ଅମଳ ସରିଲା, ଏବେ ବିକ୍ରି ଚିନ୍ତା

ରୂପ୍‌ସା, ୨୧।୫-ରବିଧାନ ଅମଳ ସରିଗଲାଣି। ଏବେ ବିକ୍ରୀ ନେଇ ଚାଷୀ ଚିନ୍ତାରେ ପଡିଛି। ଏଯାଏ ଟୋକନ ମିଳିନି। ରବିଧାନରେ ବିହନ, ସାର, ଔଷଧ ଆଦି ପର୍ଯ୍ୟାପ୍ତ ଖର୍ଚ୍ଚ ପରେ ଚାଷୀ ସରକାରୀ ମୂଲ୍ୟରେ ଧାନ ବିକ୍ରି କରି ନ ପାରି ମୁଣ୍ଡରେ ହାତ ଦେଇ ବସିଛି। ଅମଳ ସାରି ଦି’ ପଇସା ଲାଭ ଆଶାରେ କେତେଜଣ ଚାଷୀ ଧାନବସ୍ତା ସବୁକୁ ଘରେ ରଖିଛନ୍ତି। ଆଉ କେତେକ ଚାଷୀ ଧାରକରଜ ଶୁଝିବାକୁ ବେପାରୀଙ୍କୁ କୁଇଣ୍ଟାଲ ପ୍ରତି ୧ହଜାର ଟଙ୍କା ଦରରେ ଧାନ ବିକି ଅଭାବୀ ବିକ୍ରୀର ଶିକାର ହେଉଛନ୍ତି।
ବାଲେଶ୍ୱର ଜିଲାରେ ବସ୍ତା ବ୍ଲକରେ ପ୍ରାୟ ସମସ୍ତ ପରିବାର କୃଷି କାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି। କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବ୍ଲକ ଅନ୍ତର୍ଗତ ୩୧ପଞ୍ଚାୟତରେ ୧୯ହଜାର ୮ଶହ ହେକ୍ଟର ଚାଷ ଜମି ରହିଛି। ଏଥିମଧ୍ୟରୁ ୧୪ହଜାର ୬ଶହ ହେକ୍ଟର ରବିଚାଷ ଜମି ଅନ୍ତର୍ଭୁକ୍ତ। ରବିଋତୁରେ ୧୦ହଜାର ୨ଶହ ହେକ୍ଟର ଜଳସେଚିତ ଜମି ରହିଥିବା ବେଳେ ଅବଶିଷ୍ଟ ଅଣଜଳସେଚିତ ଅଟେ। ଚଳିତବର୍ଷ ୬ହଜାର ୧ଶହ ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିବା ବେଳେ ୭ହଜାର ୯ଶହ ହେକ୍ଟର ଜମିରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ହୋଇଥିଲା। କିନ୍ତୁ ରବିଧାନ ଅମଳ ଆରମ୍ଭରୁ ସରକାରୀ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀ ନିଜ ଫସଲର ଉଚିତ୍‌ ମୂଲ୍ୟ ପାଇବାରେ ବଞ୍ଚତ୍ତ ହୋଇଛନ୍ତି। ଏଯାବତ୍‌ ବ୍ଲକ ଅନ୍ତର୍ଗତ ସମସ୍ତ ମଣ୍ଡିରେ ଧାନକିଣା ଆରମ୍ଭ ହୋଇନାହଁି। ଧାନବିକ୍ରି ପାଇଁ ସେବା ସମବାୟ ସମିତିରେ ପଞ୍ଜିକରଣ କରିଥିବା ୮୦ଶତକଡ଼ା ଚାଷୀଙ୍କୁ ମୋବାଇଲରେ ମେସେଜ ମାଧ୍ୟମରେ ଟୋକନ ମଧ୍ୟ ଆସିନାହଁି।
ଗଡ଼ପଦା ପଞ୍ଚାୟତ ଚାଷୀ ଜୟନ୍ତ ଦେ କହନ୍ତି, ଏବର୍ଷ ପ୍ରତିକୂଳ ପାଗରେ ରବିଧାନ ଚାଷ କରାଯାଇଥିଲା। ଅମଳ ବେଳେ କାଳବୈଶାଖୀ ଝଡ଼ବର୍ଷା ଯୋଗୁ ଖର୍ଚ୍ଚ ଦ୍ୱିଗୁଣା ବଢ଼ିଗଲା। ସରକାର ମଣ୍ଡିରେ ଧାନ କିଣା ଆରମ୍ଭ ନ କରିବାରୁ ବେପାରୀଙ୍କୁ ୧କୁଇଣ୍ଟାଲ ପ୍ରତି ହଜାରେ ଟଙ୍କା ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଲୁ। ଯାହାକି ଚାଷରେ ଖର୍ଚ୍ଚ ହୋଇଥିବା ଅର୍ଥ ଭରଣା ହୋଇପାରିଲା ନାହଁି।
ରାଉତପଡ଼ା ପଞ୍ଚାୟତର ଚାଷୀ ମହେନ୍ଦ୍ର ଗିରି କହନ୍ତି, ଅମଳ ଧାନକୁ ମଣ୍ଡିରେ ବିକ୍ରି ପାଇଁ ପ୍ରସ୍ତୁତ କରିରଖିଛୁ। ଏଯାବତ୍‌ ଟୋକନ ଆସିନି। ସରକାରୀ ଦର ୧୮୬୮ ଟଙ୍କା ଥିବାବେଳେ ବେପାରୀଙ୍କୁ ୧ହଜାର ଟଙ୍କାରେ ବିକ୍ରି କଲେ ଚାଷ ଖର୍ଚ୍ଚ ବି ମିଳିବ ନାହଁି।
ଏ ସମ୍ପର୍କରେ ବସ୍ତା ବ୍ଲକ ଯୋଗାଣ ନୀରିକ୍ଷକ ମଧୁସ୍ମିତା ସେନାପତି କହିଛନ୍ତି, ବ୍ଲକ ଅଧୀନ ୧୨ଟି ମଣ୍ଡିରେ ଧାନ କ୍ରୟ ପାଁଇ ନିର୍ଦ୍ଦେଶ ମିଳିଛି। ମାତ୍ର ସମସ୍ତ ଚାଷୀଙ୍କୁ ଟୋକନ ମିଳି ନାହଁି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ୫ ଯୁଦ୍ଧ ଜାହାଜ ଓହ୍ଲାଇଲା ଭାରତ, ଆଗକୁ କିଛି ବଡ଼…

ନୂଆଦିଲ୍ଲୀ,୨୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀ ଆଲୋଚନାର ଏକ କେନ୍ଦ୍ରୀୟ ବିଷୟ ପାଲଟିଛି। ବିଶ୍ୱର ପ୍ରାୟ 20% ରୁ…

ବେଜିଂରେ ମୁହାଁମୁହିଁ ହେବେ ଟ୍ରମ୍ପ-ଜିନପିଙ୍ଗ, ଯୁଦ୍ଧକୁ ନେଇ ହେବ ବଡ଼ ଘୋଷଣା!

ବେଜିଂ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ତାଙ୍କ ସୋସିଆଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri