ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ,ରୋଷେୟା ଚାକିରିରୁ ବହିଷ୍କୃତ

ମାଲକାନଗିରି/କୋରୁକୋଣ୍ଡା/ଏମ୍‌ଭି-୭୯,(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅଧୀନ ମାରିବାଡା ପଞ୍ଚାୟତର ମାରିବାଡାସ୍ଥିତ ଆଶ୍ରମ ବିଦ୍ୟାଳୟରେ ଗତ ୩ ତାରିଖରେ ୨୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରାବାସ ଛାଡି ଦାୟିତ୍ୱରେ ଥିବା ପରିଚାଳିକାଙ୍କ ବିରୋଧରେ ଚାଉଳ ବିକ୍ରି ଅଭିଯୋଗ ନେଇ ରାତିରେ ହଷ୍ଟେଲ ପାଚେରି ଡେଇଁ ଜିଲାପାଳଙ୍କୁ ଭେଟିବାକୁ ଯାଇଥିଲେ। ଏହି ଘଟଣାର ତଦନ୍ତ ପରେ ପ୍ରଶାସନ ପଦକ୍ଷେପ ନେଇଛି। ଘଟଣାରେ ପ୍ରଧାନଶିକ୍ଷକ ସମେତ ୨ ଶିକ୍ଷକଙ୍କ ବଦଳି ହୋଇଛି। ହଷ୍ଟେଲ ପରିଚାଳିକାଙ୍କ ସମେତ ୨ଜଣ ନିଲମ୍ବତି ହୋଇଛନ୍ତି। ମାରିବାଡା ହଷ୍ଟେଲ ପରିଚାଳିକା ଛାତ୍ରୀଛାତ୍ରଙ୍କ ପାଇଁ ଆସୁଥିବା ଚାଉଳ ଏକ ଅଟୋରେ ବାହାରେ ବିକ୍ରି କରିବାକୁ ନେଉଥିବାର ଫଟୋ ଉପସ୍ଥାପନ କରି ଛାତ୍ରମାନେ ଅଭିଯୋଗ କରିଥିଲେ। ଏନେଇ ୬ ତାରିଖରେ ଲୋକାୟୁକ୍ତ ମଧ୍ୟ ଘଟଣା ସମ୍ପର୍କରେ ୬ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଜିଲା ପ୍ରଶାସନ ତଦନ୍ତ କରି ଆଶ୍ରମ ବିଦ୍ୟାଳୟର ପିଲାଙ୍କ ଚାଉଳ ଚୋରି ଅଭିଯୋଗରେ ପରିଚାଳିକା ରଞ୍ଜିତା ବେହେରା ଓ ସହକାରୀ ଶିକ୍ଷକ ଶ୍ରୀକୁମାର ଦୋରା ପିଲାଙ୍କୁ ନିଲମ୍ବିତ କରିଛନ୍ତି। ପ୍ରଧାନ ଶିକ୍ଷକ ଭଗବାନ ନାୟକଙ୍କ ସମେତ ଆଉ ଜଣେ ସହକାରୀ ଶିକ୍ଷକ ପ୍ରଦୀପ ସେଠୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ବୋଲି କୋରୁକୋଣ୍ଡୁ ଡବ୍ଲ୍ୟୁଇଓ ପ୍ରଶାନ୍ତ ବେଉରା କହିଛନ୍ତି। ସେହିଭଳି ପଡିଆ ବ୍ଲକର କୋଲାଗୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଅଜଣା ରୋଗରେ ଛାତ୍ର ମୃତ୍ୟୁ ଘଟଣାରେ ମଧ୍ୟ ଜିଲା ପ୍ରଶାସନ ପଦକ୍ଷେପ ନେଇଛି। ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ମଣ୍ଡଳଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁ ନିଳମ୍ବିତ କରାଯାଇଥିବା ବେଳେ ରୋଷେୟା ଯୋଗି ମାଡକାମିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ହଷ୍ଟେଲର ମାଟ୍ରନ ମୋନିକା ସିକଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri