Posted inଜାତୀୟ

ଚନ୍ଦ୍ର ପୃଷ୍ଠରେ ବି ପଡିଲା ଲକ ଡାଉନର ପ୍ରଭାବ! ଚମକାଇ ଦେଉଛି ବୈଜ୍ଞାନିକଙ୍କ ଗବେଷଣା

ନୂଆଦିଲ୍ଲୀ,୩୦।୯: କରୋନା ମହାମାରୀ ସମଗ୍ର ବିଶ୍ୱରେ ୨୦୨୦ରେ ଆତଙ୍କ ଖେଳାଇ ଦେଇଥିଲା। ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱରେ ଲକ ଡାଉନ କରାଯାଇଥିଲା। ତେବେ ଏହି ଲକ ଡାଉନର ପ୍ରଭାବ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଛି ବୋଲି କୁହାଯାଇଛି। ଭାରତୀୟ ଅନୁସନ୍ଧାନକାରୀମାନେ ମଧ୍ୟ ଏହାର ଅନୁସନ୍ଧାନରେ ଏହାର ପ୍ରମାଣ ପାଇଛନ୍ତି।
ରୟାଲ ଜ୍ୟୋର୍ତିବିଜ୍ଞାନ ସୋସାଇଟିର ମାସିକ ବିଜ୍ଞପ୍ତିରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ ଏପ୍ରିଲ-ମେ ୨୦୨୦ର କଡ଼ା ଲକ ଡାଉନ ସମୟରେ ଚନ୍ଦ୍ରର ଭୂପୃଷ୍ଠ ତାପମାତ୍ରାରେ ଏକ ଅସାଧାରଣ ହ୍ରାସ ଘଟିଛି।
ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ (ପିଆରଏଲ) ର ଗବେଷକ ଦୁର୍ଗା ପ୍ରସାଦ ଏବଂ ଜି ଆମ୍ବିଲି ୨୦୧୭ରୁ ୨୦୨୩ମଧ୍ୟରେ ଚନ୍ଦ୍ରର ନିକଟବର୍ତ୍ତୀ ୬ଟି ସ୍ଥାନରେ ରାତିର ସମୟର ତାପମାତ୍ରା ବିଶ୍ଳେଷଣ କରିଥିଲେ। ଏହି ସମୟ ମଧ୍ୟରେ ସେ ଜାଣିବାକୁ ପାଇଲେ ଯେ ଲକ ଡାଉନ ସମୟରେ ତାପମାତ୍ରା ଅନ୍ୟ ବର୍ଷ ତୁଳନାରେ ୮-୧୦ କେଲଭିନ ହ୍ରାସ ପାଇଛି।
ଏଥିପାଇଁ ଗବେଷକମାନେ ନାସାର ଲୁନାର ରେକନାନ୍ସାନ୍ସ ଅର୍ବିଟର (Lunar Reconnaissance Orbiter (LRO)) ରୁ ତଥ୍ୟର ସାହାଯ୍ୟ ନେଇଥିଲେ। ପିଆରଏଲର ନିର୍ଦ୍ଦେଶକ ଅନିଲ ଭରଦ୍ୱାଜ କହିଛନ୍ତି ଯେ ଏହା ଆମ ଟିମ୍‌ ଦ୍ୱାରା କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ। ଏହା ଅତ୍ୟନ୍ତ ଅନନ୍ୟ।
ଲକ ଡାଉନ ସମୟରେ ସମଗ୍ର ବିଶ୍ୱରେ ସମସ୍ତ କାରଖାନା, କାର, ବିଭିନ୍ନ ଯାନବାହାନ ଏବଂ ଅନ୍ୟାନ୍ୟ ପ୍ରଦୂଷଣ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଲୋକମାନେ ଘରୁ ବାହାରକୁ ଆସିପାରିନଥିଲେ। ଏହି ସମୟରେ, ପ୍ୟଥିବୀରେ ରେଡିଏଶନ କମ ହୋଇଥିଲା, ଫଳରେ ଚନ୍ଦ୍ରମାରେ ତାପମାତ୍ର କମି ଯାଇଥିଲା। ଏବେ ପୁଣିଥରେ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଥିବା ଗବେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri