ଡ୍ରପ୍‌ବକ୍ସରେ ମାମଲା ଗ୍ରହଣ କରିବେ ହାଇକୋର୍ଟ: ୨୧ ଯାଏ ସୀମିତ ରହିବ କୋର୍ଟ କାର୍ଯ୍ୟ

କଟକ ଅଫିସ,୩।୮: ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ପରଠୁ ହାଇକୋର୍ଟରେ ଇ-ଫାଇଲିଂ ବ୍ୟବସ୍ଥା ସହ ଅଫ୍‌ଲାଇନ୍‌ରେ ମାମଲା ଦାଖଲ ବନ୍ଦ ରହିଛି। ଅନ୍‌ଲକ୍‌ ୩ରେ କେତେକ କଟକଣା କୋହଳ ହେବା ପରେ ହାଇକୋର୍ଟରେ ମାମଲା ଦାଖଲ ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଥର ଅଫ୍‌ଲାଇନ୍‌ରେ ମାମଲା ଗ୍ରହଣ କରାଯିବ। କୋର୍ଟ ପରିସରରେ ଏକ ଡ୍ରପ୍‌ବକ୍ସ ରହିବ। ପୂର୍ବାହ୍ନ ୧୦ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଡ୍ରପ୍‌ବକ୍ସରେ ଆବେଦନ ଦାଖଲ କରିହେବ। ତେବେ ଉକ୍ତ ମାମଲା କେତେ ଜରୁରୀ ଓ ତାହାର ଶୁଣାଣି କାହିଁକି ଆବଶ୍ୟକ, ସେନେଇ ମେମୋ ଦାଖଲ କରିବାକୁ ପଡ଼ିବ। ରବିବାର ହାଇକୋର୍ଟର ଫୁଲ୍‌କୋର୍ଟରେ ଇ-ଫାଇଲିଂ ଓ ଇ-ମେଲ୍‌ ସହ ଡ୍ରପବକ୍ସରେ ଆବେଦନ ଗ୍ରହଣକୁ ମଞ୍ଜୁର କରାଯାଇଛି। ଅଗଷ୍ଟ ୨୧ ଯାଏ କୋର୍ଟ କାର୍ଯ୍ୟ ସୀମିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ସମୟରେ ଅତି ଜରୁରୀ ମାମଲାର ଶୁଣାଣି ହେବ। ମାମଲା କେତେ ଜରୁରୀ, ତାହା ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କୁ ଅବଗତ କରିବାକୁ ହେବ।
ଅନ୍ୟପକ୍ଷରେ ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଇ-ମେଲ୍‌ ଓ ଇ-ଫାଇଲିଂରେ ମାମଲା ଦାଖଲକୁ ଅଗ୍ରାଧିକାର ଦିଆଯିବ। କୌଣସି ସମସ୍ୟା ହେଲେ ସଦ୍ୟ ଆରମ୍ଭ ହୋଇଥିବା ଇ-ଫାଇଲିଂ ପୋର୍ଟାଲରେ ଥିବା ଭିଡିଓ ଟ୍ୟୁଟୋରିଆଲ ଦେଖିବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ୪ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସୋମବାର ଶୁଣାଣି ହେବାକୁ ଥିବା ମାମଲାଗୁଡ଼ିକର କଜ୍‌ ଲିଷ୍ଟ୍‌ ରବିବାର ପ୍ରକାଶ ପାଇଛି। ୩ଟି ଡିଭିଜନ୍‌ ବେଞ୍ଚ ଓ ୪ଟି ସିଙ୍ଗଲ୍‌ ବେଞ୍ଚରେ ମାମଲାର ଶୁଣାଣି ହେବ। ଡିଭିଜନ୍‌ ବେଞ୍ଚରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ଜଷ୍ଟିସ୍‌ ସାବିତ୍ରୀ ରଥ, ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ଜଷ୍ଟିସ୍‌ କୃଷ୍ଣରାମ ମହାପାତ୍ର, ଜଷ୍ଟିସ୍‌ ସଞ୍ଜୟ ମିଶ୍ର ଓ ଜଷ୍ଟିସ୍‌ ସାବିତ୍ରୀ ରଥ ଶୁଣାଣି କରିବେ। ସେହିଭଳି ସିଙ୍ଗଲ୍‌ ବେଞ୍ଚରେ ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ, ଜଷ୍ଟିସ୍‌ ଦେବବ୍ରତ ଦାସ, ଜଷ୍ଟିସ୍‌ ସଙ୍ଗ୍‌ମ ସାହୁ ଓ ଜଷ୍ଟିସ୍‌ ସଞ୍ଜୀବ ପାଣିଗ୍ରାହୀ ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri