ସକାଳୁ ଉଠି ସ୍ବାମୀଙ୍କ ସହ ଏହି ୪ କାମ କରନ୍ତୁ ସ୍ତ୍ରୀ; ଦାମ୍ପତ୍ୟ ଜୀବନ ହେବ ସୁଖମୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ପୁସ୍ତକ ତଥା ଚାଣକ୍ୟନୀତିରେ ମନୁଷ୍ୟର ଜୀବନକୁ ସରଳ ଏବଂ ସଫଳ କରିବା ଲାଗି ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, ୭ ଜନ୍ମ ପାଇଁ ସ୍ବାମୀ-ସ୍ତ୍ରୀ ଯୋଡି ହୁଅନ୍ତି। ସ୍ବାମୀସ୍ତ୍ରୀଙ୍କ ସମ୍ପର୍କ ଭଲ କି ଖରାପ ହେବ କି ନାହିଁ ସେନେଇ ଚାରିପାଖରେ ଥିବା ଶକ୍ତି ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯେକୌଣସି ଦିନକୁ ସଫଳ ଏବଂ ଉପଭୋଗ୍ୟ କରିବା ପାଇଁ ସକାଳ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟଙ୍କ ଅନୁଯାୟୀ, ଯଦି ଜଣେ ମହିଳା ସକାଳୁ ଉଠି ସ୍ବାମୀଙ୍କ ସହ କିଛି ବିଶେଷ କାର୍ଯ୍ୟ କରନ୍ତି, ତେବେ ତାଙ୍କର ସମ୍ପର୍କ ଅତ୍ୟନ୍ତ ମଧୁର ହୋଇଯାଏ। ଯେପରିକି:

ଯୋଗ
ଯଦି ସ୍ବାମୀ-ସ୍ତ୍ରୀ ସକାଳେ ଏକାଠି ଯୋଗ କରନ୍ତି, ତେବେ ଦୁହେଁ ଫିଟ୍‌ ରହିବେ ଏବଂ ସେମାନଙ୍କର ମନ ମଧ୍ୟ ଶାନ୍ତ ରହିବ। ଏହା ମଧ୍ୟ ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ଫଳରେ ଦମ୍ପତିଙ୍କ ମଧ୍ୟରେ କୌଣସି ଝଗଡ଼ା ହୋଇ ନ ଥାଏ। ଏହି କାରଣରୁ, ଉଭୟଙ୍କ ଦିନଚର୍ଯ୍ୟା ଭଲରେ କଟିଥାଏ।

ପ୍ରେମ
ଯଦି ସ୍ବାମୀ-ସ୍ତ୍ରୀ ଦିନର ଆରମ୍ଭ ପ୍ରେମରୁ କରନ୍ତି, ତେବେ ସେମାନଙ୍କ ମନ ଦିନତମାମ ସତେଜ ରହିଥାଏ। ଉତ୍ସାହ ଯୋଗୁ କାମ କରିବାକୁ ଅଧିକ ଶକ୍ତି ମିଳିଥାଏ। ଏଥିଯୋଗୁ ଉଭୟଙ୍କ ମଧ୍ୟରେ ପ୍ରେମ ଏବଂ ବିଶ୍ୱାସ ରଖେ। ଏଣୁ ସ୍ବାମୀ-ସ୍ତ୍ରୀ ସକାଳେ ଉଠି ପରସ୍ପରକୁ ସ୍ନେହ କରିବା ଆବଶ୍ୟକ। ଜଣେ ଅନ୍ୟଜଣକୁ ଆଲିଙ୍ଗନ କରିବା ଉଚିତ।

ପୂଜାପାଠ:
ସକାଳେ, ଭଗବାନଙ୍କ ଆଶୀର୍ବାଦ ନେଇ ଦିନ ଆରମ୍ଭ କରିବା ଭଲ। ଏହା ଆପଣଙ୍କ ଶରୀରରେ ଏକ ସକରାତ୍ମକ ଶକ୍ତି ମଧ୍ୟ ପ୍ରବାହିତ କରେ। ତେଣୁ, ସ୍ବାମୀଙ୍କ ସହିତ ପୂଜା କରିବା କିମ୍ବା ହାତଯୋଡ଼ି ପ୍ର୍ରଣାମ କରିନେବା ଭଲ।

ତୁଳସୀ ଗଛରେ ପାଣି:
ସକାଳେ ଗାଧୋଇବା ପରେ ଯଦି ସ୍ବାମୀ ଏବଂ ସ୍ତ୍ରୀ ଏକାଠି ତୁଳସୀ ମାତାଙ୍କୁ ପାଣି ଦିଅନ୍ତି, ତେବେ ସେମାନଙ୍କ ଦାମ୍ପତ୍ୟ ଜୀବନ ଭଲରେ କଟିଥାଏ। ବୈବାହିକ ଜୀବନରେ ସେମାନଙ୍କର କୌଣସି ଅସୁବିଧା ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଶୋଇବା ସମୟରେ ପାଖରେ ରଖୁଛନ୍ତି କି ଏସବୁ ଜିନିଷ: ହେବେ ଦରିଦ୍ର

ଘରେ ରଖାଯାଇଥିବା ସମସ୍ତ ଜିନିଷର ବାସ୍ତୁ ଅନୁସାରେ କିଛି ଅର୍ଥ ଅଛି। ବହୁତ କମ ଲୋକ ଜାଣିଥିବେ ଯେ, ଶୋଇବା ସମୟରେ ଆପଣ ଯାହା ବି...

ରୋଗରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ନାହିରେ ହାତ ରଖି ଆୟୁର୍ବେଦ ଚିକିତ୍ସକ ରୋଗ ସମ୍ପର୍କରେ ଜାଣିପାରିଥାନ୍ତି। ମା’ ପେଟରେ ଶିଶୁ ଥିବା ସମୟରେ ନାହିି ନଳୀ ଦେଇ ସମସ୍ତ ପୋଷକ ତତ୍ତ୍ୱ...

ପାମ୍ପଡ଼ ରାଇତା

ଆବଶ୍ୟକ ସାମଗ୍ରୀ ଦହି- ୫୦୦ଗ୍ରାମ୍‌, ଛଣା ହୋଇଥିବା ମସଲା ପାମ୍ପଡ଼-୩ଟି (ବଡ଼), ଜିରା ଗୁଣ୍ଡ- ଅଧା ଚାମଚ, ଗୋଲମରିଚ ଗୁଣ୍ଡ- ଅଧା ଚାମଚ, ଧନିଆପତ୍ର- ୪...

ମଧୁମେହ ଲାଗି ହଳଦୀ ରାମବାଣ ସଦୃଶ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି। ଏହା ପରିବର୍ତ୍ତିତ ଜୀବନଶୈଳୀ ଲାଗି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ଅନ୍ୟତମ। ଏହି ରୋଗରେ ରକ୍ତ ସର୍କରାକୁ...

ଦାନ୍ତ ବିନ୍ଧା ଓ କୋଷ

ଦାନ୍ତମୂଳ ବିନ୍ଧିବା ପଛରେ ଅନେକ କାରଣ ରହିଛି। ବିଶେଷ ଭାବରେ ଥଣ୍ଡାଜନିତ ସମସ୍ୟା ଲାଗି କିମ୍ବା ଦୀର୍ଘଦିନ ଧରି ଦାନ୍ତମୂଳରେ ଖାଦ୍ୟପଦାର୍ଥର ଅବଶିଷ୍ଟାଂଶ ଜମି ରହିଲେ...

ଅଧିକ ସମୟ ଭିଡିଓ ଗେମ୍‌ ଦେଖୁଥିଲେ…

ଭିଡିଓ ଗେମ୍‌ ଖେଳିବା କେବଳ ଛୋଟ ପିଲା ନୁହନ୍ତି ଯୁବପିଢ଼ି ମଧ୍ୟ ପଛରେ ପଡିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। ହେଲେ ଅନେକଙ୍କର ଏହା...

ନେଲ୍‌ ଆର୍ଟ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଝିଅମାନେ ପାଦ ଆଉ ହାତର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ନେଲ୍‌ପଲିସ ଲଗାଇଥାନ୍ତି। ଆଜିକାଲି ବଜାରରେ ବିଭିନ୍ନ ରଙ୍ଗର ନେଲ୍‌ପଲିସ ବି ମିଳୁଛି। ନେଲ୍‌ପଲିସ ଲଗାଇବା ସହ...

ଘଣ୍ଟାକୁ ନେଇ ବିଶ୍ୱାସ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା ପ୍ରତ୍ୟେକଟି ବସ୍ତୁର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ସେମିତି ଏକ ବସ୍ତୁ ହେଉଛି ଘଣ୍ଟା। ସମୟ ଜାଣିବା ପାଇଁ...

Advertisement
Archives

Model This Week