ମୟୂରଭଞ୍ଜରେ ସର୍ବାଧିକ ମାମଲା

ବାରିପଦା ଅଫିସ,୧୮ା୧୦: ରାଜ୍ୟର ସର୍ବବୃହତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି ନାରୀ ନିର୍ଯାତନା ା ଗଣବଳାତ୍କାର, ନାବାଳିକା ବଳାତ୍କାର, ବଧୂ ନିର୍ଯାତନା ଭଳି ବହୁ ଲଜ୍ଜାଜନକ ଘଟଣା ଘଟୁଛି। ୩ବର୍ଷର ଶିଶୁଙ୍କଠାରୁ ଆରମ୍ଭ କରି ୫୦ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନେ ଏହାର ଶିକାର ହେଉଥିବା ନଜିର ରହିଛି। ଫଳରେ ଜିଲାରେ ନାରୀ ସୁରକ୍ଷା ଉଦ୍‌ବେଗଜନକ ହୋଇପଡ଼ିଛି। ବିଗତ ୩ବର୍ଷ ମଧ୍ୟରେ ଜିଲାରେ ମହିଳାଙ୍କୁ ହତ୍ୟା ଓ ବଳାତ୍କାର ଘଟଣାରେ ରୁଜୁ ହୋଇଥିବା ମାମଲା ରାଜ୍ୟର ଅନ୍ୟ ଜିଲା ତୁଳନାରେ ସର୍ବାଧିକ। ସେହିପରି ବଧୂ ନିର୍ଯାତନା ମାମଲା ମଧ୍ୟ ଜିଲାରେ ଚିନ୍ତାଜନକ ହୋଇଛି। ସଚେତନତା ଅଭାବ ଏବଂ ଅନ୍ଧବିଶ୍ୱାସ କାରଣରୁ ଜିଲାରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ଶୁକ୍ରବାର ବୈଶିଙ୍ଗା ଥାନା ଅଧୀନ କଳମା ଛକ ନିକଟ ଜଙ୍ଗଲରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଓ ରରୁଅଁା ଥାନା ଅଞ୍ଚଳରେ ଲିଫ୍ଟ ଦେବା ବାହାନାରେ ଜଣେ ମହିଳାଙ୍କୁ ୨ ଯୁବକ ଗଣ ବଳାତ୍କାର କରିବା ଘଟଣାରୁ ଜିଲାର ନାରୀ ସମାଜ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ।
ମୟୂରଭଞ୍ଜ ଜିଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ। ୨୦୧୧ ଜନଗଣନା ଅନୁଯାୟୀ ଜିଲାରେ ମହିଳାଙ୍କ ସଂଖ୍ୟା ୧୨ଲକ୍ଷ ୬୩ହଜାର ୫୨୫ଥିବା ବେଳେ ପୁରୁଷଙ୍କ ସଂଖ୍ୟା ୧୨ଲକ୍ଷ ୫୬ହଜାର ୭୩୮ ରହିଛି ା ଜିଲାବାସୀଙ୍କ ନିମନ୍ତେ ୩୨ଟି ଥାନା ରହିଥିବା ବେଳେ ମହିଳାଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଥାନାରେ ଶିଶୁ ଓ ମହିଳା ଡେସ୍କ କାର୍ଯ୍ୟ କରୁଛି ା ଥାନାଗୁଡ଼ିକରେ ବହୁ ପଦବୀ ଫାଙ୍କା ପଡ଼ିଥିବାରୁ ଜିଲାରେ ନାରୀ ନିର୍ଯାତନା, ବଳାତ୍କାର ଓ ହତ୍ୟା ମାମଲାରେ ଅଙ୍କୁଶ ଲାଗି ପାରୁନି। ଗତ ସେପ୍ଟେମ୍ବର ୬ ବିଧାନସଭା ଅଧିବେଶନରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଣତାରକା ପ୍ରଶ୍ନ ୫୩୨ନଂ.ର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ୨୦୧୯, ୨୦୨୦ ଓ ୨୦୨୧ର ଜୁନ ମାସ ପର୍ଯ୍ୟନ୍ତ ମୟୂରଭଞ୍ଜରେ ବଳାତ୍କାର ମାମଲା ଯଥାକ୍ରମେ ୨୦୩, ୨୫୮ ଓ ୧୪୫ଟି ଥିବା ବେଳେ ତନ୍ମଧ୍ୟରୁ ନାବାଳିକା ବଳାତ୍କାର ମାମଲା ଯଥାକ୍ରମେ ୧୧୭, ୧୦୨ ଓ ୭୩ଟି ରହିଛି ା ସେହିପରି ମହିଳାଙ୍କୁ ହତ୍ୟା ମାମଲା ଯଥାକ୍ରମେ ୮୬, ୧୦୪ ଓ ୫୭ଟି ଥିବା ବେଳେ ସେଥି ମଧ୍ୟରୁ ଯୌତୁକ ଜନିତ ହତ୍ୟା ମାମଲା ଯଥାକ୍ରମେ ୫, ୭ ଓ ୬ଟି ରହିଛି ା ଅନ୍ୟପକ୍ଷେ ଯୌତୁକ ଜନିତ ନାରୀ ନିର୍ଯାତନା ମାମଲା ଯଥାକ୍ରମେ ୧୬୭, ୧୯୭ ଓ ୧୪୯ଟି ଥିବା ବେଳେ ବିଭିନ୍ନ କାରଣରୁ ନାରୀ ନିର୍ଯାତନା ନେଇ ଯଥାକ୍ରମେ ୧୬୨, ୨୯୪ ଓ ୧୮୫ଟି ମାମଲା ରୁଜୁ ହୋଇଛି। ଗତ ୬ ମାସର ବଳାତ୍କାର ମାମଲା ହିସାବକୁ ନେଲେ ବର୍ଷ ଶେଷରେ ଏହା ବୃଦ୍ଧି ପାଇ ୩ଶହ ପାଖାପାଖି ପହଞ୍ଚିିବ ବୋଲି ଅନୁମାନ କରାଯାଉଛି। ଚଳିତ ବର୍ଷ ମହିଳା ଚାଲାଣ ନେଇ କୌଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ୨୦୧୯ରେ ୪ଟି ଓ ୨୦୨୦ରେ ୫ଟି ମାମଲା ରୁଜୁ ହୋଇଥିଲା। ସରକାର ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିଲେ ହେଁ ଦିନକୁ ଦିନ ନାରୀ ନିର୍ଯାତନା ବୃଦ୍ଧି ପାଇବା ବାସ୍ତବିକ ଚିନ୍ତାର ବିଷୟ ପାଲଟିଛି ା ପ୍ରତି ବର୍ଷ ଏହି ଘଟଣା ବୃଦ୍ଧି ପାଉଥିବା ବେଳେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ା ବିଗତ ବର୍ଷରେ ‘ପରୀ’ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇ ଘଟଣାକୁ ପ୍ରଶମିତ କରାଯାଇଥିଲା ା
ଏ ନେଇ ବଡ଼ସାହି ବିଧାୟକ ସନାତନ ବିଜୁଳି ରାଜ୍ୟ ସରକାରଙ୍କ ଅପରଗତାକୁ ଦାୟୀ କରିଛନ୍ତି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଆଦିବାସୀ ମହିଳାମାନେ ଏହାର ବେଶୀ ଶିକାର ହେଉଛନ୍ତି ା ଜିଲାରେ ମଦର ବନ୍ୟା ସୃଷ୍ଟି ହେଉଥିବା ବେଳେ ବେକାର ଯୁବକମାନେ ନିଶା ସେବନ କରି ଏଭଳି ଅପରାଧମାନ ଘଟାଉଛନ୍ତି ା
ମଦ କାରବାରକୁ ରୋକିବା ସହିତ ବେକାରୀ ସମସ୍ୟା ଦୂର କରିବାକୁ ସେ ଦାବି କରିଛନ୍ତି ା ସେହିପରି କଂଗ୍ରେସ ଜିଲା ସଭାପତି ହେମନ୍ତ ଦାସ କୁହନ୍ତି, ନାରୀ ସୁରକ୍ଷା ଦିଗରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ପ୍ରତିଦିନ ଜିଲାରେ ନାରୀଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି। ଜିଲାର ରରୁଆଁ ଓ ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଥିବା ଗଣବଳାତ୍କାର ଘଟଣା ଏହାର ସଦ୍ୟତମ ଉଦାହରଣ ବୋଲି ସେ କହିଛନ୍ତି। ଥାନାଗୁଡ଼ିକରେ ଆବଶ୍ୟକ ପଦବୀ ଖାଲି ପଡ଼ିଥିବା ବେଳେ ଅପରାଧ ନିୟନ୍ତ୍ରଣ ପାଇଁ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଅଧିକାରୀ ନିଯୁକ୍ତି ଓ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?