ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଚିତ୍ର

ପୁରୀ ଅଫିସ,୧୮ା୧୧:ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ଏହାର ଚତୁଃପାର୍ଶ୍ୱ ଚିତ୍ର। ଅବହେଳିତ ଅବସ୍ଥାରେ ଥିବା ଏହି ତୀର୍ଥ ପୁଷ୍କରିଣୀର ଉନ୍ନତୀକରଣ କରାଯିବ। ଐତିହ୍ୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଏହାକୁ ବିକଶିତ କରାଯିବ। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା ହେବ। ପୁଷ୍କରିଣୀକୁ ସଂଯୋଗ କରୁଥିବା ରାସ୍ତାରୁ ଜବରଦଖଲ ହଟାଯିବ। ବୁଧବାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଜିଲାପାଳ ବଲୱନ୍ତ ସିଂ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ଯାଇ ସ୍ଥିତି ପରଖିବା ପରେ ଏଭଳି ଅନେକ ନିଷ୍ପତ୍ତି ନେଇଛନ୍ତି। ଉନ୍ନତୀକରଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପୁରୁଷୋତ୍ତମ କ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଅନ୍ୟତମ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହାର ପାଚେରି ଭୁଶୁଡ଼ି ପଡ଼ିିଥିବାବେଳେ ପୁଷ୍କରିଣୀରେ ନଳାପାଣି ମିଶୁଛି। ଏ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ। ଏବେ ଏହା ଉପରେ ପ୍ରଶାସନର ନଜର ପଡ଼ିିଛି। ଜିଲାପାଳ ଏବଂ ଅନ୍ୟ ଅଧିକାରୀମାନେ ପୁଷ୍କରିଣୀ ଓ ଏହାର ଚତୁଃପାର୍ଶ୍ୱ ବୁଲି ଦେଖିବା ସହ ଉନ୍ନତୀକରଣ ନିମନ୍ତେ ସାହିବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି। ସାହି ନେତୃବୃନ୍ଦଙ୍କ ମତାମତ ଭିତ୍ତିରେ ଅନେକ ନିଷ୍ପତ୍ତି ନିଆଯାଇଛି। ଶ୍ରାଦ୍ଧ ଓ ପିଣ୍ଡଦାନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତୁଠ, ପାହାଚ, ଭାଙ୍ଗିଯାଇଥିବା ପାଚେରି ମରାମତି, ଶୌଚାଳୟ, ପୋଷାକ ପରିବର୍ତ୍ତନ ଗୃହ ଏବଂ ପୋଖରୀ ସଫା କାର୍ଯ୍ୟ ୧୫ଦିନ ମଧ୍ୟରେ ଶେଷ କରାଯିବ। ପାଚେରି କାନ୍ଥରେ ପେଣ୍ଟିଂ କରାଯିବ। ପେଣ୍ଟିଂଗୁଡ଼ିକରେ ଇନ୍ଦ୍ରଦ୍ୟୁମ୍ନର ଐତିହ୍ୟ ସ୍ଥାନ ପାଇବ। ପ୍ରବେଶ ପଥରେ ହାଇମାଷ୍ଟ ଲାଇଟ ଏବଂ ଅନ୍ୟ ତିନି କୋଣରେ ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା ହେବ। ପୂର୍ବ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ ସହ ଏହା କଡ଼ରେ ଥିବା ସ୍ବେରେଜ ଲାଇନର ପୁନରୁଦ୍ଧାର କରାଯିବ। ପୁଷ୍କରିଣୀକୁ ପରିଷ୍କାର ରଖିବା ଓ ଦେଖାରଖା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨ଜଣ ଲୋକଙ୍କୁ ନିଯୁକ୍ତି ଦିଆଯିବ। ଡାକବାଜି ଯନ୍ତ୍ରରେ ଭଜନ ପରିବେଷଣ କରାଯିବ। ବିଭିନ୍ନ ସତର୍କତାମୂଳକ ସୂଚନା ଶ୍ରଦ୍ଧାଳୁଙ୍କୁ ଦିଆଯିବ। ଏ ନେଇ ଆସନ୍ତା ୨୦ ତାରିଖରେ ଇନ୍ଦ୍ରଦ୍ୟୁମ୍ନ ନିକଟରେ ବୈଠକ ବସିବ। ଏହାପରେ ବିଭାଗୀୟ ଅଧିକାରୀ ମାଟିଆପଡ଼ା ଓ ଟିକରପଡା ଅଞ୍ଚଳ ବୁଲି ସଫେଇ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ। ସଫେଇ ଅଭିଯାନ ପାଇଁ ଗଠିତ ଟିମ୍‌ର ସଦସ୍ୟ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ବୁଧବାର ପ୍ରାତଃ ସମୟରେ ଜିଲାପାଳ ସିଂ ଗଦାଧର ହାଇସ୍କୁଲ ଓ ମୋଚିସାହିସ୍ଥିତ ଗାଡ଼ିଖାନା ପରିସରରେ ସ୍ବଚ୍ଛ ସୈନିକମାନଙ୍କ ପ୍ରାର୍ଥନା ସଭାରେ ଯୋଗଦେବା ସହ ସେମାନଙ୍କୁ ସ୍ବଚ୍ଛତାର ଶପଥ ପାଠ କରାଇଥିଲେ। ଅଳିଆକୁ ପୁରୀର ପବିତ୍ର ମାଟିରେ ସ୍ପର୍ଶ କରାଇ ନ ଦେବାକୁ ପରାମର୍ଶ ଦେଇଥିଲେ। ସୂଚନାଥାଉ କି, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ, ପିତୃ ଓ ଦେବତାଙ୍କ ତର୍ପଣ ବିଧାନରେ ସମ୍ପାଦିତ କଲେ ମନୁଷ୍ୟ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ଲାଭ କରେ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri