ସ୍ତ୍ରୀ ଘରକୁ ନ ଆସିବାରୁ ଶ୍ୱଶୁର ଘର ଗାଁରେ ନିଆଁ ଲଗାଇଦେଲେ ସ୍ବାମୀ, ଆଉ ତା’ ପରେ…

ଭୋପାଳ,୩୦ା୫: ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଖିଲଚିପୁର ତହସିଲଠାରୁ ୭ କିଲୋମିଟର ଦୂର ଦେବଳୀ ଗାଁର ଜଣେ ମହିଳା ସ୍ବାମୀଙ୍କଠାରୁ କେମିତି ମୁକ୍ତି ପାଇବେ ସେ ନେଇ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି।

ସ୍ବାମୀଙ୍କ ସହ ପାଟିତୁଣ୍ଡ ହେବାରୁ କାଳୀ ବାଇ ନାମକ ଜଣେ ମହିଳା ଶାଶୁଘର ଛାଡ଼ି ବାପଘର ଚାଲିଆସିଥିଲେ। ତାଙ୍କ ସ୍ବାମୀ ଜ୍ଞାନ ସିଂ ତାଙ୍କୁ ନେବା ପାଇଁ ବାରମ୍ବାର ଶ୍ୱଶୁର ଘରକୁ ଆସୁଥିଲେ। ମାତ୍ର କାଳୀ ଶାଶୁଘରକୁ ଯାଉ ନ ଥିଲେ। ଏଥିରେ ଉତ୍ତ୍ୟେକ୍ତ ହୋଇ ଜ୍ଞାନ ଶ୍ୱଶୁର ଘର ଗାଁରେ ନିଆଁ ଲଗାଇଦେଲେ। ଫଳରେ ଗ୍ରାମବାସୀଙ୍କର ଅନେକ କ୍ଷତି ଘଟିଛି। ଏହାକୁ ଭରଣା କରିବା ପାଇଁ କାଳୀଙ୍କ ପିତା ଅମୃତଲାଲଙ୍କୁ କହିଛନ୍ତି ଗ୍ରାମବାସୀ।

ସୂଚନାଯୋଗ୍ୟ, ଖିଲଚିପୁର ଥାନା ଅନ୍ତର୍ଗତ ଦେବଳୀ ଗାଁ ନିବାସୀ ଅମୃତଲାଲଙ୍କ ଝିଅ କାଳୀ ୪ ବର୍ଷ ତଳେ ହତାଇ ଖେଡ଼ା ଗାଁର ଜ୍ଞାନ ସିଂଙ୍କୁ ବିବାହ କରିଥିଲେ। ବିବାହ ପରେ ଜ୍ଞାନ ଶ୍ୱଶୁର ଘରୁ ଅଧିକ ଯୌତୁକ ଆଣିବା ପାଇଁ କାଳୀଙ୍କ ଉପରେ ଚାପ ପକାଉଥିଲେ। ଏହି କଥାକୁ ନେଇ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ କଳିତକରାଳ ଲାଗି ରହୁଥିଲା। ଦିନେ ଶାଶୁଘର ଛାଡ଼ି ବାପଘରକୁ ଚାଲିଆସିଥିଲେ କାଳୀ। ସ୍ତ୍ରୀଙ୍କୁ ନେବା ପାଇଁ ଜ୍ଞାନ ଶ୍ୱଶୁର ଘର ଗାଁକୁ ଆସିଥିଲେ। କାଳୀ ମନା କରିବାରୁ ସେ ରାଗି କି ପୂରା ଗାଁରେ ନିଆଁ ଲଗାଇଦେଲେ।

ଏନେଇ କାଳୀ ଥାନାରେ ଅଭିଯୋଗ କରିବା ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ନିଜର ସୁରକ୍ଷା ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧ କୋଟି ଟଙ୍କା ଦାନ କଲେ ଜନ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ଭାରତ ମଧ୍ୟ ଏହାସହ ଲଢିବାକୁ ସବୁ ପ୍ରକାର ଉଦ୍ୟମ ଜାରି...

ଆତଙ୍କବାଦୀ ଆକ୍ରମଣର ଭୟାନକ ଚିତ୍ର, ଜେଜେଙ୍କ ମୃତଦେହ ପାଖରେ ବସିଛନ୍ତି ନାତି

ଶ୍ରୀନଗର,୧।୭: ଜମ୍ମୁକଶ୍ମୀରର ସୋପୋରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରଏଫ)ର ଏକ ଭ୍ୟାନ୍‌ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ସିଆରଏଫ ୧୭୯ ବାଟାଲିୟନର ଜଣେ ହେଡ୍‌...

ଚିଦାମ୍ବରମଙ୍କ ଗିରଫଦାରିକୁ କଂଗ୍ରେସର ବିରୋଧ:ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରର ହତ୍ୟା

ନୂଆଦିଲ୍ଲୀ,୨୩ା୮(ପି.ଟି./ଆଇଏଏନ୍‌ଏସ୍‌):ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଗିରଫଦାରି ବେଆଇନ। କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ କରାଇଛନ୍ତି। ଏହା ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରର ହତ୍ୟା...

ଶିଲାଙ୍କ ପରି ହ୍ୟାଟ୍ରିକ୍‌ ମାରିପାରନ୍ତି କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ଶାସନ କ୍ଷମତାର ଚାବି ପୁଣି ଆମ ଆଦମୀ ପାର୍ଟି(ଏଏପି) ହାତକୁ ଯାଉଥିବା ନେଇ ସୂଚନା ମିଳୁଛି। ଯଦି କେଜରିଓ୍ବାଲ ଚଳିତ ବିଧାନସଭା ନିର୍ବାଚନରେ...

ପି. ଚିଦାମ୍ବରମଙ୍କୁ ମିଳିଲାନି ଆଗୁଆ ଜାମିନ୍‌

ନୂଆଦିଲ୍ଲୀ, ୨୦।୮: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରରଙ୍କୁ ଝଟକା ଲାଗିଛି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ...

ସିଏଏକୁ ବିରୋଧ: ଜାମିଆରେ ବସ୍‌ ଜାଳିଦେଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଜାମିଆ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରବିବାର ଏହି ବିକ୍ଷୋଭ ଉଗ୍ର ରୂପ...

ସ୍କୁଲ ଯିବା ପାଇଁ ୧୦ କିମି ରାସ୍ତା ମରାମତି କଲେ ୮୫ ଛାତ୍ରୀଛାତ୍ର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଔରଙ୍ଗାବାଦ୍‌,୧୫।୧: ପାଠପଢ଼ାକୁ ସମାଜ ମଙ୍ଗଳ କାର୍ଯ୍ୟରେ ଲଗାଇବା ଅତି ଗୁରୁତ୍ୱପୂର୍ଣ୍ଣ। କେତେକ ଏଥିରେ ଅସଫଳ ରହିଥାନ୍ତି। ତେବେ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଜିଲାର ଡଭଣ୍ଡି ଗାଁରେ ସ୍କୁଲକୁ...

ଟିକା ପରେ ଭାରତରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ/ଲକ୍ଷ୍ନୌ, ୧୯ା୧(ପି.ଟି.): ଉତ୍ତରପ୍ରଦେଶର ମୋରାଦାବାଦରେ କୋଭିଡ୍‌ ଟିକା ନେବାର ଦିନକ ପରେ ଜଣେ ୪୬ ବର୍ଷୀୟ ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିଛି। ଭାରତରେ ଶନିବାରଠାରୁ କୋଭିଡ୍‌ ଟିକାକରଣ...

Advertisement


Archives

Model This Week

Why Dharitri