ପ୍ରଶାସନ ଭାଙ୍ଗୁଛି, ଚାଷୀ ଘେରିବନ୍ଧ ବାନ୍ଧୁଛନ୍ତି

କେନ୍ଦ୍ରାପଡା ଅଫିସ, ୭ା୪: ବେଆଇନ ଭାବେ ଗଢି ଉଠିଥିବା ଚିଙ୍ଗୁଡି ଘେରି ପ୍ରତି ହାଇକୋର୍ଟ କଠୋର ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ଚିତ୍ର ଆସନ୍ତା ୭ ତାରିଖରେ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଆସିଛି। ସୋମବାର ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠୁଥିବା ବେଆଇନ ଚିଙ୍ଗୁଡି ଘେରି ସମ୍ପର୍କରେ ହାଇକୋର୍ଟ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଶୁଣାଣି ହୋଇଛି। ଏହି ଶୁଣାଣିରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଚିଙ୍ଗୁଡି ଘେରି ଭଙ୍ଗା ଯାଇଥିବା ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହାସତ୍ତ୍ୱେ ସାଟେଲାଇଟ୍‌ ଚିତ୍ର ଉତ୍ତୋଳନ କରି ପ୍ରମାଣ ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଏବେ ଜିଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଥିବା ଘେରିଗୁଡିକୁ ଚାଷୀ ପୁଣି ବନ୍ଧ ବାନ୍ଧି ଚାଷ ଚଳାଇଛନ୍ତି। ଚିଙ୍ଗୁଡି ଘେରି ମାଲିକ କର୍ମନିଯୁକ୍ତିକୁ ଗୁରୁତ୍ୱ ଦେଉଥିବା ବେଳେ ପରିବେଶବିତ୍‌ ଓ ଚାଷୀ ଚିଙ୍ଗୁଡି ଘେରିର ବିଷମୟ ପରିବେଶ ପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ଲକ୍ଷ୍ମୀକାନ୍ତ ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର, ହରେକୃଷ୍ଣ ପାତ୍ର ପ୍ରମୁଖ କହିଛନ୍ତି, ଆର୍ଦ୍ରଭୂମିର ସୁରକ୍ଷା ନିହାତି ଜରୁରୀ। ବିଶ୍ୱ ଐତିହ୍ୟ ତାଲିକାରେ ଭିତରକନିକା ସ୍ଥାନ ପାଇଛି। ଜୈବ ବିବିଧତା ଏଠାରେ ଥିଲେ ମଧ୍ୟ ଚିଙ୍ଗୁଡି ଘେରି ଏହାର ବିନାଶ କରୁଛି। ଜିଲାର ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ପ୍ରାୟ ୧୫ ହଜାର ହେକ୍ଟର ଉପରେ ଚିଙ୍ଗୁଡି ଘେରି ବେଆଇନ ଭାବେ ନିର୍ମାଣ ହୋଇଛି। ଭିତରକନିକା ବନାଞ୍ଚଳ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିଲେ ମଧ୍ୟ ଚିଙ୍ଗୁଡି ଚାଷୀଙ୍କ ଅବାଧ ପ୍ରବେଶ ବଢ଼ିଚାଲିଛି। ଚିଙ୍ଗୁଡି ଘେରିରୁ ଉଦ୍‌ବୃତ୍ତ ରାସାୟନିକ ଜଳ ହେନ୍ତାଳ ବଣକୁ ନଷ୍ଟ କରୁଛି। ଏଥିସହ ସମୁଦ୍ରରେ ଏହି ବିଷାକ୍ତ ଜଳ ମିଶିବା ପରେ ସାମୁଦ୍ରିକ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଛି। ଆର୍ଦ୍ରଭୂମିର ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟରେ ମାମଲା ହୋଇଛି। ହାଇକୋର୍ଟ ପକ୍ଷରୁ ଆମିକସକ୍ୟୁରୀ ନିଯୁକ୍ତ କରାଯାଇଛି। ଏହାସତ୍ତ୍ୱେ ଗତ ୪ ବର୍ଷ ଧରି ପ୍ରଶାସନ ପକ୍ଷରୁ ନାମକୁମାତ୍ର ଘେରି ଉଚ୍ଛେଦ ହେଉଛି। ପ୍ରଶାସନ ଘେରିର ଗୋଟିଏ ମୁଣ୍ଡର ବନ୍ଧ ଅଳ୍ପ କିଛି ମାତ୍ରାରେ ଭାଙ୍ଗୁଥିବା ବେଳେ ପରଦିନ ଏହି ସ୍ଥାନକୁ ଚାଷୀ ବନ୍ଧ ବାନ୍ଧୁଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଚାଷୀଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ ହେଉନାହିଁ। ସେହିପରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଆସବାବପତ୍ରକୁ ନଷ୍ଟ କରାଯାଉନାହିଁ। ଘେରିର ଉଦ୍‌ବୃତ୍ତ ଜଳ ସ୍ଥାନୀୟ ଧାନ ଓ ଅନ୍ୟ ଅର୍ଥକରୀ ଫସଲକୁ ନଷ୍ଟ କରୁଛି। ସେହିପରି ଲୁଣା ଜଳ ଘେରି ନିକଟକୁ ଆଣିବାକୁ କେନାଲର ମଧୁର ଜଳ ପ୍ରବେଶକୁ ବନ୍ଦ କରାଯାଉଛି। ଉପାନ୍ତ ଅଞ୍ଚଳରେ ଚିଙ୍ଗୁଡି ଘେରିର ଅପକାରିତା ନେଇ ସଚେତନତା କାର୍ଯ୍ୟକ୍ରମ ସହ ଘେରିକୁ ନଷ୍ଟ ପାଇଁ ପରିବେଶବିତ୍‌ମାନେ ମତ ଦେଇଛନ୍ତି। ଅପରପକ୍ଷରେ କେତେଜଣ ଚିଙ୍ଗୁଡି ଘେରି ମାଲିକ ଦର୍ଶାଇଛନ୍ତି, ଏହାଦ୍ୱାରା କର୍ମନିଯୁକ୍ତି ମିଳୁଛି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ବେଆଇନ ଚିଙ୍ଗୁଡି ଘେରିର ଉଚ୍ଛେଦ ଚାଲିଛି। ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ୩୦୦୮ ଏକର ଅଞ୍ଚଳରୁ ଚିଙ୍ଗୁଡି ଘେରି ଉଚ୍ଛେଦ ହୋଇଛି। ଅମାନିଆ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri