‘ମୁଁ’ ରାକ୍ଷସ

ଏବେ ଚାରିଆଡ଼େ ‘ମୁଁ’ ରାକ୍ଷସର ପ୍ରାଦୁର୍ଭାବ। ଯାହା ସହ କଥା ହେବା, ତା’ ଭିତରେ ‘ମୁଁ’। ମୁଁ ଏଇଟା କରିଛି, ମୁଁ ସେଇଟା କରିଛି। ମୋ’ ବିନା କିଛି ସମ୍ଭବ ନୁହେଁ। ମୋ’ଠୁଁ ବଡ଼ ଦାନୀ, ଜ୍ଞାନୀ, କର୍ମୀ କେହି ନାହାନ୍ତି। ହୁଏତ ପ୍ରତିଦିନ ଆମେ ଏମିତି ଅନେକ କଥା କହୁ ବା ଶୁଣୁ। ତେବେ ଏହି ‘ମୁଁ’ ପଛରେ କ’ଣ ରହିଛି? ଏ ପ୍ରଶ୍ନ ବୋଧହୁଏ ଆମେ କେବେ ନିଜକୁ ପଚାରି ନାହେଁ। ଆମ ପାଖରେ ହୁଏତ ଆତ୍ମସମୀକ୍ଷା କରିବାର ସମୟ ନାହିଁ ବା ଆମେ ଆତ୍ମସମୀକ୍ଷା କରିବାକୁ ଗୁରୁତ୍ୱ ଦେଉନାହୁଁ।
ସ୍ବାମୀ ବିବେକାନନ୍ଦ କହିଥିଲେ- ଏ ଜୀବନ ହେଉଛି କ୍ଷଣସ୍ଥାୟୀ। ଏ ପୃଥିବୀରେ ଥିବା ସମସ୍ତ ଗର୍ବ, ଅହଂକାର ଓ ଆତ୍ମବଡ଼ିମା ଅଧିକ ଦିନ ରହେନାହିଁ। ଏଇଠି କେବଳ ସେଇମାନେ ହିଁ ବଞ୍ଚନ୍ତି, ଯେଉଁମାନେ ଅନ୍ୟ ପାଇଁ ବଞ୍ଚନ୍ତି। ଏହାର ମାର୍ମିକ ଅର୍ଥ ହେଉଛି: ମଣିଷ ତା’ର ଅହଂକାରକୁ ନେଇ ବେଶିଦିନ ବଞ୍ଚତ୍ ପାରେନାହିଁ। ଅହଙ୍କାରର ପତନ ହୁଏ। ତେଣୁ ମଣିଷ ପ୍ରଥମରୁ ନମ୍ର ଏବଂ କୃତଜ୍ଞତାପୂର୍ଣ୍ଣ ଆଚରଣ କଲେ ତାହାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।
ଅହଂକାର ବ୍ୟକ୍ତିକୁ ଶିକ୍ଷାଠାରୁ ଦୂରେଇଦିଏ। ପ୍ରେମ ଏବଂ ତ୍ୟାଗଠାରୁ ଦୂରେଇ ରଖେ। ନା ମଣିଷ କିଛି ଶିଖିପାରେ ନା ତା’ର ଚେତନାର ପୂର୍ଣ୍ଣ ବିକାଶ ସମ୍ଭବ ହୋଇପାରେ। ଅହଂକାର ଅଜ୍ଞତାକୁ ଜନ୍ମଦିଏ, ଅଜ୍ଞତା ମଣିଷକୁ ବିନାଶମୁଖୀ କରାଏ। ମହାନ୍‌ ଯୋଗୀ ଶ୍ରୀ ଅରାବିନ୍ଦଙ୍କ ଭାଷାରେ, ଅହଂକାର ଏମିତି ଏକ ଭୟଙ୍କର ବନ୍ଧନ, ଯାହା ଆମକୁ ଅଜ୍ଞାନତା ସହ ବାନ୍ଧିରଖେ। ଅହଂକାର ହିଁ ପ୍ରତ୍ୟେକ ମଣିଷର ଦୁଃସ୍ଥିତି ବା ଦୁର୍ଦ୍ଦଶାର ପ୍ରମୁଖ କାରଣ। ସେ କହିଥିଲେ ଯେ ଭଗବତ୍‌ ଚେତନାରେ ଅହଂକାରର କୌଣସି ସ୍ଥାନ ନାହିଁ। ଯଦି କୌଣସି ବ୍ୟକ୍ତି ନିଜ ଅହଂକାର ତ୍ୟାଗ ପାଇଁ ପ୍ରସ୍ତୁତ ନୁହେଁ, ତେବେ ସେ ସାମାନ୍ୟ ମନୁଷ୍ୟ ସତ୍ତାରୁ ଆଗକୁ ବଢି଼ପାରିବ ନାହିଁ। ଅର୍ଥାତ୍‌ ଅହଂକାର ତ୍ୟାଗ ବିନା କୌଣସି ମହାନ୍‌ ଉପଲବ୍ଧି ସମ୍ଭବ ନୁହେଁ।
ଏହି ପରିପ୍ରେକ୍ଷୀରେ ସ୍ବାମୀ ବିବେକାନନ୍ଦ ଶିକାଗୋ ଧର୍ମ ସମ୍ମିଳନୀରେ ସେପ୍ଟେମ୍ବର ୧୫ରେ ରଖିଥିବା ବକ୍ତବ୍ୟର କିଛି ଅଂଶ ପ୍ରଣିଧାନଯୋଗ୍ୟ। ଏହିଦିନ ସେ ଶୁଣାଇଥିବା କାହାଣୀଟି ଏପରି ଥିଲା: ଗୋଟିଏ କୂପରେ ବେଙ୍ଗଟିଏ ରହୁଥିଲା। ସେ ଜନ୍ମରୁ କୂପରେ ଥିଲା। ଏକଦା ସମୁଦ୍ରରୁ ଗୋଟିଏ ବେଙ୍ଗ ଆସି ସେ କୂପ ନିକଟରେ ପହଞ୍ଚତ୍ଲା। ସମୁଦ୍ରରୁ ଆସିଥିବା ବେଙ୍ଗକୁ ଦେଖି କୂପରେ ରହୁଥିବା ବେଙ୍ଗଟି ପଚାରିଲା: ତୁ କିଏ? କେଉଁଠୁ ଆସିଛୁ? ଏକଥା ଶୁଣି ସମୁଦ୍ରରୁ ଆସିଥିବା ବେଙ୍ଗଟି କହିଲା: ମୁଁ ସମୁଦ୍ରରୁ ଆସିଛି। ସେଇଠୁ କୂପରେ ରହୁଥିବା ବେଙ୍ଗ ହଠାତ୍‌ କୂପର ଗୋଟିଏ ପଟରୁ ଅନ୍ୟପଟକୁ ଡେଇଁ ପଡ଼ିଲା ଏବଂ ପଚାରିଲା ତୋ’ ସମୁଦ୍ର କ’ଣ ଏତେ ବଡ଼। ଏକଥା ଶୁଣି ସମୁଦ୍ରରୁ ଆସିଥିବା ବେଙ୍ଗଟି ହସିବାକୁ ଲାଗିଲା ଏବଂ ଏକ କୂପକୁ ସମୁଦ୍ର ସହିତ ତୁଳନା କରୁଥିବାରୁ ସେ ବେଙ୍ଗଟିକୁ ଅଜ୍ଞ ବୋଲି କହିଲା। ଏକଥା ଶୁଣି କୂପବେଙ୍ଗଟି ଭୀଷଣ କ୍ରୋଧିତ ହୋଇ କହିଲା, ଏ ବେଙ୍ଗ ମିଛ କହୁଛି। ମୁଁ ଯାହା କହୁଛି ତାହା ସତ୍ୟ। ମୋ’କୂପଠାରୁ ସଂସାରରେ କିଛି ବି ବଡ଼ ନୁହେଁ। ଏ ବେଙ୍ଗ ମିଛ କହୁଛି। ଏହାକୁ ତୁରନ୍ତ ଏଠାରୁ ବାହାର କରିଦିଆଯାଉ। କାହାଣୀଟି ଶୁଣାଇ ସାରି ସ୍ବାମୀଜୀ କହିଥିଲେ, ଆମ ସମସ୍ତଙ୍କର ପ୍ରମୁଖ ସମସ୍ୟା ହେଉଛି ଯେ ଆମେ ନିଜ ନିଜ ଛୋଟିଆ କୂପରେ ବସିଛେ ଏବଂ ଭାବୁଛେ ଯେ ଆମର ଏହି ଛୋଟ କୂପ ହେଉଛି ସମଗ୍ର ପୃଥିବୀ। ଯେଉଁ ପର୍ଯ୍ୟନ୍ତ ଆମ ପ୍ରକୃତି ବା ଚରିତ୍ରରେ ଲୁଚି ରହିଥିବା ଏହି ସଂକୀର୍ଣ୍ଣତାରୁ ଆମେ ମୁକ୍ତ ହୋଇପାରିବା ନାହିଁ, ସେ ପର୍ଯ୍ୟନ୍ତ ଆତ୍ମଜ୍ଞାନର ସନ୍ଧାନ କରିପାରିବା ନାହିଁ କି ଆମ ବ୍ୟକ୍ତିତ୍ୱର ପ୍ରକୃତ ବିକାଶ ହୋଇପାରିବ ନାହିଁ। ଅହଂକାର ଦ୍ୱାରା ସୃଷ୍ଟ ଅଜ୍ଞତା ଏହି ସଂକୀର୍ଣ୍ଣତାର ମୁଖ୍ୟ କାରଣ।
ଅହଂକାର ଯୋଗୁ ଆମର ସାମର୍ଥ୍ୟ, ଊର୍ଜା ଓ ବ୍ୟକ୍ତିତ୍ୱ ନକାରାତ୍ମକ ଭାବେ ପ୍ରଭାବିତ ହୋଇଥାଏ। ଆମେ ଅନ୍ୟଠାରୁ କିଛି ଭଲ ଜିନିଷ ଶିଖିବା ପରିବର୍ତ୍ତେ ତା’ ସହ ପ୍ରତିଦ୍ୱନ୍ଦ୍ୱିତା କରୁ୍‌; ଯଦ୍ଦ୍ବାରା ଆମର ଶକ୍ତି, ସମୟ ଓ ସାମର୍ଥ୍ୟର ଅଯଥା ଅପଚୟ ହୁଏ ଏବଂ ଆମ ଭିତରେ ନକାରାତ୍ମକ ବିଚାର ଓ ବାତାବରଣ ସୃଷ୍ଟି ହୋଇଥାଏ। ପରିସ୍ଥିତି ଏମିତି ବିକଟ ହୋଇଯାଏ ଯେ, ନିଜର ଆତ୍ମସମୀକ୍ଷା ନ କରି ଆମେ ଅନ୍ୟର ବ୍ୟବହାର ଓ ଚରିତ୍ର ଉପରେ ମତାମତ ଦେଇ ଖୁସି ହେଉ। ଅନ୍ୟମାନଙ୍କୁ ଅକାରଣରେ ଉପଦେଶ ଦେଇଥାଉ। ନିଜ ବ୍ୟକ୍ତିତ୍ୱର ବିକାଶ ଓ ଚାରିତ୍ରିକ ଶୁଦ୍ଧତା ପ୍ରତି ସଚେତନ ନ ହୋଇ ଆମେ ଅନ୍ୟର ଆଲୋଚନା କରୁ। ଜ୍ଞାନ ବାଣ୍ଟିବା ନଁାରେ ଆମେ ଅନ୍ୟ ସହ ନିଜ ଅଜ୍ଞତା ବାଣ୍ଟିଥାଉ, ଯାହାର ପ୍ରଭାବ ଅତ୍ୟନ୍ତ ନକାରାତ୍ମକ ହୋଇଥାଏ। ଆମ ଭିତରେ ଅନ୍ୟ ପ୍ରତି ଈର୍ଷା ଓ ଦ୍ୱେଷ ସୃଷ୍ଟି ହୁଏ। ଅସହିଷ୍ଣୁତା ବଢ଼େ ଏବଂ ଅନ୍ୟର ଖୁସିକୁ ଆମେ ସହଜରେ ଗ୍ରହଣ କରିପାରୁ ନାହୁଁ।
ଏ ଜୀବନ ଅତି ମୂଲ୍ୟବାନ୍‌। ଯେତେ ସମ୍ଭବ ଜୀବନକୁ ଆମେ ସକାରାତ୍ମକ ଭାବନା, ବିଚାର ଓ ବ୍ୟବହାରରେ ଭରିଦେବା ଦରକାର। କିଏ ଜାଣେ, କାଲି ଏ ଜୀବନର ଗତି କୁଆଡେ! ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ଆମେ ସକାରାତ୍ମକ ଊର୍ଜା, ଉଦ୍ଦେଶ୍ୟ ଓ କୃତଜ୍ଞତା ସହ ବଞ୍ଚତ୍ବା ଉଚିତ। ଏ ଜୀବନ, ଏ ଶରୀର କେବଳ ଆମର ନୁହେଁ। ଏଥିରେ ଅନ୍ୟମାନଙ୍କର ତ୍ୟାଗ ଓ ଅବଦାନ ମଧ୍ୟ ଲୁଚି ରହିଛି। ତେଣୁ ଆମେ କୃତଜ୍ଞ ରହିବା ଜରୁରୀ।
ସ୍ବାମୀ ବିବେକାନନ୍ଦ କହିଥିଲେ, ଯେ ନିଜ ଉପରେ ବିଜୟ ପାଇପାରେ, ତା’ ପାଇଁ କିଛି ଅସମ୍ଭବ ନୁହେଁ। ନିଜ ଉପରେ ବିଜୟ ପାଇବାର ଅର୍ଥ ହେଉଛି ନିଜ ଅହଂକାର ଓ ନକାରାତ୍ମକ ଭାବନା ଉପରେ ବିଜୟ ପାଇବା ଏବଂ ନିଜକୁ ସକଳ ଚାରିତ୍ରିକ ସଂକୀର୍ଣ୍ଣତାରୁ ମୁକ୍ତ କରିବା। ତେଣୁ ନିଜ ଭିତରେ ଥିବା ‘ମୁଁ’ ରାକ୍ଷସ କବଳରୁ ସମସ୍ତେ ନିଜକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଆବଶ୍ୟକ। ଆତ୍ମସମୀକ୍ଷା, ଆତ୍ମସଚେତନତା ଓ ଆତ୍ମଶୁଦ୍ଧି ସମସ୍ତଙ୍କର ଧ୍ୟେୟ ହେବା ଜରୁରୀ।
ଅଧ୍ୟାପକ, ରେଭେନ୍ସା ବିଶ୍ୱବିଦ୍ୟାଳୟ
ମୋ: ୯୪୩୭୯୫୮୦୧୪


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?