ମରାମତି ହେବ ହିରଣ୍ୟକଶିପୁ ମୂର୍ତ୍ତି

ପୁରୀ ଅଫିସ,୮ା୪: ସମ୍ପ୍ରତି ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଛି। ବୁଧବାର ପ୍ରତ୍ନତତ୍ତ୍ବ ବିଭାଗର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାର ଏହି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅଧୀକ୍ଷକ ଅରୁଣ ମଲ୍ଲିକ୍‌ ଓ ବିଭାଗୀୟ ଅଧିକାରୀମାନେ ଶ୍ରୀମନ୍ଦିର ଭିତରକୁ ଯାଇ ସ୍ଥିତି ଦେଖିଛନ୍ତି। ୮ଜଣ ଅଧିକାରୀଙ୍କୁ ନେଇ ଗଠିତ ଏଏସ୍‌ଆଇର ଏକ ଟିମ୍‌ ଏହି କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପଟେ ଥିବା ନୃସିଂହ ମନ୍ଦିରର ହିରଣ୍ୟକଶିପୁ ମୂର୍ତ୍ତି ଗତ ମାର୍ଚ୍ଚ ୨୮ ତାରିଖରେ ଖସିପଡ଼ିଥିଲା। ଏହାକୁ ପୁଣି ମରାମତି କରାଯାଇ ସମ୍ପୃକ୍ତ ସ୍ଥାନରେ ଅବସ୍ଥାପିତ କରାଯିବ। ଏହାଛଡ଼ା ମେଘନାଦ ପଚେରି ମରାମତି, ରୋଷଘର ମରାମତି କାର୍ଯ୍ୟ ଜାରି ରହିଥିବା ମଲ୍ଲିକ କହିଛନ୍ତି। କିଛିଦିନ ତଳେ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ମେଘନାଦ ପାଚେରି ସ୍ଥିତିର ସମୀକ୍ଷା କରାଯାଇଥିବା ବେଳେ ଏହାର ମରାମତି ଉପରେ ଗୁରୁତ୍ୱ ଦିଆଯାଇଛି। ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ପଥର ଖସିବା ଭଳି ଘଟଣା ଘଟିବା ପରେ ହିଁ ପ୍ରତ୍ନତତ୍ତ୍ବ ବିଭାଗ ସଜାଗ ହେଉଛି ଓ ମରାମତି କାର୍ଯ୍ୟ କରୁଛି। ସେବାୟତମାନଙ୍କ ସହ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ମରାମତି ପ୍ରସଙ୍ଗରେ ଆଲୋଚନା କରାଯାଇନାହିଁ। ଅନ୍ୟପକ୍ଷରେ ଏହି କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଛି। ଶ୍ରୀମନ୍ଦିର ବାଇଶି ପାହାଚରେ ଅନେକ ଖାଲଖମା ହେଲାଣି। ମହାଲକ୍ଷ୍ମୀଙ୍କ ମନ୍ଦିରରୁ ପାଣି ଗଳୁଛି। ଏସବୁ କାର୍ଯ୍ୟକୁ ଅଗ୍ରାଧିକାର ଦେଇ ତୁରନ୍ତ ମରାମତି ଶେଷ କରାଯିବାର ଆବଶ୍ୟକତା ରହିଛି। ଛତିଶା ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରି ପ୍ରତ୍ନତତ୍ତ୍ବ ବିଭାଗକୁ ପ୍ରସ୍ତାବ ଦେଲେ କାର୍ଯ୍ୟ ତୁରନ୍ତ ହୋଇପାରିବ ବୋଲି ଦାସମହାପାତ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri