ଆଶ୍ରମ ଭିତରେ ଅନ୍ତରଙ୍ଗ ଭିଡିଓ ଭାଇରାଲ

ଭୁବନେଶ୍ୱର,୧୮।୩ (ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ଓ ନିର୍ଯାତନା ପରେ ହତ୍ୟା କରି ପୋତି ଦିଆଯିବା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାନସଙ୍କୁ ଚାନ୍ଦବାଲିରୁ ଅପହରଣ ପରେ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଦୟାଲ ବୃଦ୍ଧାଶ୍ରମରେ ରଖାଯାଇ ନିର୍ଯାତନା ଦିଆଯାଇଥିଲା। ସେଠାରେ ତାଙ୍କୁ ହତ୍ୟା କରାଯାଇ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ନରେନ୍ଦ୍ରପୁର ବୋଧିପାଟଣା ଜଙ୍ଗଲରେ ମାଟି ଖୋଳି ପୋତି ଦିଆଯାଇଥିଲା। ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିବା ସହ ହତ୍ୟା ପଛର ରହସ୍ୟକୁ ଉନ୍ମୋଚନ କରିବାରେ ଲାଗି ପଡିଛି। ଏକ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବାବେଳେ ଫେରାର ଥିବା ଓ୍ବେବ୍‌ ପୋର୍ଟାଲ ‘ସମ୍ପୂର୍ଣ୍ଣା’ର ମାଲିକାଣୀ ତଥା ଖବରଦାତା ଶର୍ମିଷ୍ଠା ଏବଂ ଅନ୍ୟଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ପୋଲିସ ଦୃଢ଼ ହେବାରେ ଲାଗିଛି। ଏପରିସ୍ଥିତିରେ ଉକ୍ତ ବୃଦ୍ଧାଶ୍ରମ ଭିତରର ଏକ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଜଣାଶୁଣା ବ୍ୟକ୍ତି ଥିବା ଜଣାପଡିଛି। ଶର୍ମିଷ୍ଠାଙ୍କ ୱେବ୍‌ ପୋର୍ଟାଲର ମୁଖ୍ୟ କାର୍ଯ୍ୟାଳୟ ଆଶ୍ରମର ଉପର ମହଲାରେ ଥିଲା। ସେଠାକୁ ଅନେକ ସମୟରେ ନେତା ଓ ପ୍ରଶାସନିକ ଅଧିକାରୀମାନେ ଆସୁଥିଲେ ବୋଲି କେୟାରଟେକର କହିଥିଲେ। ଏବେ ଭାଇରାଲ ଭିଡିଓରେ ଆପତ୍ତିଜନକ ଘଟଣା ରହିଥିବାରୁ ପୋଲିସର ସନ୍ଦେହ ଆହୁରି ବଢ଼ିଯାଇଛି। ହୁଏତ ଉକ୍ତ ଚିପ୍‌ରେ ସେମିତି କିଛି ଆପତ୍ତିଜନକ ଦୃଶ୍ୟ ଥାଇପାରେ, ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରାଯାଇଛି। ତେବେ ହତ୍ୟା ପରେ ଉକ୍ତ ଚିପ୍‌ ନେଇ ଶର୍ମିଷ୍ଠା ଫେରାର ହେବା ସହ ତାହାକୁ ନଷ୍ଟ କରିଦେଇ ପାରିଥାନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।
ଶର୍ମିଷ୍ଠାଙ୍କ ସହ ଫେରାର ଝୁନାଙ୍କ ସ୍ବାମୀ ମୁହଁ ଖୋଲିଲେ
ଶର୍ମିଷ୍ଠାଙ୍କ ସହ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବିରିବନ୍ଧ ସାହିର ଝୁନା ଭୋଇ ନାମ୍ନୀ ଜଣେ ମହିଳା ଫେରାର ହୋଇଯାଇଥିବା ପୋଲିସ ସୂଚନା ପାଇଛି। ସେ ଉକ୍ତ ଆଶ୍ରମରେ କାମ କରୁଥିଲେ। ଗୁରୁବାର ଝୁନାଙ୍କ ସ୍ବାମୀ ଅରୁଣ ଭୋଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଗତ ମାର୍ଚ୍ଚ ୭ରେ ଶର୍ମିଷ୍ଠାଙ୍କ ସହ ମୋ ସ୍ତ୍ରୀ ଯାଇଥିଲେ। ଗଲାବେଳେ ଚାନ୍ଦବାଲି ଯାଉଛନ୍ତି ବୋଲି ମତେ କହିଥିଲେ। ହେଲେ ସେହି ଦିନଠାରୁ ତାଙ୍କ ମୋବାଇଲ ଫୋନ୍‌ ବନ୍ଦ ରହିଛି। ଏନେଇ ସେ ପୋଲିସକୁ ଜଣାଇଥିବା କହିଛନ୍ତି। ଏଥିସହ ୨୫ ଦିନ ତଳେ ଝୁନା ଓ ଶର୍ମିଷ୍ଠା ଉକ୍ତ ଚିପ୍‌ ବିଷୟରେ କଥା ମଧ୍ୟ ହେଉଥିଲେ ବୋଲି ସେ କହିଛନ୍ତି। ତେବେ ଯଦି ଝୁନା ଦୋଷୀସାବ୍ୟସ୍ତ ହୁଅନ୍ତି ଆଇନ ଅନୁସାରେ ଦଣ୍ଡ ମିଳୁ ବୋଲି ସ୍ବାମୀ ଅରୁଣ କହିଛନ୍ତି।
ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ମାନସଙ୍କ ମା’
ମାନସଙ୍କ ହତ୍ୟାକୁ ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କ ସହ ଅନ୍ୟ ସହଯୋଗୀମାନେ ଧରାପଡୁ ନ ଥିବାରୁ ପୋଲିସ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମାନସଙ୍କ ମା’ ଯମୁନା ସ୍ବାଇଁ। ଯମୁନା କାନ୍ଦି କାନ୍ଦି ଗଣମାଧ୍ୟମକୁ କହିଛନ୍ତି, ଯଦି ମୋ ପୁଅର ଶବକୁ ମାସେ ପରେ ପୋଲିସ ଖୋଜି ପାଇଲା ତା’ହେଲେ ଶର୍ମିଷ୍ଠା ରାଉତଙ୍କୁ କାହିଁକି ଖୋଜି ପାଇ ପାରିବ ନାହିଁ। ସମସ୍ତ ଅଭିଯୁକ୍ତଙ୍କୁ ଯେମିତି ହେଲେ ଗିରଫ କରିବା ସହ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି।
କମିଶନରେଟ ପୋଲିସର ସହଯୋଗ ଲୋଡ଼ିଲା ଚାନ୍ଦବାଲି ପୋଲିସ
କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ଘଟଣା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଯାବତ୍‌ ୩ ଅଭିଯୁକ୍ତ ଧରାପଡ଼ିଥିବାବେଳେ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ଶର୍ମିଷ୍ଠାଙ୍କ ସମେତ ୨ ମହିଳା ଓ ଜଣେ ପୁରୁଷ ଫେରାର ଥିବା ଜଣାପଡ଼ିଛି। ପୁଣି ଭୁବନେଶ୍ୱରରେ ରହୁଥିବା ଶର୍ମିଷ୍ଠା ବିଭିନ୍ନ ନେତା ମନ୍ତ୍ରୀଙ୍କ ସହ ସମ୍ପର୍କରେ ଥିବାରୁ ଏହି ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। କାରଣ ସେ ସୋସିଆଲ୍‌ ମିଡିଆରେ ବହୁ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି। ପୁଣି ଭୁବନେଶ୍ୱରରେ ହିଁ ନିର୍ଯାତନା ସହ ହତ୍ୟା କରାଯାଇଥିବାରୁ ଚାନ୍ଦବାଲି ପୋଲିସ କମିଶନରେଟ ପୋଲିସର ସହଯୋଗ ଲୋଡ଼ିଛି। ଏହି ମାମଲାରେ କମିଶନରେଟ ପୋଲିସ ସହଯୋଗ କରୁଥିବା ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri