮୦ ବର୍ଷ ଧରି ଚାଲିଆସୁଥିବା ଆମେରିକୀୟ ଡଲାରର ବିଶ୍ୱସ୍ତରୀୟ ପ୍ରଭାବ ଶେଷରେ ଶେଷହେବାକୁ ଯାଉଛି। ଏହା ଅସମ୍ଭବ ନୁହେଁ,କାରଣ ଅର୍ଥନୈତିକ ସଙ୍କଟ, ଦେଶୀୟ ଧ୍ରୁବୀକରଣ ବୃଦ୍ଧି ଏବଂ ଦୃଢ଼ ଭୂରାଜନୈତିକର ବିପରୀତସ୍ଥିତି ବାସ୍ତବରେ ମୁଦ୍ରାର ମାନ୍ଦାବସ୍ଥା ଆଣିପାରେ। କିନ୍ତୁ ଏଭଳି ଘଟିବା ସମ୍ଭାବନା ନାହିଁ। ଅନ୍ତର୍ଜାତୀୟ ମୁଦ୍ରା ବ୍ୟବସ୍ଥାର ଭବିଷ୍ୟତ ବିଷୟରେ ଚାଲିଥିବା ବିତର୍କ ସବୁବେଳେ ଗ୍ରୀନ୍‌ବ୍ୟାକ୍‌ (ମୁଦ୍ରା କାରବାରରେ ଜଡ଼ିତ ଆମେରିକୀୟ ଡଲାର)ର ପ୍ରଭାବକୁ ଗମ୍ଭୀରତାର ସହ ବୁଝିବାରେ ବିଫଳ ହୋଇଛି। ଏଣୁ ଏହା ସରକାରୀ ତଥା ବେସରକାରୀ ବଜାର ତଥା ବିଭିନ୍ନ ପ୍ରୋତ୍ସାହନ ରାଶିରେ ଥିବା ଡଲାରର ଭୂମିକାକୁ ବୁଝିବା ଦରକାର। ଯେତେବେଳେ ଯାଏ ସୁବିଧାବାଦ ଓ ଆମତ୍ ସୁଦୃଢ଼ୀକରଣର ସମନ୍ବୟ ଜାରି ରହିଛି ସେତେବେଳ ପର୍ଯ୍ୟନ୍ତ ଡଲାର ଏବଂ ଅନ୍ୟାନ୍ୟ ମୁଦ୍ରା ମଧ୍ୟରେ ରହିଥିବା ବୃହତ୍‌ ପ୍ରଭେଦକୁ କମ୍‌ କରିବା କଷ୍ଟସାଧ୍ୟ। ନିଶ୍ଚିତ ଯେ, ଡଲାରର ପ୍ରଭୁତ୍ୱ ପ୍ରତି ବିପଦ ରହିଛି। ବିଶ୍ୱର ଆର୍ଥିକ ବ୍ୟବସ୍ଥାରେ ଗ୍ରୀନ୍‌ବ୍ୟାକ୍‌ର ପ୍ରାଥମିକତା ଏବଂ ବ୍ୟାପକତା ଆମେରିକା, ଚାଇନା ଏବଂ ରୁଷିଆ ମଧ୍ୟରେ ଶକ୍ତି ସଂଗ୍ରାମର ଏକ ପ୍ରମୁଖ କାରଣ ବୋଲି ଯୁକ୍ତି କରାଯାଉଛି। ଏହି ଭୂରାଜନୈତିକ ଆହ୍ବାନଗୁଡ଼ିକ ଉଚ୍ଚ ସୁଧ ହାର ଏବଂ ଆମେରିକାର ଧ୍ରୁବୀକରଣ ରାଜନୀତିର ପୃଷ୍ଠଭୂମିକୁ ନେଇ ଘଟୁଛି। ଏଣୁ ଗ୍ରୀନ୍‌ବ୍ୟାକ୍‌କୁ ହଟାଇବା ଲାଗି ଏକାଧିକ ସଂସ୍ଥା ବା ଦେଶ ଏକ ମହତ୍ତ୍ୱପୂର୍ଣ୍ଣ ମୁଦ୍ରା ପରିବର୍ତ୍ତନକୁ ସମର୍ଥନ କରିବା ଆବଶ୍ୟକ।
ଆମେରିକା ଏବଂ ସମ୍ଭବତଃ ଅନ୍ୟ ଦେଶଗୁଡିକ ଡଲାରକୁ ବିଶ୍ୱ ମୁଦ୍ରା ଭାବେ ଜାରି ରଖିବାରେ ସ୍ବାର୍ଥ ନିହିତ ରହିଛି। ଆମେରିକୀୟମାନେ ଡଲାରର ସହଜ ଓ ସୁବିଧା କାରବାର, ସ୍ଥିତି ଅନୁଯାୟୀ ଆଥିର୍ର୍କ ପରିବର୍ତ୍ତନ ଏବଂ ସଙ୍କଟ ସମୟରେ ବିଶ୍ୱର ସୁରକ୍ଷିତ ଦେଶ ଦର୍ଶାଇ ସେଥିରୁ ଲାଭବାନ ହେଉଛନ୍ତି। ଆମେରିକା ସରକାରଙ୍କ ପାଇଁ ମଧ୍ୟ ଏହା ଏକ ଅଣ-ସାମରିକ ବାଧ୍ୟତାମୂଳକ ଉପକରଣ ଭାବରେ କାର୍ଯ୍ୟ କରୁଛି। ଏଥିରେ ବିଶ୍ୱକୁ ନିୟନ୍ତ୍ରଣ କରିବା ସହ ସମ୍ମାନ ପାଉଛି। ତେବେ ଡଲାରର ପ୍ରାଧାନ୍ୟ ତଉଲିବା ଲାଗି ଅନେକ କାର୍ଯ୍ୟ ଉପରେ ଧ୍ୟାନଦେବାକୁ ପଡ଼ିବ। ବିନିମୟର ମାଧ୍ୟମଠାରୁ ଆରମ୍ଭ କରି ଆକାଉଣ୍ଟ ୟୁନିଟ୍‌,ଷ୍ଟୋର ଭାଲ୍ୟୁ, ଆମେରିକା ବାହାରେ ଗ୍ରୀନ୍‌ବ୍ୟାକ୍‌ ପ୍ରଦାନ କରୁଥିବା ସେବାକୁ ଦେଖିବାକୁ ହେବ। ସରକାର ଓ ମୁଦ୍ରା କର୍ତ୍ତୃପକ୍ଷ ଡଲାର ବ୍ୟବହାର କରି ବୈଦେଶିକ ମୁଦ୍ରା ବଜାରରେ ଜଟିଳ ସ୍ଥିତିରେ ନେଉଥିବା ପଦକ୍ଷେପ ଓ ଗଚ୍ଛିତ ସ୍ଥିତି ଉପରେ ନିରୀକ୍ଷଣ କରିବା ଆବଶ୍ୟକ। ତେବେ ବେସରକାରୀ ଆର୍ଥିକ ସଂସ୍ଥାଗୁଡ଼ିକ ବାଣିିଜ୍ୟ ପ୍ରକ୍ରିୟା ଏବଂ ବୁଝମଣା ଓ ପୁଞ୍ଜି ନିବେଶ ପାଇଁ ଡଲାର ଉପରେ ନିର୍ଭର କରୁଛନ୍ତି। ଏହି ସବୁ ସଂସ୍ଥାଗୁଡ଼ିକର ଆଭ୍ୟନ୍ତରୀଣ କାର୍ଯ୍ୟ ଏବଂ ଭୂମିକାରେ ଡଲାର ତାହାର ଆଧିପତ୍ୟ ପ୍ରତିପାଦିତ କରିଛି।
ରିଜର୍ଭ ମୁଦ୍ରା ଭୂମିକାରେ ଡଲାର ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ୟୁରୋଠାରୁ ବହୁ ଭଲ ପ୍ରଦର୍ଶନ କରୁଛି। ଜଟିଳ ସ୍ଥିତିରେ ବିଦେଶୀ ସରକାର ଏବଂ ମୁଦ୍ରା କର୍ତ୍ତୃପକ୍ଷ ଏହାକୁ ଏକ ବିନିମୟ ମୂଲ୍ୟ ଭାବେ ବ୍ୟବହାର କରନ୍ତି। ଡଲାରର ପ୍ରାଥମିକତା ପ୍ରତି ସରକାରଙ୍କ ଏଭଳି ନିଷ୍ପତ୍ତିଗୁଡ଼ିକ ଉପରେ ବିଚାର କରିବା ଦରକାର। ତେବେ ସରକାରୀ ସଂସ୍ଥାଗୁଡ଼ିକ ଡଲାର ପ୍ରଭାବରେ ବାଧା ଲାଗି ବୈଦେଶିକ ବିନିମୟରେ ସମନ୍ବୟ ରଖି କାମ କରିପାରିବେ। କିନ୍ତୁ ଏଥିପାଇଁ ସାମୂହିକ ପଦକ୍ଷେପ ଆବଶ୍ୟକ। ବିକଳ୍ପ ପେମେଣ୍ଟ ସିଷ୍ଟମ ଏବଂ ଲିକ୍ୟୁଡିଟି ବ୍ୟବସ୍ଥା ଯଥା ଚାଇନାର କ୍ରସ୍‌-ବର୍ଡର ଇଣ୍ଟରବ୍ୟାଙ୍କ ପେମେଣ୍ଟ ସିଷ୍ଟମ (ସିପିଏସ୍‌) ଯାହା ଆମେରିକାର କ୍ଲିୟରିଂ ହାଉସ ଇଣ୍ଟରବ୍ୟାଙ୍କ ପେମେଣ୍ଟ ସିଷ୍ଟମ (ସିଏଚ୍‌ଆଇପିଏସ୍‌)ର ରେମିନି-ଆଧାରିତ ପ୍ରତିଦ୍ୱନ୍ଦ୍ୱୀ କିମ୍ବା ବ୍ରିକ୍ସ ଗୋଷ୍ଠୀର ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତାବିତ ମିଳିତ ରିଜର୍ଭ କରେନ୍ସି ଭଳି ବିକଳ୍ପ ପେମେଣ୍ଟ ସିଷ୍ଟମଗୁଡ଼ିକୁ ସଫଳତାର ସହ ଲାଗୁ କରାଯାଇପାରିବ। ପ୍ରଶ୍ନ ହେଉଛି ଏହିପରି ସମନ୍ବୟ ସମ୍ଭବ ହେବ ତ?
ଶୀତଳଯୁଦ୍ଧ ପରବର୍ତ୍ତୀ ସମୟରେ, ବିଦେଶୀ ମୁଦ୍ରା ଉପରେ ଅଧିକ ବିକାଶ କରିବେ କି ନାହିଁ ନିଷ୍ପତ୍ତି ନେବାବେଳେ ସରକାରଗୁଡ଼ିକ ଅର୍ଥନୈତିକ ବିଷୟଗୁଡ଼ିକ ଦ୍ୱାରା ଉତ୍ସାହିତ ହୋଇଥିଲେ। ଡଲାର ବଜାରର ଲିକ୍ୟୁଡିଟି ଏବଂ ବ୍ୟାପକତା ଗ୍ରୀନ୍‌ବ୍ୟାକ୍‌କୁ କେବଳ ବିକଳ୍ପ ଭାବେ ନୁହେଁ ,ବରଂ ଶସ୍ତାରେ ଏହାର ବ୍ୟାପକ ଉପଲ୍ଧତାକୁ ନିଶ୍ଚିତ କରିଛି। ସରକାରୀ ଅନୁଷ୍ଠାନ ଏବଂ ବେସରକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ସକାରାମତ୍କ ମତାମତ ସରକାର ଏବଂ ମୁଦ୍ରା କର୍ତ୍ତୃପକ୍ଷଙ୍କୁ କେନ୍ଦ୍ରୀୟ ବ୍ୟାଙ୍କରେ ଡଲାର ସଂଗ୍ରହ କରିବାକୁ ଉତ୍ସାହିତ କରିଛି। ଉଦାହରଣ ସ୍ବରୂୂପ, ସଙ୍କଟ ସମୟରେ ବେସରକାରୀ ସଂସ୍ଥାଗୁଡ଼ିକ ଡଲାର ଯୋଗାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଉପରେ ନିର୍ଭର କରନ୍ତି, ବେଳେବେଳେ ଆମେରିକାର ଫେଡେରାଲ ରିଜର୍ଭ ମାଧ୍ୟମରେ ଏହା କରୁଛନ୍ତି। ବେସରକାରୀ ସଂସ୍ଥା ଡଲାର ପାଇବା ଓ ଉପଯୋଗ କରିବାର ଇଚ୍ଛା ସେମାନଙ୍କ ଅର୍ଥନୈତିକ ବିଚାର ଉପରେ ନିର୍ଭରକରେ। କିନ୍ତୁ ସେମାନେ ଏକ ବିକେନ୍ଦ୍ରୀକରଣ ବ୍ୟବସ୍ଥା ମଧ୍ୟରେ ଏକାଠି ରୁହନ୍ତି ଯେଉଁଥିରେ ପ୍ରତ୍ୟେକଟି ଏକ କ୍ଷୁଦ୍ର ଅଂଶର ଭାଗୀଦାରି ହୋଇଥାନ୍ତି। ବୃହତ୍‌ ଆର୍ଥିକ ପ୍ରତିଷ୍ଠାନଗୁଡିକ ମଧ୍ୟରେ ଥିବା ବିପୁଳ ଡଲାର ସମ୍ପତ୍ତି ବିଭିନ୍ନ ସଂସ୍ଥା ଦ୍ୱାରା ଜମା ହୋଇଥାଏ,ଯେଉଁଠି ସମ୍ମିଳିତ ଭାବରେ କାର୍ଯ୍ୟ କରିବାର କୌଣସି ବାଟ ନ ଥାଏ। ଏହିପରି, ଡଲାରର ବୈଶ୍ୱିକ ସ୍ଥିତିକୁ ଦୁର୍ବଳ କରାଯାଇପାରିବ ବୋଲି ସ୍ବାଧୀନ ଭାବେ ନିଷ୍ପତ୍ତି ନିଆଯାଉଥିବାବେଳେ ସାମ୍ପ୍ରତିକ ବ୍ୟବସ୍ଥାକୁ ନଷ୍ଟକରିବା ପାଇଁ ବ୍ୟକ୍ତିଗତ ସ୍ତରରେ ଏକ ସୁଚିନ୍ତିତ ତଥା ସମନ୍ବିତ ପ୍ରୟାସ ସମ୍ଭବ ହୋଇପାରୁନାହିଁ।
ଡଲାର ମୂଲ୍ୟରେ ଅବନତି ଆଣି ଗ୍ରୀନ୍‌ବ୍ୟାକ୍‌ର ସର୍ବନିମ୍ନ ଭୂମିକା ରହିବା ଭଳି ଏକ ନୂତନ ବିଶ୍ୱ ବ୍ୟବସ୍ଥା ଗଠନ କରିବାକୁ ହେଲେ ସମସ୍ତ ଉପଭୋକ୍ତାଙ୍କୁ ଚିରାଚରିତ ନେଟ୍‌ୱର୍କ ପ୍ରଭାବକୁ ଭାଙ୍ଗିବା ସହ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ହେବ। ବିଭିନ୍ନ ଦେଶର ସରକାରଗୁଡ଼ିକୁ ଆମେରିକା ସହ ଅର୍ଥନୈତିକ ଏବଂ ରାଜନୈତିକ ସମ୍ପର୍କ ଛିନ୍ନ କରିବାକୁ ପଡିବ। ବ୍ରିକ୍ସର ପ୍ରତିଶ୍ରୁତି ପୂରଣ କରିବାକୁ ଏକ ବିକଳ୍ପ ରିଜର୍ଭ ମୁଦ୍ରା ଏବଂ ଦେୟ ବ୍ୟବସ୍ଥା ସୃଷ୍ଟି କରିବାକୁ ହେବ। ଉଦାହରଣ ସ୍ବରୂପ, ବ୍ରିକ୍ସର ଅନେକ ସଦସ୍ୟଙ୍କୁ ଆମେରିକାର ବିନଯୋଗ ଏବଂ ଗ୍ରାହକ ଚାହିଦା ଉପରେ ନିର୍ଭରଶୀଳତାକୁ ବନ୍ଦ କରିବାକୁ ପଡ଼ିବ। ଏହିସବୁ ପଦକ୍ଷେପ ପ୍ରମୁଖ ଅର୍ଥନୈତିକ ସଂସ୍ଥାଗୁଡ଼ିକ ଭାଗୀଦାରି କିମ୍ବା ଛୋଟ ଛୋଟ ସଂସ୍ଥାଗୁଡ଼ିକ ଉପରେ ନିର୍ଭରକରେ। ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକ ଏକାଠି ହେବା ସମ୍ଭବ ନୁହେଁ, କାରଣ ଚାଇନାକୁ ଛାଡି ସମସ୍ତେ ଡଲାର ବିନିମୟ ଧାରାକୁ ଆପଣାନ୍ତି। ଅନ୍ୟ ମୁଦ୍ରାର ପ୍ରାଧାନ୍ୟ ପ୍ରତିଷ୍ଠା ପୂର୍ବରୁ ଯଦି ସରକାର ଡଲାରକୁ ଛାଡ଼ିଦିଅନ୍ତି, ତେବେ ସଙ୍କଟ ସମୟରେ ସେମାନଙ୍କୁ ଲିକ୍ୟୁଡିଟି ହରାଇବାର ବିପଦ ରହିଛି। ଫଳରେ ଅନେକ ଛୋଟ ସଂସ୍ଥାଗୁଡ଼ିକ ଅନ୍ୟ ବାଟ ଧରିବାକୁ ଇଚ୍ଛା କରିପାରନ୍ତି।
କୌଣସି ପ୍ରତ୍ୟକ୍ଷ ଅର୍ଥନୈତିକ କ୍ଷତି ବିନା ଡଲାର ବ୍ୟବସ୍ଥାକୁ ରୋକିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସରକାରଗୁଡିକ ଆମେରିକାର ସୁରକ୍ଷା ଗ୍ୟାରେଣ୍ଟି ହରାଇବାର ବିପଦ ସୃଷ୍ଟି କରୁଛନ୍ତି। ଏପରିକି ଯେଉଁ ଦେଶ ଆମେରିକାର ପ୍ରତିରକ୍ଷା ପ୍ରତିଶ୍ରୁତିରୁ ସିଧାସଳଖ ଲାଭବାନ୍‌ ହୁଅନ୍ତି ନାହିଁ, ସେମାନେ ବି ଏପରି ଭୟଙ୍କର ସାମରିକ ଶକ୍ତି ବିରୋଧରେ ଠିଆ ହେବାକୁ ଅନିଚ୍ଛା ପ୍ରକାଶ କରିବେ। ବିଶ୍ୱରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟଗୁଡ଼ିକ ଉପରେ ଗ୍ରୀନ୍‌ବ୍ୟାକ୍‌ ଓ ଏଥିରେ ଜଡ଼ିତ ନେଟ୍‌ୱର୍କର ପ୍ରଭାବ ଏବଂ ସମ୍ମିଳିତ ପଦକ୍ଷେପକୁ ନିରୁତ୍ସାହିତ କରୁଥିବା ସୁବିଧାବାଦ ଉପରେ ସକାରାତ୍ମକ ମତାମତ ସଂଗ୍ରହ କରିବାକୁ ହେବ। ସରକାରଗୁଡ଼ିକୁ ଡଲାର ବ୍ୟବସ୍ଥାରୁ ଦୂରେଇ ରହିବାକୁ ହେଲେ ଆମେରିକାର ଅର୍ଥ ବିନିଯୋଗ ବ୍ୟବସ୍ଥା, ଗ୍ରାହକ ଚାହିଦା, ଡଲାର ବିନିମୟ ଧାରା ଏବଂ ସୁରକ୍ଷା ବଳୟରୁ ନିଜକୁ ବିଚ୍ଛିନ୍ନ କରିବାକୁ ପଡ଼ିବ। ମନେ ରଖିବାକୁ ହେବ ଯେ, ମୁଦ୍ରା ପ୍ରଭାବ ଖୁବ୍‌ ମଜଭୁତ। ପ୍ରମୁଖ ଆର୍ଥିକ ଅସ୍ଥିରତା କିମ୍ବା ଏକ ଭୂରାଜନୈତିକ ପରିବର୍ତ୍ତନ ନ ଆସିଲେ ଡଲାର ତା’ ବିଶ୍ୱସ୍ତରୀୟ ଆଧିପତ୍ୟ ବା ପ୍ରଭାବ ସୃଷ୍ଟି କରିଚାଲିଥିବ।
ପ୍ରାଧ୍ୟାପକ, ରାଜନୀତି ବିଜ୍ଞାନ,
ଟରଣ୍ଟୋ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri