ଡ୍ରେନେଜ୍‌ର ଗାର୍ଡୱାଲ ଭୁଶୁଡ଼ିଲା

ପିପିଲି,୧୨ା୮(ସ୍ବ.ପ୍ର.): ପିପିଲି ପୌରାଞ୍ଚଳର ୧୪ନଂ. ୱାର୍ଡର ସୁଲତାନ ନଗର ମୁଖ୍ୟ ରାସ୍ତାକୁ ଅତିକ୍ରମ କରିଥିବା ଜଇଶପାଟଣା-ଅମାଳଙ୍ଗ ଡ୍ରେନେଜ ତଥା ଖଲାସି ନାଳର ଡାହାଣପଟ ବନ୍ଧ ଉପରେ ନିର୍ମାଣ ହୋଇଥିବା ଗାର୍ଡଓ୍ବାଲ୍‌ଟି ଭୁଶୁଡ଼ି ପଡ଼ିଛି। ଡ୍ରେନେଜ ବନ୍ଧକୁ ସୁରକ୍ଷା ପାଇଁ ଗତ ୫ଦିନ ତଳେ ହିଁ ପୌରାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ୪ଲକ୍ଷ ଟଙ୍କା ବ୍ୟୟରେ ଏହି ଗାର୍ଡୱାଲ ନିର୍ମାଣ କରାଯାଇଥିଲା। ତେବେ ପ୍ରକଳ୍ପ ଅନୁମୋଦନରେ ସେଠାରେ କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ଥିବାବେଳେ ଉକ୍ତ ଡ୍ରେନ୍‌ ବନ୍ଧକୁ ସୁରକ୍ଷା ଦେବା ପାଇଁ ତରବରିଆ ଭାବେ ଗାର୍ଡୱାଲ ନିର୍ମାଣ କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦା ମହମ୍ମଦ ଜଲାଲ ଅଭିଯୋଗ କରିଛନ୍ତି ଯେ, ବର୍ଷାଦିନେ ଏହି କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଗାର୍ଡୱାଲଟି ଭୁଶୁଡି ପଡିଲା। ଭୁଶୁଡି ପଡିଥିବା ଗାର୍ଡୱାଲ୍‌ର ଲମ୍ବ ୩୦ଫୁଟ ହେବ। ସେଠାରେ ପ୍ରାୟ ୪ଶହ ମିଟର ଗାର୍ଡୱାଲ ନିର୍ମାଣ କରାଯାଇଥିବା ବେଳେ ଅବଶିଷ୍ଟ କେତେ ସୁରକ୍ଷିତ ତାହା ସନ୍ଦେହରେ ରହିଛି। ଉକ୍ତ କାର୍ଯ୍ୟ ଖରାଦିନେ ହେବା କଥା, ଡ୍ରେନର ତଳ ଲେୟାରଠାରୁ ୧ଫୁଟ ଗଭୀରରେ ନିଅଁ ଖୋଳି କାର୍ଯ୍ୟ ଆରମ୍ଭ କରିଥିଲେ ଗାର୍ଡୱାଲଟି ମଜଭୁତ ରୁହନ୍ତା। ଏବେ ବର୍ଷାଦିନ ହୋଇଥିବାରୁ ଚାଷ ଜମି ଗହୀରର ଉଦ୍‌ବୃତ ଜଳ ଏହି ଡ୍ରେନ୍‌ ଦେଇ ନିଷ୍କାସନ ହେଉଛି। ବର୍ଷାଦିନେ କାମ ହୋଇଥିବାରୁ ପାଣିର ସ୍ରୋତରେ ଗାର୍ଡୱାଲଟି ଭୁଶୁଡି ପଡିଛି। ତେବେ ନିମ୍ନମାନର କାର୍ଯ୍ୟକୁ ନେଇ ପୌରାଞ୍ଚଳ ଯନ୍ତ୍ରୀ ବିଭୂତି ତ୍ରିପାଠୀଙ୍କ ପାଖରେ ଗ୍ରାମବାସୀ ଅଭିଯୋଗ କରିଥିଲେ ସୁଦ୍ଧା ସେ ଘଟଣାସ୍ଥଳକୁ ଆସି ନାହାନ୍ତି। ଠିକାଦାର ତାଙ୍କର ମନଇଚ୍ଛା କାର୍ଯ୍ୟ କରିବାରୁ ଏଇଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ପୌରାଞ୍ଚଳ ଯନ୍ତ୍ରୀ ବିଭୂତି ତ୍ରିପାଠୀ କହିଛନ୍ତି, ସେଠାରେ ଗାର୍ଡୱାଲ ନିର୍ମାଣ ପାଇଁ ଅର୍ଥ ବରାଦ ହୋଇ ନ ଥିଲା। କଂକ୍ରିଟ ରାସ୍ତା ନିର୍ମାଣ ଅର୍ଥରୁ କିଛି ଟଙ୍କାରେ ଗାର୍ଡୱାଲ ନିର୍ମାଣ କରାଯାଇଛି । ତାହା ପୁଣି ପଥରରେ କରାଯିବ ବୋଲି କହିଥିଲେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଉକ୍ତ ଗାର୍ଡୱାଲ ମେଟାଲ ବାଲି ସିମେଣ୍ଟରେ ନିର୍ମାଣ କରାଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ଠିକ୍‌ ଭାବେ ଏହି କାର୍ଯ୍ୟର ତଦନ୍ତ କରାଯାଉ ବୋଲି ଗ୍ରାସବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri