ସ୍ତ୍ରୀ ଆଗରେ ଆଖିବୁଜିଲେ ସ୍ବାମୀ

ଢେଙ୍କାନାଳ ଅଫିସ, ୧୬।୯:କରୋନା ମାରିଦେଲା ମଣିଷପଣିଆ। ଡାକ୍ତରଖାନା ବାରଣ୍ଡାରେ ପଡ଼ି ଯନ୍ତ୍ରଣା ଭୋଗୁଥିଲେ ଅଥଚ, କେହି ପଚାରିଲେନି କି ପାଖ ମାଡ଼ିଲେନି। ଶେଷରେ ଛଟପଟ ହୋଇ ସ୍ତ୍ରୀଙ୍କ ଆଖି ଆଗରେ ଚାଲିଗଲା ସ୍ବାମୀ ଜୀବନ। ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ଆସିଛି କରୋନା ମହାମାରୀର ଏପରି ହୃଦୟ ବିଦାୟକ ଚିତ୍ର। ସୋମବାର ଘଟିଥିବା ଏହି ଛାତିଥରା ଘଟଣାର ଭିଡିଓ ଭାଇରାଲ ହେବା ପରେ ଜିଲାରେ କରୋନା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର୍‌ ଧରିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଡାକ୍ତରଖାନା ସମ୍ମୁଖ ବାରଣ୍ଡାରେ ଜଣେ ବ୍ୟକ୍ତି ନିସ୍ତେଜ ହୋଇ ପଡ଼ିଛନ୍ତି। ଜଣେ ମହିଳା ତାଙ୍କ ଛାତିକୁ ପମ୍ପିଂ କରିବା ସହ ବିକଳରେ ସହାୟତା କରିବାକୁ ନେହୁରା ହେଉଛନ୍ତି। ହେଲେ ସିକ୍ୟୁରିଟି ଗାର୍ଡ କି କର୍ମଚାରୀ ସହାୟତା କରିବା ବଦଳରେ ସାଜିଛନ୍ତି ଦେଖଣାହାରୀ। କେବଳ ଏତିକି ନୁହେଁ, ସେଠାରେ ଉପସ୍ଥିତ କେତେଜଣ ମାନବିକତାକୁ ଜଳାଞ୍ଜଳି ଦେଇ ଘଟଣାର ଭିଡିଓ ରେକର୍ଡିଂ କରି ଚାଲିଥିଲେ।
ଘଟଣାରୁ ଜଣାପଡ଼ିଛି, ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକର ସମ୍ପୃକ୍ତ ୫୫ ବର୍ଷୀୟ ବ୍ୟକ୍ତି ଅନୁଗୋଳ ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ କାର୍ଯ୍ୟ କରୁଥିଲେ। ଗ୍ରାମକୁ ଆସିଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ସ୍ତ୍ରୀ ଏବଂ ଜଣେ ସମ୍ପର୍କୀୟ ଭାଇଙ୍କ ସହିତ କରୋନା ପରୀକ୍ଷା କରିବାକୁ ମଙ୍ଗଳବାର ସକାଳ ୭ଟାରେ ଢେଙ୍କାନାଳ ଜିଲା ଚିକିତ୍ସାଳୟକୁ ଆସିଥିଲେ। ସାଢ଼େ ୧୦ଟା ଯାଏ ଅପେକ୍ଷା କରିବା ପରେ ତାଙ୍କର ପରୀକ୍ଷା ହୋଇଥିଲା। ସ୍ତ୍ରୀ ଏବଂ ସମ୍ପର୍କୀୟଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ଜଣକ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲେ। ଏହା ଜାଣିବା ପରେ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତଳେ ପଡ଼ି ଆକ୍ରାନ୍ତ ଛଟପଟ ହେଉଥିବା ବେଳେ ତାଙ୍କ ସ୍ତ୍ରୀ ଡାକ୍ତରଙ୍କ ପ୍ରକୋଷ୍ଠର କବାଟ ବାଡ଼େଇ ସହାୟତା କରିବାକୁ ନିବେଦନ କରିଥିଲେ। ହେଲେ ପିପିଇ କିଟ୍‌ ପିନ୍ଧିଥିଲେ ମଧ୍ୟ କୌଣସି ଡାକ୍ତର ଆକ୍ରାନ୍ତଙ୍କ ପାଖକୁ ନ ଆସିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର କୁହନ୍ତି, ପିପିଇ କିଟ୍‌ ପିନ୍ଧି କେହି ଜଣେ ବି ନିଶ୍ଚୟ ଆସିବା କଥା। ଘଟଣାର ବିଭାଗୀୟ ତଦନ୍ତ କରାଯାଉଛି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ନିୟୋଜନ ଅସ୍ତ୍ରୋପଚାର ବାଟବଣା: ଅସ୍ତ୍ରୋପଚାର ତ୍ରୁଟିରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ):ଛୋଟ ପରିବାର, ସୁଖୀ ପରିବାର। ଏହି ଶ୍ଲୋଗାନ ଦେଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି ଅସ୍ତ୍ରୋପଚାର କେବଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ…

ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ…

ଥାନା ଭିତରେ ଜନ୍ମ ଦିନ, ବିବାହ ବାର୍ଷିକୀ କେକ୍‌ କଟା, ଫଟୋ ଭାଇରାଲ୍‌

ଗୋପ,୨୮।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ପରିସରରେ ଜନ୍ମ ଦିନ ଏବଂ ବିବାହ ବାର୍ଷିକୀ ଲାଗି କେକ କଟା ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ…

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା; ଦାୟିତ୍ୱ ନେବେ ନନ୍ଦିତା ସିହ୍ନା

ନୂଆଦିଲ୍ଲୀ,୨୮।୭: ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା…

ବିଷ ଦେଇ ଟ୍ରମ୍ପଙ୍କ ପରିବାରକୁ ହତ୍ୟା କରିବାକୁ ରଚାଯାଉଛି ଷଡ଼ଯନ୍ତ୍ର! ହେଲେ ଏହା ପଛରେ କାହାର ରହିଛି ହାତ? ଜାଣନ୍ତୁ…

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ଏକ ଅତ୍ୟନ୍ତ ଚିନ୍ତାଜନକ ଏବଂ ଚାଞ୍ଚଲ୍ୟକର ପ୍ରଚାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ସାନଖେମୁଣ୍ଡି ଅଞ୍ଚଳରେ ଉପ ଜିଲାପାଳଙ୍କ ନେତୃତ୍ୱରେ ସଫେଇ ଅଭିଯାନ, ଅଞ୍ଚଳବାସୀଙ୍କ ପ୍ରଶଂସା

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର, ସ୍ବଚ୍ଛ ଓ ଆଦର୍ଶ ଜିଲାରେ ପରିଣତ କରିବା…

ଫସିଯିବେ କି ଗଡ଼କରୀ? କହିଲେ ‘E20 ପେଟ୍ରୋଲରେ ମୋର କୌଣସି ଭୂମିକା ନାହିଁ’

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବମ୍ବେ ହାଇକୋର୍ଟରେ ଏକ ପ୍ରସ୍ତାବିତ ଦେୱାନୀ ମାମଲା ରୁଜୁ କରି ଦାବି କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri