ହସ୍ପିଟାଲ ବ୍ୟବସାୟ କଷ୍ଟକର: ଡା. ପ୍ରକାଶ ଚନ୍ଦ୍ର ଦଳେଇ

ବାପା ଥିଲେ ପ୍ରାଣୀ ଚିକିତ୍ସକ, ମା’ ଗୃହିଣୀ। ଚାହୁଁଥିଲେ ପୁଅ ଡାକ୍ତର ହେଉ। ମାତାପିତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେ ଲକ୍ଷ୍ୟ ସ୍ଥିର କଲେ ଏବଂ ଅଧ୍ୟବସାୟ ବଳରେ ଡାକ୍ତର ହେଲେ। ଡା. ପ୍ରକାଶ ଚନ୍ଦ୍ର ଦଳେଇ ଭୁବନେଶ୍ୱର ସୈନିକ ସ୍କୁଲରେ ଶିକ୍ଷା ଶେଷ କରି କଟକ ଏସ୍‌ସିବିରୁ ଏମ୍‌ବିବିଏସ୍‌ ଏବଂ ବୁର୍ଲାରୁ ମେଡିସିନ୍‌ରେ ଏମ୍‌ଡି କରିଥିଲେ। ପରେ ମୁମ୍ବାଇ କେ.ଇ.ଏମ୍‌. ହସ୍ପିଟାଲରୁ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜିରେ ମଧ୍ୟ ଡିଏମ୍‌ କରିଥିଲେ। ରାଜ୍ୟର ଜଣେ ବିଶିଷ୍ଟ ଗାଷ୍ଟ୍ରୋଏଣ୍ଟୋରୋଲୋଜିଷ୍ଟ ରୂପେ ଖ୍ୟାତି ଅର୍ଜନ କରିଥିବା ଗ୍ୟାଷ୍ଟ୍ରୋ ଆଣ୍ଡ୍‌ କିଡ୍‌ନୀ କେୟାର ହସ୍ପିଟାଲ ନିର୍ଦ୍ଦେଶକ ଡ. ଦଳେଇ ଧରିତ୍ରୀ ଆଗରେ ପ୍ରକାଶ କରିଛନ୍ତି ନିଜ ସ୍ବପ୍ନର କଥା।

ଏଭଳି ଏକ ସ୍ବତନ୍ତ୍ର ବିଭାଗ ଉପରେ ହସ୍ପିଟାଲ କରିବା ପଛରେ କ’ଣ ଉଦ୍ଦେଶ୍ୟ ଥିଲା? କେତେ ସଫଳତା ପାଇଛନ୍ତି?
ପୂର୍ବାଞ୍ଚଳରେ ଗ୍ୟାଷ୍ଟ୍ରୋଏଣ୍ଟୋରାଲୋଜି ଓ କିଡ୍‌ନୀ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ନ ଥିବାରୁ ଆମେ ଏହି ଦୁଇ କ୍ଷେତ୍ରରେ ଅଧିକ ଫୋକସ୍‌ କରିପାରୁ ନ ଥିଲୁ। ଗୋଟିଏ ଜାଗାରେ ଲୋକଙ୍କୁ କିପରି ଏହି ରୋଗର ଚିକିତ୍ସା ଦେଇପାରିବୁ, ସେଥିପାଇଁ ସ୍ବତନ୍ତ୍ର ହସ୍ପିଟାଲ କରିଥିଲୁ। ୨୦୧୪ରେ କେତେଜଣ ଡାକ୍ତର ସାଙ୍ଗ(ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜିଷ୍ଟ) ମିଶି ଏହି ହସ୍ପିଟାଲ ଆରମ୍ଭ କରିଥିଲୁ। ଆମେ ଯେଉଁ ଲକ୍ଷ୍ୟ ନେଇ ଏହାକୁ ଆରମ୍ଭ କରିଥିଲୁ ସେଥିରେ ନିଶ୍ଚିତ ଭାବେ ସଫଳତା ପାଇଛୁ। ହସ୍ପିଟାଲ ବ୍ୟବସାୟ ଆରମ୍ଭ କରିବା କଷ୍ଟକର। ତେଣୁ ପ୍ରଥମେ ଆମକୁ କଷ୍ଟ ହୋଇଥିଲା। ହସ୍ପିଟାଲର ସବୁ କର୍ମଚାରୀ, ବିଶେଷକରି ରୋଗୀମାନଙ୍କ ଶୁଭକାମନା ଆମକୁ ଆଗକୁ ବଢ଼ିବା ପାଇଁ ସାହସ ଦେଇଥିଲା। ବର୍ତ୍ତମାନ ଭଲ ପୋଜିଶନରେ ରହିଛୁ।
ସରକାରଙ୍କ ପକ୍ଷରୁ କ’ଣ ସୁବିଧା ରହିଛି?
ସରକାରଙ୍କ ବିନା ସହଯୋଗରେ ଆମେ କିଛି କରିପାରିବା ନାହିଁ। ତେଣୁ ସରକାରୀ ସହାୟତା ଆମକୁ ନିଶ୍ଚିତ ଦରକାର। ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡ଼େ। ତେଣୁ ରୋଗୀମାନେ କିପରି ଏଠାରେ ବି ସରକାରୀ ସୁବିଧା ପାଇପାରିବେ ସେ ଦିଗରେ ଚିନ୍ତା କରୁଛୁ। ଏହି ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିବା ପାଇଁ ଆମେ ଆବେଦନ କରିଛୁ।
ଲୋକେ କାହିଁକି ଏହି ହସ୍ପିଟାଲକୁ ଆସିବା ପାଇଁ ଚାହିଁବେ?
ଗୋଟିଏ ଛାତ ତଳେ ସବୁ ପ୍ରକାର ସୁବିଧା ମିଳୁଛି। ଲୋକଙ୍କୁ ଏଣେତେଣେ ବୁଲିବାକୁ ପଡ଼ିବନି। ଏହାଛଡ଼ା ହସ୍ପିଟାଲ ଡାକ୍ତରଙ୍କୁ ନେଇ ଚାଲେ। ଆମ ପାଖରେ ଭଲ ଡାକ୍ତର ମଧ୍ୟ ଅଛନ୍ତି। ତେଣୁ ଲୋକେ ଏଠାକୁ ଆସିବା ପାଇଁ ପସନ୍ଦ କରିବେ। ଏଠାରେ ସବୁ ପ୍ରକାର ଆଡଭାନ୍ସଡ ସର୍ଜରି କରାଯାଉଛି।
ଆଗକୁ କ’ଣ ଲକ୍ଷ୍ୟ ରହିଛି?
କିଡ୍‌ନୀ ଓ ଲିଭର ଟ୍ରାନ୍ସପ୍ଲାଣ୍ଟ ଉପରେ ଏବେ ଆମେ ଗୁରୁତ୍ୱ ଦେଉଛୁ। କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଓଡ଼ିଶାରେ କରାଯାଉଛି। କିନ୍ତୁ ଲିଭର ଟ୍ରାନ୍ସପ୍ଲାଣ୍ଟ ରାଜ୍ୟରେ ବିଶେଷକରି ହୋଇନାହିଁ, ଯାହାକୁ ଆମେ ଆରମ୍ଭ କରିବୁ ବୋଲି ଚିନ୍ତା କରିଛୁ। ଏହାଛଡ଼ା ୨ ମାସ ଭିତରେ ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଏକ ନୂଆ ହସ୍ପିଟାଲ ଆରମ୍ଭ କରିବାକୁ ଯାଉଛୁ। ଏହା ୨୫୦ ବେଡ୍‌ ବିଶିଷ୍ଟ ଏକ ମଲ୍‌ଟି ସ୍ପେଶିଆଲିଟି ହସ୍ପିଟାଲ ହେବ। ବିଭିନ୍ନ ରୋଗର ଚିକିତ୍ସା ସହିତ ସର୍ଜରି ପାଇଁ ବ୍ୟବସ୍ଥା ରହିବ। ଏଥିସହିତ ରୋବୋଟିକ୍‌ ସର୍ଜରି ମଧ୍ୟ କରାଯିବ। ସେଥିପାଇଁ ରୋବୋଟିକ୍‌ ଓଟି ରହିବ।
କରୋନା ମୁକାବିଲା କେତେ ଚ୍ୟାଲେଞ୍ଜ ଥିଲା ?
ସରକାରଙ୍କ ଗାଇଡ୍‌ଲାଇନକୁ ପାଳନ କରି ଆମେ ଚିକିତ୍ସା ସେବା ଯୋଗାଉଥିଲୁ। କିନ୍ତୁ ଏହି ସମୟରେ ସାଧାରଣ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଆମେ ସବୁ ପ୍ରକାର ଚେଷ୍ଟା କରିଥିଲୁ। ତେବେ କୋଭିଡ୍‌ ଆମକୁ ବହୁତ କିଛି ଶିଖାଇଛି। ବଡ଼ ବଡ଼ ଦେଶରେ କୋଭିଡ୍‌ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ିଯାଇଥିଲା। ତେଣୁ ଆଗକୁ ଏଭଳି ସ୍ଥିତିର ମୁକାବିଲା ପାଇଁ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ ବୋଲି ମୁଁ ଭାବୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri