ନୟାଗଡ଼,୨୫।୬(ଲୋକନାଥ ମିଶ୍ର)୨୦୧୯ ସଂଶୋଧିତ ପଦୋନ୍ନତି ପ୍ରକ୍ରିୟାରେ ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ୪ ଥର ହୋଇଛି l ତେବେ ଚତୁର୍ଥ ପର୍ଯ୍ୟାୟରେ ଚାଲିଥିବା ପଦୋନ୍ନତିରେ ସମାନତା ନ ରହିବାରୁ ପ୍ରତିବାଦ ଉଠିଛି। ଚତୁର୍ଥ ପର୍ଯ୍ୟାୟର ପଦୋନ୍ନତିକୁ ତ୍ରୁଟିପୂର୍ଣ୍ଣ ଚାଲେଞ୍ଜ କରି ପଦୋନ୍ନତିରୁ ବଞ୍ଚିତ ଶିକ୍ଷକମାନେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ।ହାଇକୋର୍ଟ ରିଟ୍ ପିଟିଶନକୁ ଗ୍ରହଣ କରି ପ୍ରଥମେ ୩।୭।୨୦୨୩ ପର୍ଯ୍ୟନ୍ତ ରହିତାଦେଶ ଦେଇଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ୨୨।୬।୨୦୨୩ ରିଖଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ତ୍ରୁଟିପୂର୍ଣ୍ଣ ପଦୋନ୍ନତି ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଦେଇଛନ୍ତି l ଏପରି ତ୍ରୁଟିପୂର୍ଣ୍ଣ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶକୁ ପ୍ରାଥମିକ ଶିକ୍ଷକମାନେ ସ୍ବାଗତ କରିଛନ୍ତି। ତେବେ ରାଜ୍ୟସାରା ଗୋଟିଏ ନିୟମରେ ପଦୋନ୍ନତି ୬।୫।୨୦୨୩ ଚିଠିକୁ ପ୍ରତ୍ୟାହାର ଓ ୨୦୧୧ ପୂର୍ବରୁ ନିଯୁକ୍ତି ପାଇ ପରେ ଉଚ୍ଚ ଶିକ୍ଷା ହାସଲ କରିଥିବା ଶିକ୍ଷକଙ୍କ କ୍ଷେତ୍ରରେ ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶକୁ ବାତିଲ କରିବା ସହିତ ପୂର୍ବ ତିନୋଟି ପଦୋନ୍ନତି ପରି ଏବେର ପଦୋନ୍ନତିକୁ କାର୍ଯ୍ୟକାରୀ କରିବା ପାଇଁ ଦାବି ଉଠିଛି। ପ୍ରାଥମିକ ଶିକ୍ଷକମାନଙ୍କର ଦାବିକୁ ପୂରଣ କରିବା ପାଇଁ ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ପୂର୍ବତନ ସାଧାରଣ ସମ୍ପାଦକ ଶେଖ ଅବଦୁଲ ଖାଲିକ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏଭଳି ସ୍ଥଳେ ରହିତାଦେଶକୁ ଅବମାନନା କରି ନୟାଗଡ଼ ଜିଲାରେ ଗତ ୧୭।୬।୨୦୨୩ରେ ପଦୋନ୍ନତି ଦିଆଯାଇଛି ବୋଲି ଅଭିଯୋଗ ଉଠିଛି।
ସୂଚନାଯୋଗ୍ୟ, ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଆବଶ୍ୟକ ଯୋଗ୍ୟତା ସହିତ ଓଟିଇଟି ପାସ କରିବା ୧୧।୨।୨୦୧୧ଠାରୁ ବାଧ୍ୟତା ମୂଳକ କରାଯାଇଛି । ୨୦୧୧ ପରଠାରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ପଞ୍ଚମ ବର୍ଗ ଚାକିରି ଆରମ୍ଭ ଲେଭଲ – ପାଞ୍ଚ (କ) ହୋଇଥିବା ବେଳେ ପରବର୍ତ୍ତୀ ବର୍ଗକୁ ଲେଭଲ ପାଞ୍ଚ (ଖ) ଧରାଯାଇଛି । ଲେଭଲ ପାଞ୍ଚ (ଖ)ରେ ୨ ପ୍ରକାର ଶିକ୍ଷକ ପଦୋନ୍ନତି ପାଇବେ । ସ୍ନାତକ ସହିତ ବିଏଡ୍ ବା ସିଟି ଯୋଗ୍ୟତାଙ୍କ ପାଇଁ ଗୋଟିଏ ବର୍ଗ ହୋଇଥିବା ବେଳେ ମାଟ୍ରିକ ସିଟି ବା ଆଇଏ ସିଟିକୁ ଆଉ ଏକ ବର୍ଗରେ ସାମିଲ କରାଯାଇଛି । ପ୍ରଥମ ବର୍ଗକୁ ବିଷୟଭିତ୍ତିକ ଶିକ୍ଷକ ଓ ଅନ୍ୟ ବର୍ଗକୁ ସାଧାରଣ ଶିକ୍ଷକ ବା ବରିଷ୍ଠ ଶିକ୍ଷକ କୁହାଯାଉଛି । ଶିକ୍ଷକ ଲେଭଲ ପାଞ୍ଚ(ଖ)ରୁ ପୁଣି ପଦୋନ୍ନତି ପାଇ ପ୍ରଥମ ବର୍ଗର ଶିକ୍ଷକ ବିଏ ବିଏଡ୍ ବା ବିଏ ସିଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲେଭଲ- ଚାରି ବିଷୟଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ପାଇବେ। ଅନ୍ୟ ବର୍ଗ ଯଥା ଆଇଏ ସିଟି ଓ ମାଟ୍ରିକ ସିଟି ଶିକ୍ଷକ ଲେଭଲ ଚାରି ହୋଇ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତି ହେବେ । ଏହା ୨୦୧୯ ସଂଶୋଧିତ କ୍ୟାଡର ନିୟମ ଅନୁଯାୟୀ ଚାଲି ଆସୁଥିଲା। କିନ୍ତୁ ରାଜ୍ୟ ସରକାର ଚଳିତ ବର୍ଷର ପଦୋନ୍ନତି ପ୍ରକ୍ରିୟାକୁ ୩୧।୫।୨୦୨୩ ସୁଦ୍ଧା ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ l ସେହି ଅନୁଯାୟୀ ସବୁ ଜିଲା ଶିକ୍ଷା କାର୍ଯ୍ୟାଳୟରେ କାମ ଆରମ୍ଭ ହୋଇ ଚୂଡ଼ାନ୍ତ ଅନୁମୋଦନ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପଦୋନ୍ନତି ତାଲିକା ପଠା ଯାଇଥିଲା ା ହେଲେ ପଦୋନ୍ନତି ତାଲିକାକୁ ନିର୍ଦ୍ଦେଶାଳୟ ଅନୁମୋଦନ କରିବା ପରିବର୍ତ୍ତେ ପକାଇ ରଖି ୬।୫।୨୦୨୩ରେ ଆଉ ଏକ ନିର୍ଦ୍ଦେଶନାମା ପ୍ରକାଶ କଲେ । ଏଥିରେ କୁହାଗଲା ଯେ ଯେଉଁମାନେ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗ ପ୍ରଧାନଶିକ୍ଷକକୁ ପଦୋନ୍ନତି ପାଇବେ ସେମାନେ ଯଦି ୨୦୧୧ ମସିହା ପରେ ସ୍ନାତକ ବା ବିଏଡ୍ ଯୋଗ୍ୟତା ହାସଲ କରିଛନ୍ତି ତେବେ ଓଟିଇଟି ୨ ପାସ କରିବା ବାଧ୍ୟତାମୂଳକ । ପୁଣି ପ୍ରଥମ ନିଯୁକ୍ତିକୁ ବରିଷ୍ଠତା ବଦଳାଯାଇ ଓଟିଇଟି ଉତ୍ତୀର୍ଣ୍ଣ ଦିନଠାରୁ ବରିଷ୍ଠତା ଗଣନା କରାଯାଇ ପଦୋନ୍ନତି ତାଲିକା ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଲେ । ନୂଆ ନିୟମ ଅନୁଯାୟୀ ତାଲିକା ପ୍ରସ୍ତୁତ ବେଳେ ପାଖାପାଖି ୩୦ ପ୍ରତିଶତ ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତିରୁ ବାଦ ପଡିଛନ୍ତି । ପୁଣି ୨୦୧୧ ପୂର୍ବ ନିଯୁକ୍ତି ଶିକ୍ଷକଙ୍କ ପାଇଁ ଓଟିଇଟି ପାସର ନିୟମ ନାହିଁ। ଏପରିସ୍ଥଳେ ପଦୋନ୍ନତି ବଞ୍ଚିତ ଶିକ୍ଷକମାନେ ଅଦାଲତର ଆଶ୍ରୟ ନେଇ ରହିତାଦେଶ ଆଣିଛନ୍ତି। ପୂର୍ବରୁ ଭଦ୍ରକ, ଢେଙ୍କାନାଳ ଓ କନ୍ଧମାଳ କେବଳ ପଦୋନ୍ନତି ଦେଇଥିବା ବେଳେ ରହିତାଦେଶ ପରେ ଅନ୍ୟ ଜିଲାରେ ପଦୋନ୍ନତି ହୋଇପାରିବ ନାହିଁ। ତେବେ ନୟାଗଡ଼ ଜିଲାରେ ପଦୋନ୍ନତି ସୁତାଖିଅରେ ଝୁଲିଲା ବୋଲି କୁହାଯାଉଛି।
Posted inHome, Home Left, ଆମ ଜିଲା ଖବର, ନୟାଗଡ଼ View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…
ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
Archives

