ପରିଚୟ ଖୋଜୁଛି ଐତିହ୍ୟ ସହର ଖୋର୍ଦ୍ଧା

ଖୋର୍ଦ୍ଧା ଅଫିସ,୨୭ା୧୧: ଲାଲ୍‌ମାଟିର ଗଡ଼ ଭାବେ ପରିଚିତ ଖୋର୍ଦ୍ଧାରୁ ଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଇଂରେଜଙ୍କ ବିରୋଧରେ ପାଇକ ବୀରଙ୍କ ସଂଗ୍ରାମ ତଥା ବୀରତ୍ୱର ଗାଥାକୁ ନେଇ ଏହି ମାଟି ଗୌରବାନ୍ବିତ। ଭାରତୀୟ ଇତିହାସରେ ଖୋର୍ଦ୍ଧାର ନାମ ଲିପିବଦ୍ଧ ରହିଛି। କଳା, ସଂସ୍କୃତି, ଭାସ୍କର୍ଯ୍ୟ, ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ସହ ଖୋର୍ଦ୍ଧା ନାଲି ଗାମୁଛାର ପ୍ରସିଦ୍ଧି ରହିଛି। ଏହି ଜିଲାରେ ବହୁ ପର୍ଯ୍ୟଟନସ୍ଥଳୀ ଥିବାବେଳେ ବିଭିନ୍ନ ଐତିହ୍ୟ କୀର୍ତ୍ତିରାଜି ଦେଖିବାକୁ ମିଳେ। ତେବେ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅବହେଳାରୁ ଖୋର୍ଦ୍ଧାର ବିକାଶ ଧିମେଇ ଯାଇଛି। ଦୀପତଳ ଅନ୍ଧାର ଭଳି ଖୋର୍ଦ୍ଧା ସହର ଅବହେଳିତ ଅବସ୍ଥାରେ ଥାଇ ନିଜ ହୃତ ଗୌରବଦୀପ୍ତ ପରିଚୟ ଖୋଜୁଛି।

ପୁରାତନ କୀର୍ତ୍ତିରାଜି ଅବହେଳିତ
ଐତିହାସିକ ଖୋର୍ଦ୍ଧାଗଡ଼ ବିଲୁପ୍ତ ହେବାକୁ ବସିଛି। ଏଠାରେ ଇତିହାସର ପଦଚିହ୍ନ ସ୍ବରୂପ ରହିଥିବା ଅନେକ ପୁୁରାତନ ମଠ, ମନ୍ଦିର ଜରାଜୀର୍ଣ୍ଣ ହୋଇପଡ଼ିଛି। ଏହି ଗଡ଼ ପୁୁନରୁଦ୍ଧାର ସହ ପୁରାତନ କୀର୍ତ୍ତିରାଜିଗୁଡ଼ିକର ଉନ୍ନତୀକରଣ କରାଗଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ। ଐତିହ୍ୟର ମୂକସାକ୍ଷୀ ଭାବେ ବରୁଣେଇ ପାହାଡ଼ ଦଣ୍ଡାୟମାନ। ମା’ ବରୁଣେଇ ଓ କରୁଣେଇ ଏଠାରେ ରହିଛନ୍ତି। ଗବେଷକଙ୍କ ମତରେ, ଦୁଇହଜାର ବର୍ଷ ତଳେ ଓଡ଼ିଆରେ ଲିଖିତ ଶିଳାଲେଖ ଓ ବୌଦ୍ଧ କୀର୍ତ୍ତି ଏଠାରେ ରହିଛି। ଏହାର ଚତୁଃପାର୍ଶ୍ୱ ଔଷଧୀୟ ଗୁଳ୍ମରେ ପରିପୂର୍ଣ୍ଣ। ପାହାଡ଼ର ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ହେଉନାହିଁ। ପାହାଡ଼ ସଂଲଗ୍ନ ଅଞ୍ଚଳରେ ପାଦଚଲା ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ବରୁଣେଇ ପାଦଦେଶରୁ ପାହାଡ଼ ଉପରକୁ ରୋପ୍‌ୱେ ଓ ପାହାଡ଼ ଉପରେ ଜୟୀ ରାଜଗୁରୁ ଏବଂ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଗଲେ ଏହାର ଗୌରବ ବୃଦ୍ଧି ପାଇବ।

ଜାତୀୟସ୍ତରୀୟ ମାନ୍ୟତାକୁ ଅପେକ୍ଷା
ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ହାଇସ୍କୁଲ ମଧ୍ୟରୁ ଖୋର୍ଦ୍ଧାସ୍ଥିତ ବିଜେବି ହାଇସ୍କୁଲ ଅନ୍ୟତମ। ଆସନ୍ତା ବର୍ଷ ଏହି ବିଦ୍ୟାଳୟ ୧୨୫ ବର୍ଷରେ ପଦାର୍ପଣ କରିବ। ୧୯୨୧ ମସିହାର ଅସହଯୋଗ ଆନ୍ଦୋଳନ, ୧୯୩୦ ମସିହାର ଲବଣ ସତ୍ୟାଗ୍ରହ ଏବଂ ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ସେତେବେଳେ ଏହି ବିଦ୍ୟାଳୟର ଅନେକ ଛାତ୍ର ସାମିଲ ହୋଇଥିଲେ। ବହୁ ଜନନାୟକ, ରାଜନୀତିଜ୍ଞ, ପ୍ରଶାସନିକ ଅଧିକାରୀ ଓ ସାହିତି୍ୟକ ଏଠାରୁ ଶିକ୍ଷା ଗ୍ରହଣ କରି ଏହାର ଗୌରବ ବୃଦ୍ଧି କରିଛନ୍ତି। ସେମାନଙ୍କ ମଧ୍ୟରେ ବିଶିଷ୍ଟ କବି ସ୍ବର୍ଗତ ମାୟାଧର ମାନସିଂ, କବି ସ୍ବର୍ଗତ ସଚ୍ଚି ରାଉତରାୟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ରହିଛନ୍ତି। ଅତୀତର ବହୁ ଇତିହାସକୁ ଜାବୋଡ଼ି ଧରିଥିବା ଏହି ଶିକ୍ଷାନୁଷ୍ଠାନକୁ ଜାତୀୟସ୍ତରୀୟ ବିଦ୍ୟାଳୟ ମାନ୍ୟତା ପାଇଁ ବାରମ୍ବାର ଦାବି ହୋଇଆସୁଥିବା ସତ୍ତ୍ୱେ ପଦକ୍ଷେପ ନିଆଯାଉ ନାହିଁ। ଏହି ବିଦ୍ୟାଳୟର ଖେଳପଡ଼ିଆ ଏକ ଘରୋଇ କ୍ରୀଡ଼ା ଅନୁଷ୍ଠାନ ହାତରେ ରହିଛି।

ସ୍ବପ୍ନରେ ଏକକ ବିଶ୍ୱବିଦ୍ୟାଳୟ
ଦିନେ ଶିକ୍ଷାର ପ୍ରଗତି ପାଇଁ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ଏଠାରେ କଲେଜଟିଏ ଆରମ୍ଭ କରିଥିଲେ। ତାଙ୍କ ନାମାନୁସାରେ ପ୍ରାଣନାଥ ମହାବିଦ୍ୟାଳୟ ଗଢିଉଠିଛି। ଏହି ପୁରାତନ ତଥା ଐତିହ୍ୟସମ୍ପନ୍ନ ଶିକ୍ଷାନୁଷ୍ଠାନକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି ହୋଇଆସୁଛି। ମାତ୍ର ଏଥିପ୍ରତି ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉନାହିଁ।

ପାଇକ ସ୍ମାରକୀ ନିର୍ମାଣ ଭେଳିକି
ଓଡ଼ିଆ ଜାତିର ଅସ୍ମିତା ପାଇକ ବିଦ୍ରୋହର ଦୁଇଶତ ବାର୍ଷିକୀ ଅବସରରେ ୨୦୧୭ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଷେ ବ୍ୟାପୀ ପାଇକ ବୀରଙ୍କ ବୀରତ୍ୱ ଗାଥା ଉପରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଳାନ୍ୟାସ କରିଥିଲେ। ୩ବର୍ଷ ପରେ ବି ଏହାର କାର୍ଯ୍ୟ ଆଗେଇ ନାହିଁ। ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏ କ୍ଷେତ୍ରରେ ଅନ୍ତରାୟ ହୋଇଛି।

ତୁଟୁନି କ୍ୟାବିନ ସମସ୍ୟା
ପ୍ରଶାସନ ପାଇଁ ଅନ୍ୟତମ ମୁଣ୍ଡବ୍ୟଥା କାରଣ ହେଉଛି କ୍ୟାବିନ ସମସ୍ୟା। ପୁରୁଣା ବସ୍‌ଷ୍ଟାଣ୍ଡ, ଟ୍ରାଫିକ ଛକ, ମାରୱାଡ଼ି ପଟ୍ଟି, ଏସ୍‌ବିଆଇ ଛକ ପର୍ଯ୍ୟନ୍ତ କ୍ୟାବିନଗୁଡ଼ିକ ରହିଛି। ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ୱ ଧରି କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ ଲାଗି ବାରମ୍ବାର ଦାବି ହେଉଥିବା ସତ୍ତ୍ୱେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ରାସ୍ତା ସଙ୍କୁଚିତ ହୋଇ ଯାତାୟାତରେ ସମସ୍ୟା ଉପୁଜୁଛି।

ସମନ୍ବୟର ଅଭାବ
ଜିଲାରେ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ଚିଲିକା, ବେଗୁନିଆ, ଖୋର୍ଦ୍ଧା ଓ ଜଟଣୀ ନିର୍ବାଚନମଣ୍ଡଳୀ ପ୍ରାୟ ପାଖାପାଖି ରହିଛି। ଜଟଣୀକୁ ବାଦ୍‌ ଦେଲେ ସମସ୍ତ ବିଧାୟକ ଶାସକ ବିଜେଡିର। ଏହାସତ୍ତ୍ୱେ ସ୍ବର ଦୃଢ଼ ହୋଇପାରୁନାହିଁ। ଫଳରେ ବିକାଶ ପ୍ରଭାବିତ ହେଉଛି। ଏଥିଲାଗି ସମନ୍ବୟ ଅଭାବକୁ ସାଧାରଣରେ ଦାୟୀ କରାଯାଉଛି। ଏନେଇ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଖୋର୍ଦ୍ଧାର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଛି। ଖୁବଶୀଘ୍ର କ୍ୟାବିନ ସମସ୍ୟାର ସମାଧାନ କରାଯିବ। ସେହିପରି ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି, ଆଗାମୀ ଦିନରେ ଖୋର୍ଦ୍ଧାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଲାଗି ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ତଥା ନିର୍ମାଣାଧୀନ ପ୍ରକଳ୍ପ କାମ ତୁରନ୍ତ ସାରିବାକୁ ଚେଷ୍ଟା କରାଯିବ। ମୁକ୍ତା ଯୋଜନାରେ ବହୁ ଉନ୍ନୟନ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ବରୁଣେଇ ପୀଠ ଓ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ଲାଗି ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?