ସୁରକ୍ଷା ଖୋଜୁଛି ଐତିହ୍ୟ, ସଂସ୍କୃତି

ରାଜଧାନୀ ପୃଷ୍ଠାରେ ଘଟିଯାଉଛି କେତେ ଘଟଣା, ଲିପିବଦ୍ଧ ହେଉଛି କେତେ କାହାଣୀ। ମୁଁ, ତୁମେ ଭଳି ଲକ୍ଷ ଲକ୍ଷ ଲୋକଙ୍କ ସହ ଏହି ଐତିହ୍ୟ ସହର ଭୁବନେଶ୍ୱରର ସମ୍ପର୍କ। କାହାକୁ ଅସୁମାରୀ ସ୍ବପ୍ନ ଦେଖାଇ ନିଜର କରିଛି ତ କାହାକୁ ପ୍ରେମ, ଜୀବନଜୀବିକା, ସାଙ୍ଗ, ସାଥୀ ଭେଟି ଦେଇଛି। ଆଉ କେବେ ନିଃସଙ୍ଗ କରି ରାଜରାସ୍ତାରେ ଏକାକୀ ଲଢ଼ି ସଂଘର୍ଷ କରିବାକୁ ଶିଖାଇଛି। ଅତୀତକୁ ଭାବିଲେ ଏବେ କେତେ ନୂଆ ଲାଗେ ଏହି ସହର। ଇତିମଧ୍ୟରେ ଭୁବନେଶ୍ୱର ତା’ର ୭୫ବର୍ଷରେ ଉନ୍ନତିର ପାହାଚ ଚଢ଼ି ୭୬ରେ ପଦାର୍ପଣ କରିଛି। ନୂଆ ରୂପ, ନୂଆ ବିକାଶ, ନୂଆ ସ୍ବପ୍ନ ଭିତରେ ହଜିଯାଇଛି ଅନେକ ଐତିହ୍ୟର ବାସ୍ତବ ଅସ୍ଥିତ୍ୱ। ବିକଶିତ ରାଜଧାନୀ ପରିଚୟ ମଧ୍ୟରେ କଳା, ସଂସ୍କୃତି ଓ ଐତିହ୍ୟର ଗାଥା ଗାଉଥିବା ମନ୍ଦିରମାଳିନୀ ଭୁବନେଶ୍ୱରର ଐତିହ୍ୟ ଓ ଇତିହାସ ଆଜି ସୁରକ୍ଷା ଖୋଜୁଛି।
ରିପୋର୍ଟ: ଶର୍ମିଷ୍ଠା ପାଣିଗ୍ରାହୀ

ଚିଙ୍ଗୁଡ଼ିଆ ଦଳରେ ଭର୍ତ୍ତି ବିନ୍ଦୁସାଗର
ଏକାମ୍ର କ୍ଷେତ୍ରର ଶୋଭାବର୍ଦ୍ଧନ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ପବିତ୍ର ବିନ୍ଦୁ ସାଗର ପୁଷ୍କରିଣୀରେ ଲେଜର ଲାଇଟ୍‌ ଶୋ’ର ବ୍ୟବସ୍ଥା ରହିଛି। ଏଥିସହ ବହୁ କୋଟି ଟଙ୍କା ଖର୍ଚ୍ଚରେ ଚତୁଃର୍ପାଶ୍ୱରେ ସୌନ୍ଦର୍ଯ୍ୟକରଣ କରାଯାଇଛି। ଏପରିକି ଏହାର ପାଣିର ମାନ ବଜାୟ ରଖିବା ପାଇଁ ମୋଟର ସହାୟତାରେ ପାଣି ଚଳାଚଳ କରାଯାଉଛି। ହେଲେ ବିନ୍ଦୁସାଗରକୁ ଚିଙ୍ଗୁଡିଆ ଦଳମୁକ୍ତ କରାଯାଇପାରୁ ନାହିଁ। ଚନ୍ଦନଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ନାମକୁ ମାତ୍ର ଦଳ ସଫା କରାଯାଉଛି। ଏକକାଳୀନ ୪ଟି ମୋଟର ବଦଳରେ ଗୋଟିଏ ଦୁଇଟି ମୋଟରରେ ଦଳ ସଫା ହେଉଛି। ଅନ୍ୟପକ୍ଷେ ଲେଜର ଲାଇଟ୍‌ ଶୋ ମଧ୍ୟ ନିୟମିତ ହେଉନାହିଁ। ଠିକ୍‌ ସମୟରେ ବିଦ୍ୟୁତ୍‌ ବିଲ୍‌ ପୈଠ ହେଉ ନ ଥିବାରୁ ସଂଯୋଗ ବିଚ୍ଛିନ୍ନ କରାଯାଉଛି। ଯେଉଁଥିପାଇଁ ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଛନ୍ତି।
ଖଣ୍ଡିଗିରି, ଉଦୟଗିରିକୁ କାଳ ସାଜୁଛି ପ୍ରଦୂଷଣ
ଯାନବାହନର କର୍କଶ ଶବ୍ଦରେ ପ୍ରଭାବିତ ହେଉଛି ଖଣ୍ଡିଗିରି ଆଉ ଉଦୟଗିରି। ପ୍ରଶାସନ ପକ୍ଷରୁ ଉଭୟ ପାହାଡ଼କୁ ସୁରକ୍ଷା ଦେବା ପାଇଁ ମଝିରେ ବ୍ୟାରିକେଡ ପକାଇ ବନ୍ଦ କରିବା ସହ ଏହାର ସୌନ୍ଦର୍ଯ୍ୟକରଣ କରିବାକୁ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ହକି ବିଶ୍ୱକପ ସମୟରେ ଏହାକୁ କିଛି ମାତ୍ରାରେ ଧ୍ୟାନ ମଧ୍ୟ ଦିଆଗଲା। କିନ୍ତୁ ବର୍ତ୍ତମାନ ଯାହାକୁ ତାହା। ନିକଟରେ ଖଣ୍ଡଗିରି ମେଳା ପାଇଁ ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବା ଲାଗି ବ୍ୟାରିକେଡ ପକାଇ ଭାରି ଯାନ ଚଳାଚଳ ବନ୍ଦ କରାଯାଇଥିଲା। କିନ୍ତୁ ଏବେ ସବୁ ଖୋଲା। ଯାନବାହନ ଚଳାଚଳ ଦ୍ୱାରା ପର୍ଯ୍ୟଟକମାନେ ମଧ୍ୟ ଠିକ୍‌ ଭାବରେ ବୁଲାବୁଲି କରି ପାରୁନାହାନ୍ତି।
ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନାହିଁ
ମନ୍ଦିରମାଳିନୀ ଭୁବନେଶ୍ୱରରେ ମାଳ ମାଳ ମନ୍ଦିର। କିନ୍ତୁ ରକ୍ଷଣାବେକ୍ଷଣର ଘୋର ଅଭାବ। ଏଥିସହ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ନାହିଁ। ସ୍ଥାନେ ସ୍ଥାନେ ଗଛ ଉଠିଲାଣି ତ ଆଉ କେଉଁଠି ମନ୍ଦିରରେ ଫାଟ ଦେଖିବାକୁ ମିଳିଲାଣି। ପର୍ଯ୍ୟଟକଙ୍କୁ ଶୋଷଣ କରାଯାଉଥିବାରୁ ସେମାନେ ମୁହିଁ ଫେରାଇଲେଣି। ଏସବୁକୁ ନେଇ ବହୁ ସମୟରେ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରୁଥିବା ନଜିର ରହିଛି। ଓଡ଼ିଶାର କଳା, ସଂସ୍କୃତିକୁ ବଞ୍ଚାଇ ରଖିଥିବା ଓ ରାଜଧାନୀର ପରିଚୟ ସାଜିଥିବା ଏସବୁ ମନ୍ଦିରଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri