ଆଶ୍ରମ ଭିତରେ ଅନ୍ତରଙ୍ଗ ଭିଡିଓ ଭାଇରାଲ

ଭୁବନେଶ୍ୱର,୧୮।୩ (ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ଓ ନିର୍ଯାତନା ପରେ ହତ୍ୟା କରି ପୋତି ଦିଆଯିବା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାନସଙ୍କୁ ଚାନ୍ଦବାଲିରୁ ଅପହରଣ ପରେ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଦୟାଲ ବୃଦ୍ଧାଶ୍ରମରେ ରଖାଯାଇ ନିର୍ଯାତନା ଦିଆଯାଇଥିଲା। ସେଠାରେ ତାଙ୍କୁ ହତ୍ୟା କରାଯାଇ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ନରେନ୍ଦ୍ରପୁର ବୋଧିପାଟଣା ଜଙ୍ଗଲରେ ମାଟି ଖୋଳି ପୋତି ଦିଆଯାଇଥିଲା। ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିବା ସହ ହତ୍ୟା ପଛର ରହସ୍ୟକୁ ଉନ୍ମୋଚନ କରିବାରେ ଲାଗି ପଡିଛି। ଏକ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବାବେଳେ ଫେରାର ଥିବା ଓ୍ବେବ୍‌ ପୋର୍ଟାଲ ‘ସମ୍ପୂର୍ଣ୍ଣା’ର ମାଲିକାଣୀ ତଥା ଖବରଦାତା ଶର୍ମିଷ୍ଠା ଏବଂ ଅନ୍ୟଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ପୋଲିସ ଦୃଢ଼ ହେବାରେ ଲାଗିଛି। ଏପରିସ୍ଥିତିରେ ଉକ୍ତ ବୃଦ୍ଧାଶ୍ରମ ଭିତରର ଏକ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଜଣାଶୁଣା ବ୍ୟକ୍ତି ଥିବା ଜଣାପଡିଛି। ଶର୍ମିଷ୍ଠାଙ୍କ ୱେବ୍‌ ପୋର୍ଟାଲର ମୁଖ୍ୟ କାର୍ଯ୍ୟାଳୟ ଆଶ୍ରମର ଉପର ମହଲାରେ ଥିଲା। ସେଠାକୁ ଅନେକ ସମୟରେ ନେତା ଓ ପ୍ରଶାସନିକ ଅଧିକାରୀମାନେ ଆସୁଥିଲେ ବୋଲି କେୟାରଟେକର କହିଥିଲେ। ଏବେ ଭାଇରାଲ ଭିଡିଓରେ ଆପତ୍ତିଜନକ ଘଟଣା ରହିଥିବାରୁ ପୋଲିସର ସନ୍ଦେହ ଆହୁରି ବଢ଼ିଯାଇଛି। ହୁଏତ ଉକ୍ତ ଚିପ୍‌ରେ ସେମିତି କିଛି ଆପତ୍ତିଜନକ ଦୃଶ୍ୟ ଥାଇପାରେ, ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରାଯାଇଛି। ତେବେ ହତ୍ୟା ପରେ ଉକ୍ତ ଚିପ୍‌ ନେଇ ଶର୍ମିଷ୍ଠା ଫେରାର ହେବା ସହ ତାହାକୁ ନଷ୍ଟ କରିଦେଇ ପାରିଥାନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।
ଶର୍ମିଷ୍ଠାଙ୍କ ସହ ଫେରାର ଝୁନାଙ୍କ ସ୍ବାମୀ ମୁହଁ ଖୋଲିଲେ
ଶର୍ମିଷ୍ଠାଙ୍କ ସହ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବିରିବନ୍ଧ ସାହିର ଝୁନା ଭୋଇ ନାମ୍ନୀ ଜଣେ ମହିଳା ଫେରାର ହୋଇଯାଇଥିବା ପୋଲିସ ସୂଚନା ପାଇଛି। ସେ ଉକ୍ତ ଆଶ୍ରମରେ କାମ କରୁଥିଲେ। ଗୁରୁବାର ଝୁନାଙ୍କ ସ୍ବାମୀ ଅରୁଣ ଭୋଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଗତ ମାର୍ଚ୍ଚ ୭ରେ ଶର୍ମିଷ୍ଠାଙ୍କ ସହ ମୋ ସ୍ତ୍ରୀ ଯାଇଥିଲେ। ଗଲାବେଳେ ଚାନ୍ଦବାଲି ଯାଉଛନ୍ତି ବୋଲି ମତେ କହିଥିଲେ। ହେଲେ ସେହି ଦିନଠାରୁ ତାଙ୍କ ମୋବାଇଲ ଫୋନ୍‌ ବନ୍ଦ ରହିଛି। ଏନେଇ ସେ ପୋଲିସକୁ ଜଣାଇଥିବା କହିଛନ୍ତି। ଏଥିସହ ୨୫ ଦିନ ତଳେ ଝୁନା ଓ ଶର୍ମିଷ୍ଠା ଉକ୍ତ ଚିପ୍‌ ବିଷୟରେ କଥା ମଧ୍ୟ ହେଉଥିଲେ ବୋଲି ସେ କହିଛନ୍ତି। ତେବେ ଯଦି ଝୁନା ଦୋଷୀସାବ୍ୟସ୍ତ ହୁଅନ୍ତି ଆଇନ ଅନୁସାରେ ଦଣ୍ଡ ମିଳୁ ବୋଲି ସ୍ବାମୀ ଅରୁଣ କହିଛନ୍ତି।
ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ମାନସଙ୍କ ମା’
ମାନସଙ୍କ ହତ୍ୟାକୁ ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କ ସହ ଅନ୍ୟ ସହଯୋଗୀମାନେ ଧରାପଡୁ ନ ଥିବାରୁ ପୋଲିସ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମାନସଙ୍କ ମା’ ଯମୁନା ସ୍ବାଇଁ। ଯମୁନା କାନ୍ଦି କାନ୍ଦି ଗଣମାଧ୍ୟମକୁ କହିଛନ୍ତି, ଯଦି ମୋ ପୁଅର ଶବକୁ ମାସେ ପରେ ପୋଲିସ ଖୋଜି ପାଇଲା ତା’ହେଲେ ଶର୍ମିଷ୍ଠା ରାଉତଙ୍କୁ କାହିଁକି ଖୋଜି ପାଇ ପାରିବ ନାହିଁ। ସମସ୍ତ ଅଭିଯୁକ୍ତଙ୍କୁ ଯେମିତି ହେଲେ ଗିରଫ କରିବା ସହ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି।
କମିଶନରେଟ ପୋଲିସର ସହଯୋଗ ଲୋଡ଼ିଲା ଚାନ୍ଦବାଲି ପୋଲିସ
କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ଘଟଣା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଯାବତ୍‌ ୩ ଅଭିଯୁକ୍ତ ଧରାପଡ଼ିଥିବାବେଳେ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ଶର୍ମିଷ୍ଠାଙ୍କ ସମେତ ୨ ମହିଳା ଓ ଜଣେ ପୁରୁଷ ଫେରାର ଥିବା ଜଣାପଡ଼ିଛି। ପୁଣି ଭୁବନେଶ୍ୱରରେ ରହୁଥିବା ଶର୍ମିଷ୍ଠା ବିଭିନ୍ନ ନେତା ମନ୍ତ୍ରୀଙ୍କ ସହ ସମ୍ପର୍କରେ ଥିବାରୁ ଏହି ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। କାରଣ ସେ ସୋସିଆଲ୍‌ ମିଡିଆରେ ବହୁ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି। ପୁଣି ଭୁବନେଶ୍ୱରରେ ହିଁ ନିର୍ଯାତନା ସହ ହତ୍ୟା କରାଯାଇଥିବାରୁ ଚାନ୍ଦବାଲି ପୋଲିସ କମିଶନରେଟ ପୋଲିସର ସହଯୋଗ ଲୋଡ଼ିଛି। ଏହି ମାମଲାରେ କମିଶନରେଟ ପୋଲିସ ସହଯୋଗ କରୁଥିବା ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିମାଣ୍ଡ ସରିଲା, ବିଷ ଗାଳିପାରିଲାନି ଇଡି

ଭୁବନେଶ୍ୱର, ୧୩।୧୨ (ବ୍ୟୁରୋ):ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଅବଧି ସୋମବାର ସରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ) ଗତ ଡିସେମ୍ବର ୬ ତାରିଖରୁ ଅର୍ଚ୍ଚନାଙ୍କୁ...

ଉଦ୍‌ଘାଟିତ ହେଲା ଖାରବେଳ ଭବନ

ଭୁବନେଶ୍ୱର, ୧୫।୮(ବ୍ୟୁରୋ.): ଭୁବନେଶ୍ୱରରେ ଖାରବେଳ ଭବନ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଖାରବେଳ ଭବନରେ...

+୨ ରେଜଲ୍ଟ: ଦେଢ଼ଘଣ୍ଟାପରେ ପରେ ବି ଦେଖିପାରୁ ନାହାନ୍ତି ପିଲା

ଭୁବନେଶ୍ୱର,୩୧।୫(ବ୍ୟୁରୋ): +୨ ରେଜଲ୍ଟ ପ୍ରକାଶ ପାଇବାର ଦେଢ଼ ଘଣ୍ଟା ପରେ ମଧ୍ୟ ଦେଖିପାରୁନାହାନ୍ତି ଛାତ୍ରୀଛାତ୍ର। ଦିନ ୧୧ଟାରୁ ରେଜଲ୍ଟ ଘୋଷଣା ହୋଇଥିଲେ ବି ଏଯାଏ ଦେଖିହେଉନ...

ଯୋଡ଼ା ଏଫ୍‌ଏପି କଲୋନୀରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କେନ୍ଦୁଝର/ଯୋଡ଼ା,୧୬।୬ (ସ୍ବ.ପ୍ର./ ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗରେ ଥିବା ଫେରୋ ଆଲଏଜ ପ୍ଲାଣ୍ଟ(ଏଫ୍‌ଏପି) କଲୋନୀରେ ମଙ୍ଗଳବାର ଜଣେ କରୋନା ପଜିଟିଭ ଚିହ୍ନଟ...

୧୨୦ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

କୋମନା,୨୮।୮(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ବିଭିନ୍ନ ପଞ୍ଚାୟତରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଝଗ୍ରାହୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କୋମନା...

ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା

କଟକ ଅଫିସ,୨୧।୪: ରାଜ୍ୟରେ କୁମ୍ଭମେଳା ଫେରନ୍ତା ଚିନ୍ତା ବଢ଼ାଇ ଚାଲିଛନ୍ତି। ଆଜି କଟକରୁ ଆଉ ୧୩ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସିଏମ୍‌ସି...

ଅର୍ଚ୍ଚନାଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ, ଅଧିକ ତଥ୍ୟ ହାସଲ କରିପାରେ ଇଡି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଚଳାଇଛି। ବେଆଇନ୍‌ ଅର୍ଥ କାରବାରକୁ ନେଇ ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାରଠୁ ୭...

ଚେଳିତୋଳ ବାଲିଯାତ୍ରାକୁ ମାସେ ପୁରିବ: ସଫେଇ ହୋଇ ପାରିଲାନି ପଡ଼ିଆ

ତିର୍ତ୍ତୋଲ,୪ା୧୨(ଡି.ଏନ.ଏ.): ତିର୍ତ୍ତୋଲ ନିକଟସ୍ଥ ମହାନଦୀପଠା ଗୋପିଆକୁଦଠାରେ ପାଳିତ ହୋଇଥିବା ଚେଳିତୋଳ ବାଲିଯାତ୍ରାକୁ ଆଉ କିଛିଦିନ ପରେ ମାସେ ପୁରିବ। ବାଲିଯାତ୍ରା ପରେ ପଡ଼ିଆ ସଫା କରାଯିବା...

Advertisement
Archives

Model This Week