‘ଆକସ୍ମିକମ୍‌’ର ନାୟକ

ନାଟକରେ ନିର୍ଭୀକ ପରୀକ୍ଷଣ ଓ ଅନେକ ବିଷୟବସ୍ତୁରେ ଅସାଧାରଣ ଦୃଶ୍ୟ ଅନ୍ତର୍ନିହିତ ଥିବା ଦେଖିବାକୁ ମିଳୁଥିବାରୁ ଓମ୍‌ଚେରି ଏନ୍‌.ଏନ୍‌. ପିଲାଇଙ୍କ ନାଟ୍ୟ ରଚନା ମାଲାୟଲୀ ସାହିତ୍ୟରେ ଏକ ଭିନ୍ନ ଧାରା ସୃଷ୍ଟି କରିପାରିଛି। ନିକଟରେ ୨୦୨୦ ଲାଗି ଏହି ଲେଖକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ମିଳିବ ବୋଲି ଘୋଷଣା ହେବା ପରେ ତାଙ୍କ ଜୀବନୀ ଓ ଲେଖନୀ ଯାତ୍ରା ବିଷୟରେ ଅଧିକ କିଛି ଜାଣିବାକୁ ପାଠକ ଆଗ୍ରହ ରଖିବା ସ୍ବାଭାବିକ।
ଓମ୍‌ଚେରୀ କେରଳର ପାଲାରିଭାଟ୍ଟୋମ୍‌ରେ ୧୯୨୪ରେ ଜନ୍ମଗ୍ରହଣ କରିଥିଲେ। ତରୁଣ ଅବସ୍ଥାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ। ଥିରୁଭାନନ୍ତପୁରମ୍‌ରୁ କଲେଜ ଶିକ୍ଷା ଶେଷ କରିବା ପରେ ସେ ୧୯୫୧ରେ ଦିଲ୍ଲୀ ଆକାଶବାଣୀର ନ୍ୟୁଜ୍‌ ବିଭାଗରେ ଯୋଗ ଦେଇଥିଲେ। ପରେ ପ୍ରକାଶନ ବିଭାଗର ସମ୍ପାଦକ ହୋଇଥିଲେ। ମାସ୍‌ କମ୍ୟୁନିକେଶନ ବା ଜନସଞ୍ଚାର କ୍ଷେତ୍ରରେ ଉଚ୍ଚଶିକ୍ଷା କରିବା ସକାଶେ ସେ ପେନ୍‌ସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟ ଓ ମେକ୍ସିକୋ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟ ଯାଇଥିଲେ। ସାମ୍ବାଦିକତା ଓ ଗଣଯୋଗାଯୋଗ ଦିଗରେ ବହୁ ଅଭିଜ୍ଞତା ଅର୍ଜନ କରିଥିବା ଓମ୍‌ଚେରୀ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ମଧ୍ୟ କାର୍ଯ୍ୟ କରିଥିଲେ। କର୍ମମୟ ଜୀବନ ଭିତରେ ରହିଥିଲେ ମଧ୍ୟ ଲେଖାଲେଖି ପ୍ରତି ଗଭୀର ଅନୁରାଗ ତାଙ୍କୁ ନୂଆ ସୃଷ୍ଟି କରିବା ଲାଗି ଅବସର ଦେଇଥିବା ସେ ପ୍ରକାଶ କରିଛନ୍ତି। ତାଙ୍କ ପ୍ରଥମ ନାଟକ ଥିଲା ‘ଏ ଭେଲିଚାମ୍‌ନିଗାଲୁଦେଥାକୁନ୍ନୁ’ (ଏହି ଆଲୋକ ଆମର)। ତତ୍‌କାଳୀନ ବିଶିଷ୍ଟ ପାର୍ଲାମେଣ୍ଟାରିଆନ୍‌ ଏ.କେ. ଗୋପାଲନ୍‌ଙ୍କ କହିବା ଅନୁଯାୟୀ ଓମ୍‌ଚେରୀ ଏହି ନାଟକ ରଚନା କରିଥିଲେ ବୋଲି କହିଥାଆନ୍ତି। ତାଙ୍କ ପାଇଁ ଆନନ୍ଦର କଥା ଥିଲା ଯେ, ସେହି ନାଟକରେ ସଂସଦର ସେତେବେଳର ସଦସ୍ୟ କେ.ସି. ଜର୍ଜ, ପି.ଟି. ପିନୋସେ, ଇ.କେ. ଇମ୍ବିଛି ବାଭା, ଭି.ପି. ନାୟାର ପ୍ରମୁଖ ଅଭିନୟ କରିଥିଲେ। ଓମ୍‌ଚେରୀଙ୍କ ନାଟ୍ୟଯାତ୍ରାରେ ଏଇ ଯେଉଁ ବ୍ୟକ୍ତିମାନେ ସଂଶ୍ଳିଷ୍ଟ ଥିଲେ ସମସ୍ତେ କେରଳର ଥିଲେ। ଏହା ପରଠାରୁ ସେ ନାଟକ ରଚନା ପ୍ରତି ଗଭୀର ମନୋନିବେଶ କରିଥିଲେ। ୯ଟି ସମ୍ପୂର୍ଣ୍ଣ ନାଟକ ଓ ୮୦ଟି ଏକାଙ୍କିକା ରଚନା କରି ସେ ମାଲାୟଲୀ ସାହିତ୍ୟକୁ ସମୃଦ୍ଧ କରିପାରିଛନ୍ତି। କେବଳ ଜଣେ ସାମ୍ବାଦିକ ବା ନାଟ୍ୟକାର ଭିତରେ ନିଜକୁ ସୀମିତ ନ ରଖି ସେ ନାଟ୍ୟ ସଙ୍ଗଠକର ଭୂମିକା ନିର୍ବାହ କରିଛନ୍ତି। ୧୯୬୩ରେ ସେ ‘ଏକ୍ସପେରିମେଣ୍ଟାଲ ଥିଏଟର’ ଗଢ଼ିଥିଲେ। ଡିସି ବୁକ୍ସ ୨୦୧୧ରେ ତାଙ୍କ ଲିଖିତ ୨୬ ସୁନିର୍ବାଚିତ ନାଟକ ସଙ୍କଳନ କରି ପ୍ରକାଶ କରିବା ପରେ ତାହା ପାଠକଙ୍କ ପାଇଁ ସୁଖପାଠ୍ୟ ହୋଇପାରିଛି। ଓମ୍‌ଚେରୀଙ୍କ ସାହିତ୍ୟକୃତି ତାଙ୍କୁ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ କରାଇପାରିଛି। ୧୯୭୨ରେ ନାଟକ ‘ପ୍ରଳୟମ୍‌’ ଏବଂ ୨୦୧୦ରେ ମାଲାୟଲୀ ସାହିତ୍ୟକୁ ଜୀବନବ୍ୟାପୀ ଅବଦାନ ପାଇଁ ସେ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତେବେ ୯୭ ବର୍ଷୀୟ ଏହି ପ୍ରଥିତଯଶା ନାଟ୍ୟକାରଙ୍କ ଆତ୍ମଜୀବନୀ ‘ଆକସ୍ମିକମ୍‌’ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇବା ଲାଗି ଘୋଷଣା ହେବା ପରେ ପରପିଢ଼ି ତାଙ୍କ ସୃଜନଯାତ୍ରା ବିଷୟରେ ବହୁ ତଥ୍ୟ ଜାଣିବାକୁ ପାଇବେ ବୋଲି ସମୀକ୍ଷକ ମତ ଦେଇଛନ୍ତି।
ଓମ୍‌ଚେରୀଙ୍କ ଏହି ସାହିତ୍ୟ ଯାତ୍ରାରେ ତାଙ୍କ ସହଧର୍ମିଣୀ ତଥା ଗାୟିକା ଲିଲାଙ୍କ ଅବଦାନ ଯଥେଷ୍ଟ ରହିଛି। ଲିଲା ବିଶିଷ୍ଟ ମାଲୟାଲମ୍‌ ଗାୟକ କାମୁକରା ପୁରୁଷୋଥମମ୍‌ଙ୍କ ଭଉଣୀ। ଓମ୍‌ଚେରୀ ଓ ଲିଲାଙ୍କ ବ୍ୟକ୍ତିଗତ ଜୀବନ ସହ କଳାତ୍ମକ ଯାତ୍ରାର ଯେଭଳି ମିଶ୍ରଣ ଘଟିଛି, ତାହା କ୍ୱଚିତ ଦମ୍ପତିଙ୍କ ଭାଗ୍ୟରେ ଜୁଟିଥାଏ। ସେମାନଙ୍କର ପୁଅ ଏସ୍‌.ଡି. ଓମ୍‌ଚୋରୀ ଓ ଝିଅ ଦୀପ୍ତି ଓମ୍‌ଚୋରୀ ଭାଲ୍ଲା ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ଝିଅ ଦୀପ୍ତି ହେଉଛନ୍ତି ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟାଙ୍ଗନା। ଏକ ପରିବାର ସମ୍ପୂର୍ଣ୍ଣ କଳା ଓ ସାହିତ୍ୟରେ ନିଜକୁ ନିମଜ୍ଜିତ କରି ମାଲାୟଲୀ ସୃଜନକ୍ଷେତ୍ରକୁ ଆଗକୁ ନେବାରେ ସହାୟକ ହୋଇଛନ୍ତି। ଉତ୍ତରବୟସରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ଓମ୍‌ଚେରୀ ସାହିତ୍ୟ ରଚନାରେ ନିଜକୁ ନିମଗ୍ନ ରଖିବା ମା’ ସରସ୍ବତୀଙ୍କ ତାଙ୍କ ପ୍ରତି ଶ୍ରେଷ୍ଠ ବରଦାନ ବୋଲି କୁହାଯାଇପାରିବ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri