ଖରାଛୁଟି ପାଠପଢ଼ା ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି

ଭୁବନେଶ୍ୱର,୩।୫(ବ୍ୟୁରୋ): ଖରାଛୁଟିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ମେ’ ୧ ତାରିଖରୁ ଏହି ନମ୍ବର କାର୍ଯ୍ୟକାରୀ ହୋଇଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଜିଲାକୁ ସ୍ଥିରୀକୃତ କାର୍ଯ୍ୟାନ୍ବୟନ ପ୍ରଣାଳୀ (ଏସ୍‌ଓପି) ଜାରି କରାଯାଇଛି। ଛାତ୍ରୀଛାତ୍ରଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲାରେ ସହାୟତା କେନ୍ଦ୍ର ଖୋଲାଯାଇ ପ୍ରତିଦିନ ୪ ଜଣ ବିଷୟଭିତ୍ତିକ ଏବଂ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟଦିବସରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହା କାର୍ଯ୍ୟକାରୀ ହେବ। ଏହି ଦେୟମୁକ୍ତ ନମ୍ବରକୁ ଛାତ୍ରୀଛାତ୍ରମାନେ ଫୋନ୍‌ କରି ସିଧାସଳଖ ପ୍ରଶ୍ନ ପଚାରିପାରିବେ ଏବଂ ସହାୟତା କେନ୍ଦ୍ରରେ ନିୟୋଜିତ ଶିକ୍ଷୟିତ୍ରୀଶିକ୍ଷକମାନେ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ କରିବେ। ଏହା ବ୍ୟତୀତ ବିଦ୍ୟାଳୟ ସ୍ତରରେ ହୋମ୍‌ଓ୍ବାର୍କ ତଦାରଖ ବ୍ୟବସ୍ଥା କରାଯାଇଛି। ଟୋଲ୍‌ ଫ୍ରି ନମ୍ବର ବ୍ୟତୀତ ଅନ୍ୟ ଏକ ନମ୍ବରରୁ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ସହ ସହାୟତା କେନ୍ଦ୍ରରୁ ଯୋଗାଯୋଗ କରାଯାଇପାରିବ। ଉଭୟ ଟୋଲ୍‌ ଫ୍ରି ନମ୍ବରରେ ତଥା ବିଦ୍ୟାଳୟ ସହ ଯୋଗାଯୋଗ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ସ୍ବତନ୍ତ୍ର ରେଜିଷ୍ଟରରେ ଲେଖାଯିବ। ଏ ନେଇ ପ୍ରତିଦିନ ରାଜ୍ୟସ୍ତରରେ ‘ବିଦ୍ୟା ସମୀକ୍ଷା କେନ୍ଦ୍ର’ରୁ ସମୀକ୍ଷା କରାଯିବାର ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ଜିଲା ପାଇଁ ପୃଥକ୍‌ ପୃଥକ୍‌ ଦେୟମୁକ୍ତ ଟେଲିଫୋନ୍‌ ନମ୍ବର ଜାରି ହୋଇଛି। ଅନୁଗୋଳ ପାଇଁ ୧୮୦୦-୩୪୫-୭୫୨୧, ବାଲେଶ୍ୱର ୧୮୦୦-୩୪୫-୬୮୧୦, ବରଗଡ଼ ୧୮୦୦-୩୪୫-୬୮୦୭, ଭଦ୍ରକ ୧୮୦୦-୩୪୫-୬୮୧୧, ବଲାଙ୍ଗୀର ୧୮୦୦-୩୪୫-୬୩୫୦, ବୌଦ୍ଧ ୧୮୦୦-୩୪୫-୩୧୪୪, କଟକ ୧୮୦୦-୩୪୫-୯୫୩୪, ଦେବଗଡ଼ ୧୮୦୦-୩୪୫- ୬୮୦୬, ଢେଙ୍କାନାଳ ୧୮୦୦-୩୪୫-୭୫୨୨, ଗଜପତି ୧୮୦୦-୩୪୫-୨୩୮୭, ଗଞ୍ଜାମ ୧୮୦୦-୩୪୫-୨୩୮୬ ଏବଂ ୧୮୦୦-୩୪୫-୨୩୮୫ ନମ୍ବର ଜାରି ହୋଇଛି। ଜଗତ୍‌ସିଂହପୁର ୧୮୦୦-୩୪୫-୯୫୩୨, ଯାଜପୁର ୧୮୦୦-୩୪୫-୯୫୩୩, ଝାରସୁଗୁଡ଼ା ୧୮୦୦-୩୪୫-୬୮୨୦, କଳାହାଣ୍ଡି ୧୮୦୦-୩୪୫- ୭୯୮୨, କନ୍ଧମାଳ ୧୮୦୦-୩୪୫-୩୧୩୩, କେନ୍ଦ୍ରାପଡ଼ା ୧୮୦୦-୩୪୫-୯୫୩୧, କେନ୍ଦୁଝର ୧୮୦୦-୩୪୫-୮୨୮୫, ଖୋର୍ଦ୍ଧା ୧୮୦୦-୩୪୫-୭୬୬୨, କୋରାପୁଟ ୧୮୦୦- ୩୪୫-୧୭୦୭, ମାଲକାନଗିରି ୧୮୦୦-୩୪୫-୧୭୦୩, ମୟୂରଭଞ୍ଜ ୧୮୦୦-୩୪୫- ୭୫୬୩ ଏବଂ ୧୮୦୦-୩୪୫-୭୫୬୨ ନମ୍ବର ରହିଛି। ସେହିପରି ନବରଙ୍ଗପୁର ୧୮୦୦-୩୪୫-୧୭୧୦, ନୟାଗଡ଼ ୧୮୦୦-୩୪୫-୭୬୬୩, ନୂଆପଡ଼ା ୧୮୦୦-୩୪୫-୭୯୮୧, ପୁରୀ ୧୮୦୦-୩୪୫-୭୬୬୧, ରାୟଗଡ଼ା ୧୮୦୦-୩୪୫-୧୭୦୯, ସମ୍ବଲପୁର ୧୮୦୦-୩୪୫-୬୮୨୧, ସୁବର୍ଣ୍ଣପୁର ୧୮୦୦-୩୪୫- ୬୩୪୮, ସୁନ୍ଦରଗଡ଼ ଜିଲା ଲାଗି ୧୮୦୦-୩୪୫-୭୪୭୯ ଏବଂ ୧୮୦୦-୩୪୫-୭୪୮୦ ନମ୍ବର ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri