ଜେସିବିରେ କନ୍ୟାଘରକୁ ଆସିଲେ ବର

ଖଣ୍ଡପଡ଼ା,୩।୫(ସ୍ବ.ପ୍ର.): ଦିନଥିଲା ବିବାହ ପାଇଁ ବର କନ୍ୟାଘରକୁ ବରଯାତ୍ରୀ ନେଇ ଶଗଡ଼, ପାଲିଙ୍କି କିମ୍ବା ଘୋଡ଼ା ଗାଡ଼ିରେ ବସି ଆସୁଥିଲେ। ଏପରି କି ନଦୀକୂଳିଆ ଲୋକମାନେ ଡଙ୍ଗାରେ ବର ନେଇ ବିବାହ ପାଇଁ କନ୍ୟାଘରେ ପହଞ୍ଚୁଥିଲେ। ହେଲେ ଆଜିର ସଭ୍ୟ ସମାଜରେ ସେହି ପରମ୍ପରାରେ ବହୁ ପରିବର୍ତ୍ତନ ଆସିଛି। ଏବେ ବରଯାତ୍ରୀ ଶୋଭାଯାତ୍ରାରେ ଦାମୀ ଗାଡ଼ି, ଘୋଡ଼ା, ହାତୀର ବି ବ୍ୟବହାର କରାଯାଉଛି। କେହି କେହି ବିମାନରେ ବିବାହ ଉତ୍ସବ ପାଳନ କରୁଛନ୍ତି। ହେଲେ ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳକୁ ବିବାହ ପାଇଁ ଜଣେ ଯୁବକ ଜେସିବିରେ ବସି ଆସିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଗତ ୩୦ ତାରିଖ ରାତିରେ ବୌଦ୍ଧ ଜିଲା ଚାରିଛକ ନିକଟ ଛତରଙ୍ଗ ଅଞ୍ଚଳର ଗଙ୍ଗାଧର ବେହେରା ଏକ ସୁସଜ୍ଜିତ ଜେସିବିରେ ବସି ଖଣ୍ଡପଡ଼ା ବ୍ଲକ ଅଧୀନ କିଆଝର ପଞ୍ଚାୟତ କିଆଝର ପାଟଣା ଗ୍ରାମକୁ ବିବାହ ପାଇଁ କନ୍ୟାଘରକୁ ଆସିଥିଲେ। ତାଙ୍କ ସହିତ ଶତାଧିକ ବରଯାତ୍ରୀ ଥିଲେ। ଏହି ବରଯାତ୍ରୀ ଶୋଭାଯାତ୍ରା ଆଗରେ ବିଭିନ୍ନ ବାଜା ରୋଶଣି ଚାଲିଥିଲା। ବରଯାତ୍ରୀମାନେ ବାଜାର ତାଳେ ତାଳେ ନାଚ କରୁଥିଲେ। ବର ବେଶରେ ଗଙ୍ଗାଧର ଜେସିବିରେ ବସି ଖୁବ୍‌ ମଜା ଉଠାଇଥିଲେ। ଏପରି କି ଅଧିକାଂଶ ସମୟରେ ଜେସିବି ଚାଳକ ଜେସିବି କ୍ୟାବିନ୍‌କୁ ଉପର ତଳ କରୁଥିଲେ। ଏପରି ଏକ ନିଆରା ଶୋଭାଯାତ୍ରା ଦେଖିବାକୁ ଗାଁ ଦାଣ୍ଡରେ ଭିଡ଼ ଜମିଥିଲା। ଶେଷରେ କନ୍ୟା ଘର ସମ୍ମୁଖରେ ବରଯାତ୍ରୀ ପହଞ୍ଚତ୍ବା ପରେ ସଂପୃକ୍ତ ଗ୍ରାମର ସମୀର ବେହେରାଙ୍କ ଝିଅ ସରସ୍ବତୀଙ୍କ ସହ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri