ଅତିଥିଙ୍କୁ ୨ଘଣ୍ଟା ଅଟକ ରଖିଲା ସ୍କୁଲ କମିଟି

ପୁରୀ ଅଫିସ,୩।୩: ପୁରୀ ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ୫ଟି ଛାତ୍ରୀନିବାସ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଗୁଡ଼ିକୁ ଭିଡିଓ କନଫରେନ୍ସ କୃଷ୍ଣପ୍ରସାଦ ବ୍ଲକ୍‌ର ବାସୁଦେବ ନୋଡାଲ ହାଇସ୍କୁଲ, ପୁରୀ ସହର ଭୋଳାନାଥ ବିଦ୍ୟାପୀଠ, କଣାସର ଗୋପୀନାଥ ଉଚ୍ଚବିଦ୍ୟାଳୟ, କାକଟପୁରର କାକଟପୁର ବାଳିକା ଉଚ୍ଚବିଦ୍ୟାଳୟ ଓ ଗୁଆଳିପଡ଼ା ସେବାଶ୍ରମରେ ଏହି ଛାତ୍ରୀ ନିବାସ ଉଦଘାଟନ ହୋଇଛି। ତେବେ ମଙ୍ଗଳବାର ଏହି ଉଦଘାଟନ ସମୟରେ ଭୋଳାନଥ ବିଦ୍ୟାପୀଠ ପରିସରରେ ଉଦଘାଟନ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉଦଘାଟନୀ ଉତ୍ସବକୁ ଆସିଥିବା ଅତିଥିଙ୍କୁ ସ୍କୁଲ୍‌ କମିଟି ଦୁଇରୁ ୩ ଘଣ୍ଟା ପାଇଁ ଅଟକ ରଖିଛି। ପ୍ରଧାନଶିକ୍ଷକ ଓ ପରିଚାଳନା କମିଟିର ବିନା ଉପସ୍ଥିତରେ ସ୍କୁଲ ପରିସରରେ ଉଦଘାଟନ ଉତ୍ସବ ହୋଇଥିବା ଅଭିଯୋଗରେ ପରିଚାଳନା କମିଟି ଏଭଳି କରିଛି । ଭୋଳାନାଥ ସ୍କୁଲ୍‌ ଅଭିଭାବକ ସଂଘ ସଭାପତି ଓ କମିଟି ସଦସ୍ୟ ପ୍ରମୋଦ କୁମାର ଜେନା କହିଛନ୍ତି ଯେ, ମଙ୍ଗଳବାର ସ୍କୁଲ୍‌ ଶିକ୍ଷୟତ୍ରୀଙ୍କଠାରୁ ଖବର ପାଇବା ପରେ ପରିଚାଳନା କମିଟି ଉଦଘାଟନ ଉତ୍ସବ ପାଇଁ ପ୍ରସ୍ତୁତ ଥିଲା। ଜିଲାପାଳଙ୍କୁ ଅପେକ୍ଷା ମଧ୍ୟ ରହିଥିଲା। ମାତ୍ର କୌଣସି ପୂର୍ବ ସୂଚନା ନଦେଇ ରୋଡ୍‌ ଓ ବିଲ୍ଡିଂ ମୁଖ୍ୟ ଯନ୍ତ୍ରୀ, ବିଡିଓ, ୱେଲଫେୟାର ଅଫିସର ଭଳି କିଛି ଅଫିସର ଉଦଘାଟନୀ ଉତ୍ସବ କାଯର୍‌ୟ ଶେଷ କରି ସାରିଥିଲେ। ଏହାପରେ ଆମେ ଅପମାନିତ ଅନୁଭବ କରି ସ୍କୁଲ୍‌ ଗେଟ୍‌ ତାଲା ପକାଇ ସେମାନଙ୍କୁ ଅଟକ ରଖିଥିଲୁ। ଜିଲାପାଳ ଆସିଲେ ହିଁ ଏମାନଙ୍କୁ ଛଡ଼ା ଯିବ ବୋଲି ଦାବି ରଖାଯାଇଥିଲା। ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିବା ପରେ ଜିଲା ମୁଖ୍ୟ ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ସେଠାରେ ପହଞ୍ଚି ପରିଚାଳନା କମିଟିକୁ ବୁଝାଶୁୁଝା କରି ଗେଟ୍‌ ଖୋଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri