ସୁରକ୍ଷା ଖୋଜୁଛି ଐତିହ୍ୟ, ସଂସ୍କୃତି

ରାଜଧାନୀ ପୃଷ୍ଠାରେ ଘଟିଯାଉଛି କେତେ ଘଟଣା, ଲିପିବଦ୍ଧ ହେଉଛି କେତେ କାହାଣୀ। ମୁଁ, ତୁମେ ଭଳି ଲକ୍ଷ ଲକ୍ଷ ଲୋକଙ୍କ ସହ ଏହି ଐତିହ୍ୟ ସହର ଭୁବନେଶ୍ୱରର ସମ୍ପର୍କ। କାହାକୁ ଅସୁମାରୀ ସ୍ବପ୍ନ ଦେଖାଇ ନିଜର କରିଛି ତ କାହାକୁ ପ୍ରେମ, ଜୀବନଜୀବିକା, ସାଙ୍ଗ, ସାଥୀ ଭେଟି ଦେଇଛି। ଆଉ କେବେ ନିଃସଙ୍ଗ କରି ରାଜରାସ୍ତାରେ ଏକାକୀ ଲଢ଼ି ସଂଘର୍ଷ କରିବାକୁ ଶିଖାଇଛି। ଅତୀତକୁ ଭାବିଲେ ଏବେ କେତେ ନୂଆ ଲାଗେ ଏହି ସହର। ଇତିମଧ୍ୟରେ ଭୁବନେଶ୍ୱର ତା’ର ୭୫ବର୍ଷରେ ଉନ୍ନତିର ପାହାଚ ଚଢ଼ି ୭୬ରେ ପଦାର୍ପଣ କରିଛି। ନୂଆ ରୂପ, ନୂଆ ବିକାଶ, ନୂଆ ସ୍ବପ୍ନ ଭିତରେ ହଜିଯାଇଛି ଅନେକ ଐତିହ୍ୟର ବାସ୍ତବ ଅସ୍ଥିତ୍ୱ। ବିକଶିତ ରାଜଧାନୀ ପରିଚୟ ମଧ୍ୟରେ କଳା, ସଂସ୍କୃତି ଓ ଐତିହ୍ୟର ଗାଥା ଗାଉଥିବା ମନ୍ଦିରମାଳିନୀ ଭୁବନେଶ୍ୱରର ଐତିହ୍ୟ ଓ ଇତିହାସ ଆଜି ସୁରକ୍ଷା ଖୋଜୁଛି।
ରିପୋର୍ଟ: ଶର୍ମିଷ୍ଠା ପାଣିଗ୍ରାହୀ

ଚିଙ୍ଗୁଡ଼ିଆ ଦଳରେ ଭର୍ତ୍ତି ବିନ୍ଦୁସାଗର
ଏକାମ୍ର କ୍ଷେତ୍ରର ଶୋଭାବର୍ଦ୍ଧନ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ପବିତ୍ର ବିନ୍ଦୁ ସାଗର ପୁଷ୍କରିଣୀରେ ଲେଜର ଲାଇଟ୍‌ ଶୋ’ର ବ୍ୟବସ୍ଥା ରହିଛି। ଏଥିସହ ବହୁ କୋଟି ଟଙ୍କା ଖର୍ଚ୍ଚରେ ଚତୁଃର୍ପାଶ୍ୱରେ ସୌନ୍ଦର୍ଯ୍ୟକରଣ କରାଯାଇଛି। ଏପରିକି ଏହାର ପାଣିର ମାନ ବଜାୟ ରଖିବା ପାଇଁ ମୋଟର ସହାୟତାରେ ପାଣି ଚଳାଚଳ କରାଯାଉଛି। ହେଲେ ବିନ୍ଦୁସାଗରକୁ ଚିଙ୍ଗୁଡିଆ ଦଳମୁକ୍ତ କରାଯାଇପାରୁ ନାହିଁ। ଚନ୍ଦନଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ନାମକୁ ମାତ୍ର ଦଳ ସଫା କରାଯାଉଛି। ଏକକାଳୀନ ୪ଟି ମୋଟର ବଦଳରେ ଗୋଟିଏ ଦୁଇଟି ମୋଟରରେ ଦଳ ସଫା ହେଉଛି। ଅନ୍ୟପକ୍ଷେ ଲେଜର ଲାଇଟ୍‌ ଶୋ ମଧ୍ୟ ନିୟମିତ ହେଉନାହିଁ। ଠିକ୍‌ ସମୟରେ ବିଦ୍ୟୁତ୍‌ ବିଲ୍‌ ପୈଠ ହେଉ ନ ଥିବାରୁ ସଂଯୋଗ ବିଚ୍ଛିନ୍ନ କରାଯାଉଛି। ଯେଉଁଥିପାଇଁ ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଛନ୍ତି।
ଖଣ୍ଡିଗିରି, ଉଦୟଗିରିକୁ କାଳ ସାଜୁଛି ପ୍ରଦୂଷଣ
ଯାନବାହନର କର୍କଶ ଶବ୍ଦରେ ପ୍ରଭାବିତ ହେଉଛି ଖଣ୍ଡିଗିରି ଆଉ ଉଦୟଗିରି। ପ୍ରଶାସନ ପକ୍ଷରୁ ଉଭୟ ପାହାଡ଼କୁ ସୁରକ୍ଷା ଦେବା ପାଇଁ ମଝିରେ ବ୍ୟାରିକେଡ ପକାଇ ବନ୍ଦ କରିବା ସହ ଏହାର ସୌନ୍ଦର୍ଯ୍ୟକରଣ କରିବାକୁ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ହକି ବିଶ୍ୱକପ ସମୟରେ ଏହାକୁ କିଛି ମାତ୍ରାରେ ଧ୍ୟାନ ମଧ୍ୟ ଦିଆଗଲା। କିନ୍ତୁ ବର୍ତ୍ତମାନ ଯାହାକୁ ତାହା। ନିକଟରେ ଖଣ୍ଡଗିରି ମେଳା ପାଇଁ ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବା ଲାଗି ବ୍ୟାରିକେଡ ପକାଇ ଭାରି ଯାନ ଚଳାଚଳ ବନ୍ଦ କରାଯାଇଥିଲା। କିନ୍ତୁ ଏବେ ସବୁ ଖୋଲା। ଯାନବାହନ ଚଳାଚଳ ଦ୍ୱାରା ପର୍ଯ୍ୟଟକମାନେ ମଧ୍ୟ ଠିକ୍‌ ଭାବରେ ବୁଲାବୁଲି କରି ପାରୁନାହାନ୍ତି।
ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନାହିଁ
ମନ୍ଦିରମାଳିନୀ ଭୁବନେଶ୍ୱରରେ ମାଳ ମାଳ ମନ୍ଦିର। କିନ୍ତୁ ରକ୍ଷଣାବେକ୍ଷଣର ଘୋର ଅଭାବ। ଏଥିସହ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ନାହିଁ। ସ୍ଥାନେ ସ୍ଥାନେ ଗଛ ଉଠିଲାଣି ତ ଆଉ କେଉଁଠି ମନ୍ଦିରରେ ଫାଟ ଦେଖିବାକୁ ମିଳିଲାଣି। ପର୍ଯ୍ୟଟକଙ୍କୁ ଶୋଷଣ କରାଯାଉଥିବାରୁ ସେମାନେ ମୁହିଁ ଫେରାଇଲେଣି। ଏସବୁକୁ ନେଇ ବହୁ ସମୟରେ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରୁଥିବା ନଜିର ରହିଛି। ଓଡ଼ିଶାର କଳା, ସଂସ୍କୃତିକୁ ବଞ୍ଚାଇ ରଖିଥିବା ଓ ରାଜଧାନୀର ପରିଚୟ ସାଜିଥିବା ଏସବୁ ମନ୍ଦିରଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri