ସ୍ତ୍ରୀଙ୍କୁ ଧୋକା ଦିଅନ୍ତି ଏପରି ସ୍ବରରେ କଥା ହେଉଥିବା ସ୍ବାମୀ

କୁହାଯାଏ ଯେ, ଜଣଙ୍କ ବ୍ୟକ୍ତିତ୍ୱ ତାଙ୍କ ସ୍ବର ଦ୍ୱାରା ସହଜରେ ଜାଣିହେବ। ତେବେ ଏହି କଥା ଠିକ୍‌ କି ନାହିଁ ତାହା ଜାଣିବା ପାଇଁ ପୁରୁଷମାନଙ୍କ ସ୍ବରକୁ ନେଇ ଏକ ଗବେଷଣା କରାଯାଇଥିଲା। ଏହି ଗବେଷଣା ଚାଇନାର ଦକ୍ଷିଣ-ପଶ୍ଚିମ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିଲା ଯାହାକି ମହିଳାମାନଙ୍କୁ ସଚେତନ କରିପାରିବ। ମହିଳାମାନେ ସାଧାରଣତଃ ଉଚ୍ଚ ସ୍ବରରେ କଥା ହେଉଥିବା ପୁରୁଷଙ୍କୁ ପସନ୍ଦ କରନ୍ତି। ସେମାନଙ୍କୁ ସ୍ବାମୀ ଭାବେ ପାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଏହି ଅଧ୍ୟୟନ ଅନୁଯାୟୀ, ଉଚ୍ଚ ସ୍ବର ଥିବା ପୁରୁଷମାନେ ବିଶ୍ୱାସଯୋଗ୍ୟ ନୁହନ୍ତି। ସେମାନେ ସ୍ତ୍ରୀଙ୍କୁ ପ୍ରତାରଣା କରନ୍ତି।

ଗବେଷଣା ପାଇଁ ଅନେକ ଧୂମପାନ କରୁ ନ ଥିବା ପୁରୁଷଙ୍କୁ ଶବ୍ଦର ଏକ ତାଲିକା ପଢ଼ିବାକୁ ଦିଆଯାଇଥିଲା । ପରେ ସ୍ବରର ଆବୃତ୍ତି ଏବଂ ପିଚ୍‌କୁ ବୁଝିବା ପାଇଁ ବିଶ୍ଳେଷଣ କରାଯାଇଥିଲା। ସେମାନଙ୍କର ସମ୍ପର୍କ ପ୍ରତି ଥିବା ମନୋଭାବ ଜାଣିବା ପାଇଁ ମାନସିକ ସ୍ତରରେ ପରୀକ୍ଷା କରାଯାଇଥିଲା।

ଗବେଷଣା ଫଳାଫଳରୁ ଜଣାପଡିଛି ଯେ, ଉଚ୍ଚ ସ୍ବର ଥିବା ପୁରୁଷମାନେ ନିଜ ସ୍ତ୍ରୀଙ୍କ ପ୍ରତି କମ ପ୍ରତିବଦ୍ଧ ହୋଇଥାନ୍ତି। ସେମାନେ ମଧ୍ୟ ପ୍ରତାରଣା କରିପାରନ୍ତି। ବାସ୍ତବରେ, ଏହି ପୁରୁଷମାନଙ୍କ ସ୍ବରରୁ ସେମାନଙ୍କ ସେକ୍ସ ହରମୋନ ଟେଷ୍ଟୋଷ୍ଟେରୋନ ସ୍ତର ବିଷୟରେ ଜଣାପଡ଼ିଲା।

ଗବେଷକ ଜାଣିବାକୁ ପାଇଲେ ଯେ, ଉଚ୍ଚ ସ୍ବରରେ କଥା ହେଉଥିବା ବ୍ୟକ୍ତିଙ୍କ ଠାରେ ଟେଷ୍ଟୋଷ୍ଟେରୋନ ସ୍ତର ଅଧିକ। ଗବେଷକ କହିଛନ୍ତି, ଟେଷ୍ଟୋଷ୍ଟେରୋନ ଜଣେ ବ୍ୟକ୍ତିର ଗୁଣ ଏବଂ ଆଚରଣ ନିର୍ଣ୍ଣୟ କରିପାରିବ।

ଉଚ୍ଚ ସ୍ବର ବିଶିଷ୍ଟ ପୁରୁଷମାନଙ୍କର ଟେଷ୍ଟୋଷ୍ଟେରୋନ ସ୍ତର ଅଧିକ ଏବଂ ତେଣୁ ମହିଳାମାନେ ସେମାନଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି। ଗବେଷଣାରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଅଧିକ ଟେଷ୍ଟୋଷ୍ଟେରୋନ ଥିବା ପୁରୁଷଙ୍କ ପିଲାମାନେ ସୁସ୍ଥ ଅଟନ୍ତି।

ତଥାପି, ସ୍ବାମୀଙ୍କୁ ପସନ୍ଦ ସମୟରେ ମହିଳାମାନେ ପୁରୁଷଙ୍କ ସ୍ବର ଅପେକ୍ଷା ସେମାନଙ୍କର ବ୍ୟକ୍ତିତ୍ୱ ପ୍ରତି ଅଧିକ ଧ୍ୟାନ ଦିଅନ୍ତି। ଜଣେ ସାଥୀ ଭାବରେ, ସେ ଏପରି ପୁରୁଷମାନଙ୍କୁ ବାଛିବାକୁ ପସନ୍ଦ କରନ୍ତି, ଯେଉଁମାନେ ପ୍ରତ୍ୟେକ ଘରୋଇ କାର୍ଯ୍ୟରେ ତାଙ୍କୁ ସମର୍ଥନ କରିପାରିବେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri