ସକାଳୁ ଉଠି ସ୍ବାମୀଙ୍କ ସହ ଏହି ୪ କାମ କରନ୍ତୁ ସ୍ତ୍ରୀ; ଦାମ୍ପତ୍ୟ ଜୀବନ ହେବ ସୁଖମୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ପୁସ୍ତକ ତଥା ଚାଣକ୍ୟନୀତିରେ ମନୁଷ୍ୟର ଜୀବନକୁ ସରଳ ଏବଂ ସଫଳ କରିବା ଲାଗି ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, ୭ ଜନ୍ମ ପାଇଁ ସ୍ବାମୀ-ସ୍ତ୍ରୀ ଯୋଡି ହୁଅନ୍ତି। ସ୍ବାମୀସ୍ତ୍ରୀଙ୍କ ସମ୍ପର୍କ ଭଲ କି ଖରାପ ହେବ କି ନାହିଁ ସେନେଇ ଚାରିପାଖରେ ଥିବା ଶକ୍ତି ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯେକୌଣସି ଦିନକୁ ସଫଳ ଏବଂ ଉପଭୋଗ୍ୟ କରିବା ପାଇଁ ସକାଳ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟଙ୍କ ଅନୁଯାୟୀ, ଯଦି ଜଣେ ମହିଳା ସକାଳୁ ଉଠି ସ୍ବାମୀଙ୍କ ସହ କିଛି ବିଶେଷ କାର୍ଯ୍ୟ କରନ୍ତି, ତେବେ ତାଙ୍କର ସମ୍ପର୍କ ଅତ୍ୟନ୍ତ ମଧୁର ହୋଇଯାଏ। ଯେପରିକି:

ଯୋଗ
ଯଦି ସ୍ବାମୀ-ସ୍ତ୍ରୀ ସକାଳେ ଏକାଠି ଯୋଗ କରନ୍ତି, ତେବେ ଦୁହେଁ ଫିଟ୍‌ ରହିବେ ଏବଂ ସେମାନଙ୍କର ମନ ମଧ୍ୟ ଶାନ୍ତ ରହିବ। ଏହା ମଧ୍ୟ ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ଫଳରେ ଦମ୍ପତିଙ୍କ ମଧ୍ୟରେ କୌଣସି ଝଗଡ଼ା ହୋଇ ନ ଥାଏ। ଏହି କାରଣରୁ, ଉଭୟଙ୍କ ଦିନଚର୍ଯ୍ୟା ଭଲରେ କଟିଥାଏ।

ପ୍ରେମ
ଯଦି ସ୍ବାମୀ-ସ୍ତ୍ରୀ ଦିନର ଆରମ୍ଭ ପ୍ରେମରୁ କରନ୍ତି, ତେବେ ସେମାନଙ୍କ ମନ ଦିନତମାମ ସତେଜ ରହିଥାଏ। ଉତ୍ସାହ ଯୋଗୁ କାମ କରିବାକୁ ଅଧିକ ଶକ୍ତି ମିଳିଥାଏ। ଏଥିଯୋଗୁ ଉଭୟଙ୍କ ମଧ୍ୟରେ ପ୍ରେମ ଏବଂ ବିଶ୍ୱାସ ରଖେ। ଏଣୁ ସ୍ବାମୀ-ସ୍ତ୍ରୀ ସକାଳେ ଉଠି ପରସ୍ପରକୁ ସ୍ନେହ କରିବା ଆବଶ୍ୟକ। ଜଣେ ଅନ୍ୟଜଣକୁ ଆଲିଙ୍ଗନ କରିବା ଉଚିତ।

ପୂଜାପାଠ:
ସକାଳେ, ଭଗବାନଙ୍କ ଆଶୀର୍ବାଦ ନେଇ ଦିନ ଆରମ୍ଭ କରିବା ଭଲ। ଏହା ଆପଣଙ୍କ ଶରୀରରେ ଏକ ସକରାତ୍ମକ ଶକ୍ତି ମଧ୍ୟ ପ୍ରବାହିତ କରେ। ତେଣୁ, ସ୍ବାମୀଙ୍କ ସହିତ ପୂଜା କରିବା କିମ୍ବା ହାତଯୋଡ଼ି ପ୍ର୍ରଣାମ କରିନେବା ଭଲ।

ତୁଳସୀ ଗଛରେ ପାଣି:
ସକାଳେ ଗାଧୋଇବା ପରେ ଯଦି ସ୍ବାମୀ ଏବଂ ସ୍ତ୍ରୀ ଏକାଠି ତୁଳସୀ ମାତାଙ୍କୁ ପାଣି ଦିଅନ୍ତି, ତେବେ ସେମାନଙ୍କ ଦାମ୍ପତ୍ୟ ଜୀବନ ଭଲରେ କଟିଥାଏ। ବୈବାହିକ ଜୀବନରେ ସେମାନଙ୍କର କୌଣସି ଅସୁବିଧା ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?