ଖରାଛୁଟି ପାଠପଢ଼ା ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି

ଭୁବନେଶ୍ୱର,୩।୫(ବ୍ୟୁରୋ): ଖରାଛୁଟିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ମେ’ ୧ ତାରିଖରୁ ଏହି ନମ୍ବର କାର୍ଯ୍ୟକାରୀ ହୋଇଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଜିଲାକୁ ସ୍ଥିରୀକୃତ କାର୍ଯ୍ୟାନ୍ବୟନ ପ୍ରଣାଳୀ (ଏସ୍‌ଓପି) ଜାରି କରାଯାଇଛି। ଛାତ୍ରୀଛାତ୍ରଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲାରେ ସହାୟତା କେନ୍ଦ୍ର ଖୋଲାଯାଇ ପ୍ରତିଦିନ ୪ ଜଣ ବିଷୟଭିତ୍ତିକ ଏବଂ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟଦିବସରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହା କାର୍ଯ୍ୟକାରୀ ହେବ। ଏହି ଦେୟମୁକ୍ତ ନମ୍ବରକୁ ଛାତ୍ରୀଛାତ୍ରମାନେ ଫୋନ୍‌ କରି ସିଧାସଳଖ ପ୍ରଶ୍ନ ପଚାରିପାରିବେ ଏବଂ ସହାୟତା କେନ୍ଦ୍ରରେ ନିୟୋଜିତ ଶିକ୍ଷୟିତ୍ରୀଶିକ୍ଷକମାନେ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ କରିବେ। ଏହା ବ୍ୟତୀତ ବିଦ୍ୟାଳୟ ସ୍ତରରେ ହୋମ୍‌ଓ୍ବାର୍କ ତଦାରଖ ବ୍ୟବସ୍ଥା କରାଯାଇଛି। ଟୋଲ୍‌ ଫ୍ରି ନମ୍ବର ବ୍ୟତୀତ ଅନ୍ୟ ଏକ ନମ୍ବରରୁ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ସହ ସହାୟତା କେନ୍ଦ୍ରରୁ ଯୋଗାଯୋଗ କରାଯାଇପାରିବ। ଉଭୟ ଟୋଲ୍‌ ଫ୍ରି ନମ୍ବରରେ ତଥା ବିଦ୍ୟାଳୟ ସହ ଯୋଗାଯୋଗ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ସ୍ବତନ୍ତ୍ର ରେଜିଷ୍ଟରରେ ଲେଖାଯିବ। ଏ ନେଇ ପ୍ରତିଦିନ ରାଜ୍ୟସ୍ତରରେ ‘ବିଦ୍ୟା ସମୀକ୍ଷା କେନ୍ଦ୍ର’ରୁ ସମୀକ୍ଷା କରାଯିବାର ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ଜିଲା ପାଇଁ ପୃଥକ୍‌ ପୃଥକ୍‌ ଦେୟମୁକ୍ତ ଟେଲିଫୋନ୍‌ ନମ୍ବର ଜାରି ହୋଇଛି। ଅନୁଗୋଳ ପାଇଁ ୧୮୦୦-୩୪୫-୭୫୨୧, ବାଲେଶ୍ୱର ୧୮୦୦-୩୪୫-୬୮୧୦, ବରଗଡ଼ ୧୮୦୦-୩୪୫-୬୮୦୭, ଭଦ୍ରକ ୧୮୦୦-୩୪୫-୬୮୧୧, ବଲାଙ୍ଗୀର ୧୮୦୦-୩୪୫-୬୩୫୦, ବୌଦ୍ଧ ୧୮୦୦-୩୪୫-୩୧୪୪, କଟକ ୧୮୦୦-୩୪୫-୯୫୩୪, ଦେବଗଡ଼ ୧୮୦୦-୩୪୫- ୬୮୦୬, ଢେଙ୍କାନାଳ ୧୮୦୦-୩୪୫-୭୫୨୨, ଗଜପତି ୧୮୦୦-୩୪୫-୨୩୮୭, ଗଞ୍ଜାମ ୧୮୦୦-୩୪୫-୨୩୮୬ ଏବଂ ୧୮୦୦-୩୪୫-୨୩୮୫ ନମ୍ବର ଜାରି ହୋଇଛି। ଜଗତ୍‌ସିଂହପୁର ୧୮୦୦-୩୪୫-୯୫୩୨, ଯାଜପୁର ୧୮୦୦-୩୪୫-୯୫୩୩, ଝାରସୁଗୁଡ଼ା ୧୮୦୦-୩୪୫-୬୮୨୦, କଳାହାଣ୍ଡି ୧୮୦୦-୩୪୫- ୭୯୮୨, କନ୍ଧମାଳ ୧୮୦୦-୩୪୫-୩୧୩୩, କେନ୍ଦ୍ରାପଡ଼ା ୧୮୦୦-୩୪୫-୯୫୩୧, କେନ୍ଦୁଝର ୧୮୦୦-୩୪୫-୮୨୮୫, ଖୋର୍ଦ୍ଧା ୧୮୦୦-୩୪୫-୭୬୬୨, କୋରାପୁଟ ୧୮୦୦- ୩୪୫-୧୭୦୭, ମାଲକାନଗିରି ୧୮୦୦-୩୪୫-୧୭୦୩, ମୟୂରଭଞ୍ଜ ୧୮୦୦-୩୪୫- ୭୫୬୩ ଏବଂ ୧୮୦୦-୩୪୫-୭୫୬୨ ନମ୍ବର ରହିଛି। ସେହିପରି ନବରଙ୍ଗପୁର ୧୮୦୦-୩୪୫-୧୭୧୦, ନୟାଗଡ଼ ୧୮୦୦-୩୪୫-୭୬୬୩, ନୂଆପଡ଼ା ୧୮୦୦-୩୪୫-୭୯୮୧, ପୁରୀ ୧୮୦୦-୩୪୫-୭୬୬୧, ରାୟଗଡ଼ା ୧୮୦୦-୩୪୫-୧୭୦୯, ସମ୍ବଲପୁର ୧୮୦୦-୩୪୫-୬୮୨୧, ସୁବର୍ଣ୍ଣପୁର ୧୮୦୦-୩୪୫- ୬୩୪୮, ସୁନ୍ଦରଗଡ଼ ଜିଲା ଲାଗି ୧୮୦୦-୩୪୫-୭୪୭୯ ଏବଂ ୧୮୦୦-୩୪୫-୭୪୮୦ ନମ୍ବର ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?